ବିହାର ନିର୍ବାଚନ ୨୦୨୦: ଏନଡିରେ ସରିଲା ଆସନ ବୁଝାମଣା, ଜାଣନ୍ତୁ ବିଜେପି-ଜେଡିୟୁ ଭାଗରେ ପଡିଲା କେତୋଟି ଆସନ
ବିହାର ବିଧାନସଭା ନିର୍ବାଚନକୁ ନେଇ ବିଜେପି-ଜେଡିୟୁ ମଧ୍ୟରେ ଆସନ ବୁଝାମଣା ହୋଇସାରିଛି ।
ପାଟନା: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ (Bihar Assembly Poll 2020) ଲାଗି ଦିନ ପାଖେଇ ଆସୁଥିବା ବେଳେ ଶାସକ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ-ଏନଡିଏ (NDA-National Democratic Alliance) ମେଣ୍ଟରେ ଆସନ ବୁଝମାଣାକୁ ନେଇ ଜାରି ରହିଥିବା ଅସନ୍ତୋଷ ଥମିଛି । ଏହି ମେଣ୍ଟରେ ସାମିଲ ଥିବା ବିଭିନ୍ନ ଅଂଶୀଦାର ଦଳ (NDA Aliance Member) ଙ୍କ ଭାଗରେ କେତୋଟି ଆସନ ପଡିବ ତାହାର ସୂତ୍ର ବାହାରିସାରିଛି ।
ଏ ସମ୍ପର୍କରେ ମିଳିଥିବା ଖବର ଅନୁସାରେ ବିଜେପି (BJP) ୧୨୮, ଜନତା ଦଳ ୟୁନାଇଟେଡ-ଜେଡିୟୁ (JDU-Janata Dal United) ୧୧୫ ଆସନରେ ନିର୍ବାଚନ ଲଢିବ । ଜେଡିୟୁ ଭାଗରେ ପଡିଥିବା ଆସନ ମଧ୍ୟରୁ ପ୍ରାୟ ୭ଟି ସିଟ ଜିତନରାମ ମାଞ୍ଝି (Jitanram Manjhi) ଙ୍କ ନେତୃତ୍ୱାଧିନ ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା-ହାମ (Hindustan Awami Mocha-Ham) ପ୍ରତିଦ୍ୱନ୍ଦିତା କରିବ । ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ।
ଏନଡିଏ ମେଣ୍ଟରୁ ଅଲଗା ହୋଇ ଏକୁଟିଆ ନିର୍ବାଚନ ଲଢିବାକୁ ଘୋଷଣା କରିଛି ଲୋକ ଜନଶକ୍ତି ପାର୍ଟି-ଏଲଜେପି (LJP-Lok Janashakti Party)। ଏପରିକି ଦଳ ଜେଡିୟୁ ସୁପ୍ରିମୋ ନୀତିଶ କୁମାର (JDU Suprem Nitish Kumar) ଙ୍କ ନେତୃତ୍ୱରେ ନିର୍ବାଚନ ଲଢିବ ନାହିଁ ବୋଲି ଘୋଷଣା କରିଛି । ବିଜେପି ଭାଗରେ ପଡିଥିବା ଆସନ ମଧ୍ୟରୁ ୨୫ଟି ଏଲଜେପିକୁ ମିଳିଥାନ୍ତା । ହେଲେ ଦଳ ଏନଡିରୁ ଅଲଗା ହେବାକୁ ନିଷ୍ପତ୍ତି ନେଇସାରିଛି।
ଅନ୍ୟପଟେ ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି (RJD-Rastriya Janata Dal) ନେତୃତ୍ୱାଧିନ ମହାମେଣ୍ଟ (Grand Alliance) ରେ ଆସନ ବୁଝାମଣା ଏକ ପ୍ରକାର ଶେଷ ହୋଇଛି । ମୋଟ ୨୪୩ ଆସନରୁ ଆରଜେଡି ସର୍ବାଧିକ ୧୪୪ଟି ଆସନରେ ପ୍ରତିଦ୍ୱନ୍ଦିତା କରିବ । ଦଳକୁ ମିଳିବାକୁ ଥିବା ଆସନ ମଧ୍ୟରୁ କେତେକ ସିଟ ସହଯୋଗୀ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା-ଜେଏମଏମ (JMM-Jharkhand Mukti Morcha) ଛାଡି ଦିଆଯିବ । କଂଗ୍ରେସ (Congress) କୁ ୭୦ ବିଧାନସଭା ଆସନ ଏବଂ ଉପନିର୍ବାଚନ ହେବାକୁ ଯାଉଥିବା ବାଲ୍ମିକୀ ନଗର (Valmiki Nagar) ଲୋକସଭା ଆସନ (Lok Sabha) ଛାଡିଦିଆଯିବ । ବାକି ଆଲନ ବାମଦଳ (Left Party) କୁ ଛାଡି ଦିଆଯିବ ।
ମହାମେଣ୍ଟରୁ ବାହାରି ଯାଇଥିବା ମୁକେଶ ସାହାନୀ (Mukesh Sahani) ଙ୍କ ନେତୃତ୍ୱାଧିନ ବିକାଶଶୀଳ ଇନସାନ ପାର୍ଟି-ଭିଆଇପି (Vikassheel Insan Party), ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହା (Upendra Kushwaha) ରାଷ୍ଟ୍ରୀୟ ଲୋକସମତା ପାର୍ଟି-ଆରଏଲଏସପି (Rastriya Lok Samata Party-RLSP) କିମ୍ବାସ ପପୁ ଯାଦବ (Pappu Yadav) ଙ୍କ ନେତୃତ୍ୱାଧିନ ଜନ ଅଧିକାର ପାର୍ଟି-ଜାପ (JAP-Jan Adhikar Party) ସହ ମିଶି ନିର୍ବାଚନ ଲଢିପାରେ । ଯଦି ଏହା ସମ୍ଭବହ ନ ହୁଏ ତାହେଲେ ଭିଆଇପି ରାଜ୍ୟର ସମସ୍ତ ୨୪୩ ଆସନରେ ଏକୁଟିଆ ପ୍ରତିଦ୍ୱନ୍ଦିତା କରିବ ବୋଲି କରିଛନ୍ତି ଦଳର ସୁପ୍ରିମୋ ।