Mi-8 Helicopter missing in Russia:  ଋଷରେ ଏକ ହେଲିକପ୍ଟର ହଠାତ୍ ନିଖୋଜ ହୋଇଯାଇଛି। ଆଜି ଅର୍ଥାତ୍ ଶନିବାର ଦିନ Mi-8 ହେଲିକପ୍ଟର ଋଷର ପୂର୍ବ ଅଞ୍ଚଳରୁ ଉଡ଼ାଣ ଭରିଥିଲା। କିନ୍ତୁ ହେଲିକପ୍ଟରଟି ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରି ନାହିଁ। ଖବର ଆସୁଛି ଯେ ଏହି ହେଲିକପ୍ଟରରେ ୨୨ ଜଣ ଯାତ୍ରୀ ଥିଲେ। ଏହି ଘଟଣା କେବଳ ଋଷରେ ନୁହେଁ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ହେଲିକପ୍ଟର କୁଆଡେ ଗଲା? ହେଲିକପ୍ଟରର ବର୍ତ୍ତମାନ ଏବଂ ଶେଷ ଅବସ୍ଥାନ କ’ଣ ଥିଲା? ଉଦ୍ଧାରକାରୀ ଦଳ ଏହି ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବାରେ ବ୍ୟସ୍ତ ଅଛନ୍ତି।


COMMERCIAL BREAK
SCROLL TO CONTINUE READING

ମିଡିଆ ରିପୋର୍ଟ ଅନୁଯାୟୀ ହେଲିକପ୍ଟରରେ ୩ ଜଣ କ୍ୟାବିନ କ୍ରୁ ସଦସ୍ୟ ଓ ୧୯ ଜଣ ଯାତ୍ରୀ ଥିଲେ। ଏହି ହେଲିକପ୍ଟର ଆଜି ସକାଳେ ଋଷର ଦୂର ପୂର୍ବ ଅଞ୍ଚଳ କାମଚଟକା ଠାରୁ ଉଡାଣ ଭରିଥିଲା। ଏହି ହେଲିକପ୍ଟରଟି ବାଚକାଝୋଟ୍ସ ଆଗ୍ନେୟଗିରି ନିକଟରେ ଉଡୁଥିଲା। କିନ୍ତୁ ୪ ଟା ପରେ ହେଲିକପ୍ଟରଟି କ୍ୟାବିନ କ୍ରୁ ସଦସ୍ୟଙ୍କ ସହ ସମ୍ପର୍କ ହରାଇଲା। ଉଦ୍ଧାରକାରୀ ଦଳ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ହେଲିକପ୍ଟରର କୌଣସି ପତ୍ତା ମିଳିନାହିଁ।



କହିରଖୁଛୁ ଯେ ଏହି Mi-8 ହେଲିକପ୍ଟରଟି ଭିଟାଜ୍ ଏରୋ ଏୟାରଲାଇନ୍ସର ଥିଲା। ଏହି ବିମାନ ଋଷର ଦୁର୍ଗମ ଅଞ୍ଚଳକୁ ପର୍ଯ୍ୟଟନ ଯାତ୍ରା ଆୟୋଜନ କରେ। ୧୯୬୦ ଦଶକରେ ଡିଜାଇନ୍ ହୋଇଥିବା Mi-8 ହେଲିକପ୍ଟରରେ ୨ଟି ଇଞ୍ଜିନ ଅଛି। ଅନେକ ଦେଶ ଏହି ହେଲିକପ୍ଟର ବ୍ୟବହାର କରନ୍ତି। ତେବ Mi-8 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାର ଖବର ପ୍ରାୟତଃ ସାମ୍ନାକୁ ଆସିଥାଏ।


ଏହା ସାଧାରଣତଃ ପରିବହନ ପାଇଁ ବ୍ୟବହୃତ ହୁଏ। ଋଷର ପୂର୍ବ ଭାଗର ଅଧିକାଂଶ ଅଂଶ ବରଫରେ ଆବୃତ ହୋଇ ରହିଛି। ଏଭଳି ପରିସ୍ଥିତିରେ ଅନେକ ଲୋକ ଏଠାରେ ଥିବା ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବାକୁ ପସନ୍ଦ କରନ୍ତି। ସମ୍ଭବତଃ ନିଖୋଜ ହେଲିକପ୍ଟରଟି ମଧ୍ୟ ପର୍ଯ୍ୟଟକଙ୍କ ସହ ଫେରୁଥିଲା। କିନ୍ତୁ ହେଲିକପ୍ଟରଟି ରାସ୍ତାରେ ଅଦୃଶ୍ୟ ହୋଇଯାଇଛି।