Supreme Court of India: ଅଣ ଲାଇସେନ୍ସ ହତିଆରକୁ ନେଇ ସତର୍କ ହୋଇଉଠିଛନ୍ତି ଦେଶର ସର୍ବୋଚ୍ଚ ନ୍ୟୟାଳୟ। ଏହି ମାମଲାରେ ସୁପ୍ରିମକୋର୍ଟ ନିଜ ପକ୍ଷରୁ ସର୍ବେକ୍ଷଣ କରିବା ଆରମ୍ଭ କରିଛନ୍ତି। ସମଗ୍ର ଦେଶରେ ରହିଥିବା ଅଣ ଲାଇସେନ୍ସ ପ୍ରାପ୍ତ ହତିଆର ମଧ୍ୟରୁ ୪୬ ପ୍ରତିଶତ କେବଳ ଉତ୍ତର ପ୍ରଦେଶରୁ ଜବତ କରାଯାଇଛି। ଏନେଇ ସୁପ୍ରିମକୋର୍ଟ କହିଛନ୍ତି ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଅଣ ଲାଇସେନ୍ସ ପ୍ରାପ୍ତ ହତିଆରର ଚଳନ ଚିନ୍ତାଜନକ। କୋର୍ଟ ଆହୁରି କହିଛନ୍ତି ଯେ ଭାରତ ଆମେରିକା ନୁହେଁ। ଯେଉଁଠାରେ ଅସ୍ତ୍ରଶସ୍ତ୍ର ରଖିବା ଏକ ମୌଳିକ ଅଧିକାର। ଅଣ ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଉତ୍ତର ପ୍ରଦେଶ ସରକାର କେତେ ମାମଲା ରୁଜୁ କରିଛନ୍ତି ତାହା ଜଣାଇବା ଆବଶ୍ୟକ। ଅଣ ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ରାଜ୍ୟ ସରକାର କେଉଁ ପଦକ୍ଷେପ ନେଇଛନ୍ତି? ଏହି ସମସ୍ତ ପ୍ରଶ୍ନ ଉପରେ ଜବାବ ଦାଖଲ କରିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।


COMMERCIAL BREAK
SCROLL TO CONTINUE READING

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକ ହତ୍ୟା ମାମଲାର ଜାମିନ ଆବେଦନ ଉପରେ ଶୁଣାଣି କରିବା ସୁପ୍ରିମକୋର୍ଟ ଉପରୋକ୍ତ ପଦକ୍ଷେପ ନେଇଛନ୍ତି। ଉତ୍ତର ପ୍ରଦେଶରେ ଅସ୍ତ୍ରଶସ୍ତ୍ର ସହ ଜଡିତ ଅନେକ ଘଟଣା କାହିଁକି ଘଟୁଛି ବୋଲି ଦେଶର ସର୍ବୋଚ୍ଚ ନ୍ୟୟାଳୟ ପ୍ରଶ୍ନ କରିଛନ୍ତି। ଏହି ମାମାଲାରେ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ବନ୍ଧୁକ ରଖିବାର ପରମ୍ପରାକୁ ନେଇ ପୂର୍ବରୁ ମଧ୍ୟ ଅନେକ ପ୍ରଶ୍ନ ଉଠିଛି। ହେଲେ ବର୍ତ୍ତମାନ ଉତ୍ତର ପ୍ରଦେଶ ସରକାରଙ୍କ ପାଇଁ ପରୀକ୍ଷା ସମୟ ଆସିଯାଇଛି। କାରଣ ଦେଶର ସବୋର୍ଚ୍ଚ ନ୍ୟାୟାଳୟରେ ଏହାର ଜବାବ ଦାଖଲ କରିବାକୁ ହେବ।


ଗତ ୨୦୨୧ ବର୍ଷରୁ ସମଗ୍ର ଦେଶରେ ୭୧ ହଜାର ୪୫୮ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ଯାହାମଧ୍ୟରୁ କେବଳ ଉତ୍ତର ପ୍ରଦେଶରୁ ୩୩ ହଜାର ୧୭୮ ବେଆଇନ ହତିଆର ଜବତ କରାଯାଇଛି। ଯାହା ସମଗ୍ର ଦେଶରେ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ରର ୪୬ ପ୍ରତିଶତ। ଏଥିରୁ ଅନୁମାନ କରାଯାଇପାରେ ଯେ ଉତ୍ତରପ୍ରଦେଶରେ କେତେବଡ଼ ବେଆଇନ ଅସ୍ତ୍ରଶସ୍ତ୍ର ନେଟୱାର୍କ ଚାଲୁଛି।