Russian Soldier with Bow and Arrow: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବର୍ଷେ ପୂରଣ ହେବାକୁ ଯାଉଛି। ହେଲେ ଏହି ଯୁଦ୍ଧ ଶେଷ ହେବା ପରିବର୍ତ୍ତେ ଆଗକୁ ବଢିବାରେ ଲାଗିଛି। ଯୁଦ୍ଧରେ ବିଜୟୀ ହେବା ପାଇଁ ଋଷିଆ ପକ୍ଷରୁ ବିଭିନ୍ନ ରଣନୀତି ଆପଣାଯାଉଛି। ହେଲେ ଏହାର କୌଣସି ପ୍ରଭାବ ପ୍ରତିଦ୍ୱନ୍ଦ୍ୱୀ ୟୁକ୍ରେନ ଉପରେ ପଡୁନଥିବା ଭଳି ଦୃଶ୍ୟମାନ ହେଉଛି। ଋଷୀୟ ସେନା ଦ୍ୱାରା ଦଖଲ କରାଯାଇଥିବା ଅନେକ ଅଞ୍ଚଳତକୁ ମୁକ୍ତ କରିବାରେ ସଫଳ ହୋଇଛି ୟୁକ୍ରେନ ସେନାବାହିନୀ।


COMMERCIAL BREAK
SCROLL TO CONTINUE READING

ପ୍ରାୟ ୧୧ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଜାରି ରହିଛି ଋଷିଆ-ୟୁକ୍ରେନ ଯୁଦ୍ଧ। ଯେଉଁ ଯୁଦ୍ଧରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ସହ ହଜାର ହଜାର ସାଧାରଣ ନାଗରିକ ଏବଂ ସୈନ୍ୟଙ୍କ ମୃତ୍ୟୁ ହୋଇ ସାରିଲାଣି। ହେଲେ ଏହି ଯୁଦ୍ଧର କୌଣସି ନିଷ୍କର୍ସ ବାହାରି ପାରୁନାହିଁ। ଯୁଦ୍ଧକ୍ଷେତ୍ରରେ ଉଭୟ ଋଷିଆ-ୟୁକ୍ରେନ ପରସ୍ପରକୁ ଛାଡିବା ଅବସ୍ଥାରେ ନାହାଁନ୍ତି।


ସଦ୍ୟ ଋଷିଆ ସେନାବାହିନୀର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ୟୁକ୍ରେନ ବିରୋଧରେ ଋଷୀୟ ସୈନିକ ବନ୍ଧୁକ ଉଠାଇବା ବଦଳରେ ଧନୁ-ତୀର ବ୍ୟବହାର କରୁଛନ୍ତି। ସୋସିଆଲ ମିଡିଆ ଜରିଆରେ ଏହି ଫଟୋ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଅନେକ ପ୍ରକାର ଚର୍ଚ୍ଚା। ଏନେଇ ପ୍ରତିକ୍ରିୟା ରଖି କିଛି ସୋସିଆଲ ମିଡ଼ିଆ ୟୁଜର କହିଛନ୍ତି ଯେ କ'ଣ ଋଷିଆ ସେନା ପାଖରେ ଅସ୍ତ୍ରଶସ୍ତ୍ର କିମ୍ବା ଗୋଳାବାରୁଦ ଅଭାବ ରହିଛି? କେହି କେହି କହୁଛନ୍ତି ଯେ ଅସ୍ତ୍ରଶସ୍ତ୍ର ଅଭାବରୁ ବର୍ତ୍ତମାନ ଋଷିଆ ସେନା ପୁରୁଣା ହତିଆର ପାଖକୁ ଫେରି ଆସିଛି। ହେଲେ ଏହା ସତ୍ୟ ନୁହେଁ। 


ଋଷୀୟ ସୈନିକଙ୍କ ପକ୍ଷରୁ ଧନୁ-ତୀର ବ୍ୟବହାର କରାଯିବାର ଫଟୋ ୟୁକ୍ରେନ ପକ୍ଷରୁ ସେୟାର କରାଯାଇଛି। ଏଭଳି ଫଟୋ ସେୟାର କରି ୟୁକ୍ରେନ ଋଷୀୟ ସେନାର ପରିହାସ କରିଛି। ଯେଉଁଥିରେ ଋଷୀୟ ସୈନିକଙ୍କୁ ଧନୁ ତୀର ଧରି ଠିଆ ହୋଇଥିବାରା ଦେଖିବାକୁ ମିଳିଛି। ଅସ୍ତ୍ରଶସ୍ତ୍ର ଅଭାବରୁ ଋଷୀୟ ସୈନିକ ଧନୁ-ତୀର ଧରିନାହାଁନ୍ତି। ସୈନିକଙ୍କ କାନ୍ଧରେ ବନ୍ଧୁକ ଝୁଲୁଥିବାର ଦେଖିବାକୁ ମିଳୁଛି। ଏହି ରଣନୀତି ବ୍ୟବହାର ଋଷିଆ ଏହାର ସୈନିକଙ୍କୁ ସୁରକ୍ଷିତ ରଖିଛି ବୋଲି ଆଲୋଚନା ହେଉଛି। ଧନୁତୀର ବ୍ୟବହାର କରି ଋଷିଆ ଗୋଳାବାରୁଦ ସଞ୍ଚୟ କରୁଥିବା ଆଲୋଚନା ହେଉଛି। ହେଲେ ଏଭଳି କାରନାମା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଦ୍ୱାରା କରାଯାଇଥିବା କୁହାଯାଉଛି। 


ୟୁକ୍ରେନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କ ପରାମର୍ଶଦାତା ଆଣ୍ଟନ୍ ଗେରାଶାଚୋଙ୍କୋ ଋଷୀୟ ସୈନିକଙ୍କ ଏହି ଭିଡିଓ ସେୟାର କରି ଲେଖିଛନ୍ତି, "ବାସ୍କିରିଆ ସହରରେ ଜଣେ ଋଷୀୟ ସୈନିକଙ୍କ ପାଖରେ ଧନୁ-ତୀର ସହ ବନ୍ଧୁକ ମଧ୍ୟ ରହିଛି। ସେହି ସୈନିକ ଜଣଙ୍କ କ'ଣ ଅଶ୍ୱାରୋହୀ? " ଏହା ଉପରେ ଜବାବ ରଖି ସୋସିଆଲ ମିଡିଆ ୟୁଜର କଟାକ୍ଷ କରି ଲେଖିଛନ୍ତି ଯେ ଋଷିଆ ପାଖରେ ଏକବିଂଶ ଶତାବ୍ଦୀର ସର୍ବୋତ୍ତମ ଅସ୍ତ୍ରଶସ୍ତ୍ର ରହିଛି।


ଗତ ବର୍ଷ  ଫେବୃଆରୀରୁ ଆରମ୍ଭ ହୋଇଥିବା ଋଷିଆ-ୟୁକ୍ରେନ ଯୁଦ୍ଧକୁ ଗୋଟିଏ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଯୁଦ୍ଧରେ କ୍ରମାଗତ ଭାବେ ଅନେକ ଉତଥାନ-ପତନ ଦେଇ ଗତି କରୁଛି। କେତେବେଳେ ଋଷୀୟ ସୈନିକ ପଛକୁ ହଟିଯାଉଥବା ବେଳେ ୟୁକ୍ରେନ ସୈନିକ ସେମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। ଆଉ କେତେବେଳେ  ଋଷିଆ ବାୟୁ ମାର୍ଗରୁ ଆକ୍ରମଣ କରି ୟୁକ୍ରେନ ସେନାକୁ ପାଲଟା ଜବାବ ଦେଉଛି।