Russia Ukraine War Anniversary: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବର୍ଷେ ପୂରଣ ହୋଇସାରିଛି। ଗତ ବର୍ଷ ୨୪ ଫେବୃଆରୀରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଆଗକୁ ବଢିବାର ସମ୍ଭାବନ ରହିଛି। ଏହି ଯୁଦ୍ଧର ପ୍ରଭାବ ବର୍ତ୍ତମାନ ବିଶ୍ୱରେ ଦୃଶ୍ୟମାନ ହେଉଛି। ଯଦି କୁହାଯାଏ ଯେ ବିଶ୍ୱ ସମୁଦାୟ ଯୁଦ୍ଧ କାରଣରୁ ତିନି ଗୋଷ୍ଠୀରେ ବିଭକ୍ତ ହୋଇସାରିଛି, ତାହେଲେ ଭୁଲ ହେବ ନାହିଁ। ଯୁଦ୍ଧ ଆରମ୍ଭରେ ଅନୁମାନ କରାଯାଉଥିଲା ଯେ, କମ ସମୟ ମଧ୍ୟରେ ୟୁକ୍ରେନ ସେନା ଋଷିଆ ଭଳି ମହାଶକ୍ତି ଆଗରେ ଆତ୍ମସମର୍ପଣ କରିଦେବ। ହେଲେ ତାହା ଘଟିଲା ନାହିଁ। ଋଷିଆ ସାମ୍ନାରେ ୟୁକ୍ରେନ ମଜବୁତର ସହ ଛିଡ଼ା  ହୋଇଛି। ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ୟୁକ୍ରେନ ସୈନ୍ୟବାହିନୀ ପାଶ୍ଚାତ୍ୟ ଦେଶ ଖାସ କରି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ନାଟୋ ପକ୍ଷରୁ ମିଳିଥିବା ଅସ୍ତ୍ରଶସ୍ତ୍ର ଏବଂ ହତିଆର ସହାୟତାରେ ଋଷିଆ ସେନାର ମୁକାବିଲା କରିଛି।


COMMERCIAL BREAK
SCROLL TO CONTINUE READING

ହେଲେ ପାଖାପାଖି ବର୍ଷେ କାଳ ଧରି ଚାଲିଥିବା ଯୁଦ୍ଧକୁ ନେଇ ଆସିଛି ଏକ ଚମକାଇବା ଭଳି ଖବର। ଏହି ଯୁଦ୍ଧର ଗୋଟିଏ ବର୍ଷ ପରେ ସମଗ୍ର ବିଶ୍ୱ ୩ ଗୋଷ୍ଠୀରେ ବିଭକ୍ତ ହୋଇଥିବା ପରି ମନେହୁଏ। ଜର୍ମାନୀ ଫେଡେରାଲ ଇଣ୍ଟେଲିଜେନ୍ସ ସର୍ଭିସ ପୂର୍ବତନ ଉପାଧ୍ୟକ୍ଷ ରୁଡଲୋଫ ଏଡାମ କହିଛନ୍ତି ଯେ,  ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ବିଶ୍ୱ ୩ ଗୋଷ୍ଠୀରେ ବିଭକ୍ତ ହୋଇଯିବ। ଯାହା ଫଳରେ ବିଭିନ୍ନ ଦେଶ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀକୁ ଆହୁରି ଅଧିକ ସନ୍ଦେହ କରିବେ। ଏପରିକି ବିଭିନ୍ନ ଦେଶ ଖୋଲାଖୋଲି ଶତ୍ରୁତା ଆଚରଣ କରିବ।


ଯଦି ପ୍ରଥମ ଗୋଷ୍ଠୀ କଥା କୁହାଯାଏ, ତାହେଲେ ଏହି ଗୋଷ୍ଠୀରେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ୟୁରୋପୀୟ ସଂଘ, ବ୍ରିଟେନ, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଭଳି ଦେଶ ଅଛନ୍ତି। ଅନ୍ୟପକ୍ଷରେ ଚୀନ୍, ଋଷିଆ, ବେଲାଋଷ, ଇରାନ, ସିରିଆ, ଭେନେଜୁଏଲା ଏବଂ ଉତ୍ତର କୋରିଆ ଭଳି ଦେଶ ଦ୍ୱିତୀୟ ଗୋଷ୍ଠୀରେ ଅନ୍ତର୍ଭୂକ୍ତ ଅଛନ୍ତି। ସେହିପରି ତୃତୀୟ ଗୋଷ୍ଠୀରେ ଭାରତ ସହ ଦକ୍ଷିଣ ଏସିଆ, ଆରବ ଦେଶ ସମୂହ ଏବଂ ଲାଟିନ୍ ଆମେରିକୀୟ ଦେଶ ଅନ୍ତର୍ଭୂକ୍ତ ଅଛନ୍ତି।


ପ୍ରଥମ ଗୋଷ୍ଠୀ
ୟୁକ୍ରେନ ବିରୋଧରେ ଚାଲିଥିବା ଯୁଦ୍ଧରେ ଋଷିଆର ବିଶ୍ୱସ୍ତ ସହଯୋଗୀ ହେଉଛି ଚୀନ୍। ଚୀନ୍ ପୂର୍ବରୁ କହିସାରିଛି ଯେ ୟୁକ୍ରେନ ଋଷିଆ-ୟୁକ୍ରେନ ଯୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱାଧିନ ନାଟୋ ମନମାନି କରୁଛି। ଚୀନ ବ୍ୟତୀତ ଅନ୍ୟତମ କମ୍ୟୁନିଷ୍ଟ ଶାସିତ ଦେଶ କ୍ୟୁବା ମଧ୍ୟ ଋଷିଆ ସହିତ ଦୃଢ ଭାବରେ ଛିଡିା ହୋଇଛି। ଚୀନ୍ ଏବଂ କ୍ୟୁବା ବ୍ୟତୀତ ଆର୍ମେନିଆ, କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ ଏବଂ ବେଲାଋଷ ମଧ୍ୟ ଋଷିଆ ସହିତ ଛିଡ଼ା ହୋଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ବିରୋଧରେ ଋଷିଆକୁ ଇରାନ ଏବଂ ଉତ୍ତର କୋରିଆର ସହଯୋଗ ରହିଛି। ଚୀନ୍‌ ନିକଟତର ହୋଇ ଋଷିଆ ସମର୍ଥନରେ ଛିଡ଼ା ହୋଇଛି ପାକିସ୍ତାନ। 


ଦ୍ୱିତୀୟ ଗୋଷ୍ଠୀ
ଯଦି ଦ୍ୱିତୀୟ ଗୋଷ୍ଠୀ କଥା କୁହାଯାଏ ତାହେଲେ ଏହି ଗୋଷ୍ଠୀରେ ୟୁକ୍ରେନ ରହିଛି। ଯାହାକୁ ଯୁକ୍ତରାଷ୍ଟ୍ର ଆମେରିକାର ସମର୍ଥନ ରହିଛି। ବେଲଜିୟମ, କାନାଡା, ଡେନମାର୍କ, ଫ୍ରାନ୍ସ, ଆଇସଲ୍ୟାଣ୍ଡ, ଇଟାଲୀ, ଲକ୍ସେମବର୍ଗ, ନରୱେ, ନେଦରଲ୍ୟାଣ୍ଡ, ପର୍ତ୍ତୁଗାଲ ଏବଂ ବ୍ରିଟେନ ପରି ୟୁରୋପୀୟ ଦେଶ ମଧ୍ୟ ୟୁକ୍ରେନକୁ ସମର୍ଥନ କରୁଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସାମ୍ନାକୁ ଆସି ଖୋଲାଖୋଲି ଭାବେ କହି ସାରିଛନ୍ତି ଯେ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁତିନ ୟୁରୋପ ମହାଦେଶ ଉପରେ ଯୁଦ୍ଧ ଥୋପିବାକୁ ଚେଷ୍ଟା କରୁଛନ୍ତି। ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଏବଂ କାନାଡା ମଧ୍ୟ ୟୁକ୍ରେନକୁ ସମର୍ଥନ କରୁଛନ୍ତି।


ତୃତୀୟ ଗୋଷ୍ଠୀ
ଏହି ଗୋଷ୍ଠୀରେ ଭାରତ ସମେତ ଦକ୍ଷିଣ ଏସିଆ, ଆରବ ଦେଶ, ଲାଟିନ୍ ଆମେରିକୀୟ ଦେଶ ଅନ୍ତର୍ଭୂକ୍ତ ଅଛନ୍ତି। ଯଦି ଭାରତ କଥା କୁହାଯାଏ ତାହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଚୁପ୍ ରହିଛି। ଭବିଷ୍ୟତରେ ମଧ୍ୟ ଭାରତ ଋଷିଆ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମନୋଭାବ ଆଭମୁଖ୍ୟ ରଖିପାରେ। ଏହାର କାରଣ ହେଉଛି ଉଭୟ ଋଷିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସହ ସମ୍ପର୍କ ଭଲ ରହିଛି। ଏଭଳି ପରିସ୍ଥିତିରେ ଭାରତ ଗୋଟିଏ ଗୋଷ୍ଠୀକୁ ସମର୍ଥନ କରି ଅପର ପକ୍ଷକୁ ଅସନ୍ତୁଷ୍ଟ କରିବାକୁ ଚାହିଁବ ନାହିଁ।


ବିଶେଷଜ୍ଞଙ୍କ ଅନୁଯାୟୀ, ଋଷିଆ-ୟୁକ୍ରେନ ତିନୋଟି ଗୋଷ୍ଠୀରେ ବିଭକ୍ତ ହୋଇ ସାରିଥିବା ସମଗ୍ର ବିଶ୍ୱରେ ମିଳିତ ଜାତିସଂଘ ଭଳି ସଙ୍ଗଠନ ଅଧିକ ପ୍ରଭାବଶାଳୀ ହେବା ଭଳି ମନେ ହେଉନାହିଁ। ଏଭଳି ପରିସ୍ଥିତିରେ ଆଞ୍ଚଳିକ ସଂଗଠନ ମଜବୁତ ହୋଇପାରନ୍ତି। ଏହା ସହିତ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଆଣିବା ପାଇଁ ଚାପ ମଧ୍ୟ ବଢିବ। ହେଲେ ଏହା ଦ୍ୱାରା ଭାରତ ଫଇଦା ପାଇବର ସମ୍ଭାବନା ନାହିଁ। କାରଣ ଭାରତ ସମର୍ଥକ ଋଷିଆ ଦୁର୍ବଳ ହୋଇଯାଉଥିବାବେଳେ ଚୀନ୍ ରଣନୀତିଗତ ଭାବେ ଅଧିକ ଶକ୍ତିଶାଳୀ ହେବାକୁ ଲାଗୁଛି।