ମସ୍କୋ: Russia Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଭୀଷଣ ଯୁଦ୍ଧ ଚାଲିଛି । ଏହି ଯୁଦ୍ଧ ଯୋଗୁଁ ସାରା ଦୁନିଆକୁ ମଧ୍ୟ କ୍ଷତି ସହିବାକୁ ପଡ଼ୁଛି । ସେପଟେ ଉଭୟ ପକ୍ଷର ମଧ୍ୟ ବହୁତ କ୍ଷତି ହୋଇଛି । ବିଶେଷକରି ୟୁକ୍ରେନର ଅନେକ ସହର ଶ୍ମଶାନରେ ପରିଣତ ହୋଇଛି ।  ଆମେରିକା (America) ସମେତ ପଶ୍ଚାତ୍ୟ ଦେଶଗୁଡ଼ିକ (Western Countries) ଲଗାତର ଭାବରେ ୟୁକ୍ରେନକୁ ସହାୟତା ଯୋଗାଉଛି । ଋଷ ଉପରେ ଲାଗିଥିବା ପ୍ରତିବନ୍ଧକ ଓ ଅସ୍ତ୍ରଶସ୍ତ୍ରର ସାହାଯ୍ୟ ସମେତ ଅନେକ ନିଷ୍ପତ୍ତି ଯୋଗୁଁ ୟୁକ୍ରେନକୁ ଲାଭ ମିଳିଛି । ଯାହା ଫଳରେ ଋଷ ଏପର୍ଯ୍ୟନ୍ତ ୟୁକ୍ରେନକୁ ସଂପୂର୍ଣ୍ଣ ଦଖଲ କରିବାରେ ସଫଳ ହୋଇପାରି ନାହିଁ । ସେପଟେ ଏହି ଯୁଦ୍ଧକୁ ନେଇ ନିରନ୍ତର ଚେତାବନୀ ଦିଆଯାଇଛି ଯେ, ତୃତୀୟ ବିଶ୍ୱଯୁଦ୍ଧ (World War 3) ଯେକୌଣସି ସମୟରେ ଆରମ୍ଭ ହୋଇପାରେ । 


COMMERCIAL BREAK
SCROLL TO CONTINUE READING

କିନ୍ତୁ ବର୍ତ୍ତମାନ ହ୍ୱାଇଟ ହାଉସର ଜଣେ ପୂର୍ବତନ ପରାମର୍ଶଦାତା (Former Adviser Of White House) ଚେତାବନୀ ଦେଇଛନ୍ତି ଯେ, ତୃତୀୟ ବିଶ୍ୱଯୁଦ୍ଧ ( Third World War) ଆରମ୍ଭ ହୋଇସାରିଛି, କିନ୍ତୁ ପାଶ୍ଚାତ୍ୟ ଦେଶମାନେ ଏହାକୁ ସ୍ୱୀକାର କରିବାକୁ ଚାହୁଁନାହାଁନ୍ତି । ଋଷ ମାମଲାର ବିଶେଷଜ୍ଞ ଫିଓନା ହିଲ (Fiona Hill) ମନେ କରନ୍ତି ଯେ,  ଋଷ (Russia) ଓ ୟୁକ୍ରେନ ମଧ୍ୟରେ ତିକ୍ତତା (Russia Ukraine Tensions) ବଢୁଛି, କିନ୍ତୁ ପାଶ୍ଚାତ୍ୟ ଦେଶ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । 


ହିଲ୍ ଦାବି କରିଛନ୍ତି ଯେ, ଋଷ ((Russia) ୟୁକ୍ରେନ (Ukraine) ର କିଛି ଅଂଶ ଦଖଲ କରିବାର ଘୋଷଣା ଯୁଦ୍ଧର ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ଉପରେ ପରମାଣୁ ଅସ୍ତ୍ର ପକାଇ ଆମେରିକା ଏକ ଉଦାହରଣ ସୃଷ୍ଟି କରିଥିଲା । ନ୍ୟୁ ୟାର୍କର ପତ୍ରିକାର ରିପୋର୍ଟ ଅନୁଯାୟୀ ହିଲ କହିଛନ୍ତି, ଆମେ ଦୀର୍ଘ ଦିନ ଧରି ତୃତୀୟ ବିଶ୍ୱଯୁଦ୍ଧରେ ଅଛୁ । ଆମେ ଏହାକୁ ଚିହ୍ନିବାରେ ବିଫଳ ହୋଇଛୁ । ଋଷର ପରମାଣୁ କାର୍ଯ୍ୟକଳାପ ଉପରେ ଆମେରିକା ଲଗାତାର ନଜର ରଖିଛି । 


ଅଧିକ ପଢ଼ନ୍ତୁ:-ଘରର ଏହି ସ୍ଥାନରେ ଲଗାନ୍ତୁ ଘଣ୍ଟା, ଖୋଲି ଯିବ ଆପଣଙ୍କ ଭାଗ୍ୟର ତାଲା


ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ଖେଳିବ ନାହିଁ ଦୁନିଆର ୫ ଖତରନାକ୍ ଖେଳାଳି, ଭାରତ ସମେତ ଏସବୁ ଦେଶକୁ ହେବ କ୍ଷତି


ଅଧିକ ପଢ଼ନ୍ତୁ:-ଗାନ୍ଧୀ ଜୟନ୍ତୀ ଦିନ ରେଲୱେ ବାତିଲ କଲା ଆହୁରି ୧୬୬ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି କିଛି ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍


 


 


ଏହି ସମୟରେ ଆମେରିକାର ରାଷ୍ଟ୍ରପତି (US President) ଜୋ ବାଇଡେନ (Joe Biden) ଋଷର ରାଷ୍ଟ୍ରପତି (Russian President) ଭ୍ଲାଦିମିର ପୁଟିନ (Vladimir Putin) ଙ୍କୁ ପରମାଣୁ ଆକ୍ରମଣରେ ହୋଇଥିବା ବିନାଶ ବିଷୟରେ ଚେତାବନୀ ଦେଇଛନ୍ତି । ଯୁଦ୍ଧ ପୂର୍ବରୁ କିପରି ଉତ୍ତେଜନା ବଢୁଥିଲା ତାହା ମଧ୍ୟ ହିଲ ଦର୍ଶାଇଛନ୍ତି । ସେ ୨୦୧୪ରେ ଋଷ ଦ୍ୱାରା କ୍ରିମିଆ ଦଖଲ ଉପରେ ବିଶେଷ ଭାବରେ ଉଲ୍ଲେଖ କରିଛନ୍ତି, ଯାହା ପରେ ୟୁକ୍ରେନ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିବା ଆରମ୍ଭ କରିଥିଲା । ହିଲ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତା ରହିଆସିଛନ୍ତି । ସେ କହିଛନ୍ତି ଯେ, ପୁଟିନ ୟୁକ୍ରେନରୁ ଏହି ବୁଝି ସାରିଛନ୍ତି କି ଶେଷରେ ଋଷର ଆକ୍ରମଣ ସ୍ଥିତିରେ ଆମେରିକା କିପରି ପ୍ରତିକ୍ରିୟା ଦେବ । ତେବେ ୟୁକ୍ରେନ ସାହସର ସହିତ ଲଢ଼ୁଛି ଓ ଏହି ମାସରେ ସେ ନିଜର ହଜାରେ ବର୍ଗ ମାଇଲ ଅଞ୍ଚଳ ପୁଣି ନିଜ ଦଖଲକୁ ଆଣିଛି । ଏହା ସହିତ ୟୁକ୍ରେନ ବର୍ତ୍ତମାନ ନାଟୋ (NATO) ରେ ଯୋଗଦେବା ପାଇଁ ଆବେଦନ କରିଛି ।