Viral News:  ନୂଆଦିଲ୍ଲୀ: ଚଳିତ ବର୍ଷ ଋଷର ୟାକୁତିଆ ଅଞ୍ଚଳରେ ଆୟୋଜିତ ହୋଇଥିଲା ସୁନ୍ଦରୀ ଗାଈ ପ୍ରତିଯୋଗିତା। ଯେଉଁଥିରେ ଏକ ବାଛୁରି ବିଜୟ ଲାଭ କରିଥିବା ଜଣାପଡ଼ିଛି। ବିଜୟ ଲାଭ କରିଥିବା ବାଛୁରିର ନାଁ ମିଚିୟେ ବୋଲି ଜଣାପଡ଼ିଛି। ସଖା ଭାଷାରେ ମିଚିୟେ ନାଁର ଅର୍ଥ ହେଉଛି ହସିବା। ତେବେ ମିଳିଥିବା ସୂଚନା ଅନୁଯାୟୀ ମିଚିୟେ ମୋଟ ୨୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ବିଜୟ ହାସଲ କରିଛି। ଏହି ବିଜୟରେ ଆୟୋଜକମାନେ ମିଚିୟେକୁ ମୋଟ ୪୦ ଲିଟର କ୍ଷୀର ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲେ।  


COMMERCIAL BREAK
SCROLL TO CONTINUE READING


ୟାକୁଟ ଏବଂ ହେରଫୋର୍ଡ ପ୍ରଜାତିର ମିଶ୍ରଣ ହେଉଛି ମିଚିୟେ। ୟାକୁଟିଆର ମଧ୍ୟ ଭାଗରେ ଥିବା ଚାଇମାଇକି ଅଞ୍ଚଳରେ ଏହି ପ୍ରଜାତିର ବାଛୁରି ଦେଖିବାକୁ ମିଳିଥାନ୍ତି। ୟାକୁଟିଆରେ ଦ୍ୱିତୀୟ ଥର ପାଇଁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଗତ ବର୍ଷ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଦୁଇ ଜଣ ବିଜୟ ଲାଭ କରିଥିଲେ। ଉଭୟ ବିଜେତା ଷଣ୍ଢ ପ୍ରଜାତିର ରହିଥିଲେ। ସେମାନଙ୍କ ନାମ ଥିଲା ଉଟୋୟ ଓ ଟୁଟୋୟ।