ନୂଆଦିଲ୍ଲୀ: SBI Customers ALERT: ଅନଲାଇନ୍ ସ୍କାମ୍ ଓ ଜାଲିଆତି କଲ୍ ଯୋଗୁଁ ଠକେଇର ଅନେକ ମାମଲା ସାମ୍ନାକୁ ଆସିଥାଏ । ଏଭଳି ପରିସ୍ଥିତିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଗ୍ରାହକଙ୍କୁ ଏଭଳି ଠକେଇକୁ ନେଇ ଚେତାବନୀ ଜାରି କରିଛି । ବ୍ୟାଙ୍କ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଗ୍ରାହକଙ୍କୁ ସୂଚନା ଦେଇଛି ଯେ ଠକମାନେ କିପରି KYC ନାମରେ ଲୋକଙ୍କୁ ଫାନ୍ଦରେ ପକାଉଛନ୍ତି । CID ଆସାମର ଟ୍ୱିଟକୁ ରିଟ୍ୱିଟ କରି SBI ଗ୍ରାହକଙ୍କୁ ଚେତାବନୀ ଦେଇଛି । ତଦନ୍ତକାରୀ ସଂସ୍ଥା (CID Assam) SBI ଗ୍ରାହକଙ୍କୁ ଦୁଇଟି ମୋବାଇଲ୍ ନମ୍ବରକୁ ନେଇ ଚେତାବନୀ ଦେଇଛି । ଏହି ନମ୍ୱର ମାଧ୍ୟମରେ ଲୋକଙ୍କୁ KYC ନାମରେ ଫାନ୍ଦରେ ପକାଯାଉଛି ।


COMMERCIAL BREAK
SCROLL TO CONTINUE READING

ଏହି ଟ୍ୱିଟରୁ ଜଣାପଡିଛି ଯେ ଲୋକଙ୍କୁ ଠକିବା ପାଇଁ ଏହି ଦୁଇଟି ନମ୍ବର ସର୍ବାଧିକ ବ୍ୟବହୃତ ହୋଇଛି । ଯଦି ଆପଣ ଆସାମ (Assam) କିମ୍ବା ଅନ୍ୟ କୌଣସି ରାଜ୍ୟରେ ରୁହନ୍ତି, ତେବେ ଏହି ନମ୍ବରରୁ ଆସୁଥିବା କଲ୍ ଠାରୁ ଦୂରେଇ ରୁହନ୍ତୁ । CID ଆସାମ ଦ୍ୱାରା ସେୟାର ହୋଇଥିବା ନମ୍ବରରୁ ଲୋକଙ୍କୁ କଲ୍ କରି ସେମାନଙ୍କ ଠାରୁ ବ୍ୟକ୍ତିଗତ ବିବରଣୀ ପଚରାଯାଉଛି ।


ବ୍ୟାଙ୍କ ଅନେକ ଥର ସୂଚନା ଦେଇଛି ଯେ ଗ୍ରାହକମାନେ ସେମାନଙ୍କର ବ୍ୟକ୍ତିଗତ ବିବରଣୀ କୌଣସି ବ୍ୟକ୍ତିଙ୍କ ସହ ସେୟାର କରିବା ଉଚିତ୍ ନୁହେଁ । ବ୍ୟାଙ୍କ ପାଖରେ  ଆପଣଙ୍କର ଆବଶ୍ୟକ ସୂଚନା ପୂର୍ବରୁ ଉପଲବ୍ଧ ରହିଛି । ନିଜର ଟ୍ୱିଟରେ ସିଆଇଡି ଆସାମ କହିଛି ଯେ ଏସବିଆଇ ଗ୍ରାହକମାନଙ୍କୁ ଦୁଇଟି ନମ୍ବର + 91-8294710946 ଓ + 91-7362951973 ରୁ କଲ୍ ଆସୁଛି  । ଏଜେନ୍ସି କହିଛି ଯେ ସମସ୍ତ ଏସବିଆଇ ଗ୍ରାହକଙ୍କୁ ଏପରି ସନ୍ଦେହଜନକ କିମ୍ବା ଫିସିଙ୍ଗ୍ ଲିଙ୍କରେ କ୍ଲିକ୍ ନକରିବାକୁ ଅନୁରୋଧ କରାଯାଇଛି ।


ଏହି ଟ୍ୱିଟକୁ ରିଟ୍ୱିଟ୍ କରି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) କହିଛି ଯେ, ଏହି ନମ୍ବରଗୁଡିକ ସହିତ ଯୋଗାଯୋଗ କରନ୍ତୁ ନାହିଁ ଓ KYC ଅପଡେଟ୍ ପାଇଁ କୌଣସି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ । ଏହି ଲିଙ୍କଗୁଡ଼ିକ ଆମ ସହିତ ଜଡ଼ିତ ନୁହେଁ । ଏହା ପ୍ରଥମ ଥର ନୁହେଁ ଯେ ଏପରି ନମ୍ୱର କିମ୍ବା KYC ଫିସିଙ୍ଗ୍ ଲିଙ୍କର ସବିଶେଷ ତଥ୍ୟ ବ୍ୟାଙ୍କ ଦ୍ୱାରା ସେୟାର କରାଯାଇଛି । ଅତୀତରେ ବ୍ୟାଙ୍କ ଗ୍ରାହକଙ୍କୁ ଚେତାବନୀ ମଧ୍ୟ ଦେଇଥିଲା ।


ଏହା ବି ପଢ଼ନ୍ତୁ:-ଦିଲ୍ଲୀ ଅବକାରୀ ନୀତିକୁ ନେଇ ବିଜେପିର ଗୋଟିଏ ତୀରରେ ଦୁଇଟି ଶିକାର! ଗୋଟିଏ ପଟେ କେଜ୍ରିୱାଲ ତ ଅନ୍ୟପଟେ କେସିଆର; ଜାଣନ୍ତୁ କେମିତି


ଏହା ବି ପଢ଼ନ୍ତୁ:-କଂଗ୍ରେସର ସ୍ଥାନ ନେବ ଆମ୍ ଆଦମୀ ପାର୍ଟି, ମୋଦିଙ୍କୁ ଟକ୍କର ଦେବେ କେଜ୍ରିୱାଲ!


ଏହା ବି ପଢ଼ନ୍ତୁ:-ନିତିନ ଗଡକରୀ ଓ ଶିବରାଜ ସିଂ ଚୌହାନଙ୍କୁ ବିଜେପି ସଂସଦୀୟ ବୋର୍ଡରୁ କାହିଁକି ହଟାଇଲା ଦଳ, ଜାଣନ୍ତୁ ଏହା ପଛର ଗେମ୍ ପ୍ଲାନ୍


 


ଫିସିଙ୍ଗ୍ ଲିଙ୍କ୍ SMS କିମ୍ବା ହ୍ୱାଟସଆପ୍ ମେସେଜ୍ ଆକାରରେ ଆପଣଙ୍କ ନିକଟକୁ ଆସିପାରେ । ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଏହିପରି ଲିଙ୍କଗୁଡ଼ିକୁ ଅଣଦେଖା କରିବା ଉଚିତ୍ । ଏପରି ପରିସ୍ଥିତିରେ ସାଇବର ଅପରାଧୀମାନେ ବ୍ୟାଙ୍କ ଅଧିକାରୀଙ୍କ ପରି କାର୍ଯ୍ୟ କରନ୍ତି ଓ ଗ୍ରାହକଙ୍କଠାରୁ ସେମାନଙ୍କର ବ୍ୟକ୍ତିଗତ ବିବରଣୀ ବାହାର କରିବାକୁ ଚେଷ୍ଟା କରନ୍ତି ।