Yes Bank: ନୂଆଦିଲ୍ଲୀ: ମେକ ଷ୍ଟାର ମାର୍କେଟିଂ କ୍ୟାସ ମାମଲାରେ ୟସ ବ୍ୟାଙ୍କକୁ ଏକ ବଡ଼ ଧରଣର ଝଟକା ଲାଗିଛି। ଏନସିଏଲଏଟି (NCLAT) ଇନସାଲେଭନ୍ସୀର ଆଦେଶକୁ ଖାରଦ କରିଦେଇଥିବା ଜଣାପଡ଼ିଛି। ଟ୍ରିବ୍ୟୁନାଲ ସିଧାସିଧା କହିଛି କି ଋଣ ନେଣଦେଣ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ନେଇ ଇଙ୍ଗିତ କରୁଛି। ଋଣ ନାଁରେ ଦିଆଯାଇଥିବା ରାଶି ଦିନେ ଦୁଇ ଦିନ ମଧ୍ୟରେ ୟେସ ବ୍ୟାଙ୍କ ନିକଟରୁ ଫେରିଆସିଥିଲା। ନ୍ୟାସନାଲ କମ୍ପାନୀ ଲ' ଅପିଲେଟ ଟ୍ରିବ୍ୟୁନାଲ ନେ ମ୍ୟାକ ଷ୍ଟାର ମାର୍କେଟିଂ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ ନେଇ ଯେଉଁ ଆଦେଶ ଦେଇଥିଲା ତାହାକୁ ଖାରଜ କରିଦେଇଥିବା ମଧ୍ୟ ସୂଚନା ରହିଛି। 


COMMERCIAL BREAK
SCROLL TO CONTINUE READING

ଟ୍ରିବ୍ୟୁନାଲର ଖଣ୍ଡପୀଠ କହିଛନ୍ତି କି ୟସ ବ୍ୟାଙ୍କ ତରଫରୁ ଦିଆଯାଇଥିବା ଟର୍ମ ଲୋନ ଆଖି ଖୋଲିଦେବ। ଏଭଳି ପ୍ରକ୍ରିୟାରେ ଆର୍ଥିକ ନେଣଦେଣ ପ୍ରକ୍ରିୟା ପରିସରରେ ଆସିନଥାଏ। ଏଭଳି ପରିସ୍ଥିତିରେ ସୁରକ୍ଷା ଆସେଟ ରିକନଷ୍ଟ୍ରକସନକୁ ଫାଇନାନସିଆଲ କ୍ରେଡ଼ିଟର ଭାବେ ପରିଗଣିତ ହୋଇନଥାଏ। 


ଟ୍ରିବ୍ୟୁନାଲ କହିଛି କି ମେକ ଷ୍ଟାର ନାଁରେ ୟସ ବ୍ୟାଙ୍କ ତରଫରୁ ମଞ୍ଜୁର ହୋଇଥିବା ୧୪୭.୬ କୋଟି ଟଙ୍କା ମଧ୍ୟରୁ ୯୯ ପ୍ରତିଶତ ଟଙ୍କା ସେହିଦିନ କିମ୍ବ ଖୁବ କମ ସମୟ ମଧ୍ୟରେ ବ୍ୟାଙ୍କ ଖାତାକୁ ଫେରି ଆସିଥିଲା। ଏଭଳି ନେଣଦେଣ ପଛରେ ବ୍ୟାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ଲୁଚି ରହିଥିବା ଜଣା ପଡ଼ୁଛି ବୋଲି ଟ୍ରିବ୍ୟୁନାଲ କହିଛି। ଆପୋଷ ବୁଝାମଣା ମଧ୍ୟରେ ନେଣଦେଣର କାରଣରୁ ଇନସାଲଭେନ୍ସି ଆଇନର ଧାରା ୫(୮) ଅନୁଯାୟୀ ବିତ୍ତୀୟ କାର୍ଯ୍ୟର ପରିଭାଷା ମଧ୍ୟରେ ଆସିନଥାଏ। ୟସ ବ୍ୟାଙ୍କ ୧୪୭.୬ କୋଟି ଟଙ୍କା ଋଣ ଦେଇଥିଲା। ଏବଂ ପରେ ଋଣର ସୁରକ୍ଷା ପାଇଁ ଏସେଟ ରିକନଷ୍ଟ୍ରକସନ କମ୍ପାନୀକୁ ବିକ୍ରି କରିଦେଇଥିଲା। 


ଜାଣନ୍ତୁ କଣ ଥିଲା ପୂରା ମାମଲା


NCLAT ଅକ୍ଟୋବର ୨୭ ତାରିଖରେ NCLT ପକ୍ଷରୁ ଜାରି କରାଯାଇଥିବା ଆଦେଶକୁ ଖରଜ କରିଦିଆଯାଇଥିଲା। ଏନସିଏଲଟିର ମୁମ୍ବାଇ ଖଣ୍ଡପୀଠ ସୁରକ୍ଷା ଆସେଟ ରିକନଷ୍ଟ୍ରକସନର ଯାଚିକାର ଆଧାରରେ ମେକ ଷ୍ଟାର ମାର୍କେଟିଂ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲା। ୟସ ବ୍ୟାଙ୍କ ପକ୍ଷରୁ ସୁରକ୍ଷା ଆସେଟ ରିକନଷ୍ଟ୍ରକସନର ଋଣ ଦେବାକୁ ଅଧିଗ୍ରହଣ କରାଯାଇଥିଲା। ୟସ ବ୍ୟାଙ୍କ ମେକ ଷ୍ଟାର ମାର୍କେଟିଂ ୧୪୭.୬ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ଦୁଇ ବର୍ଷ ପୂର୍ବରୁ ଶହେ କୋଟି ଟଙ୍କା ବିଲ୍ଡିଂର ମରାମତି ପାଇଁ ଦିଆଯାଇଥିଲା। କିନ୍ତୁ ୯୯ ପ୍ରତିଶତ ଟଙ୍କା ଗୋଟିଏ ଦିନ କିମ୍ବା ତାହାଠାରୁ ମଧ୍ୟ କମ ଦିନରେ ୟସ ବ୍ୟାଙ୍କ ନିକଟକୁ ଫେରି ଆସିଥିଲା। ତେବେ ଏହି ନେଣଦେଣକୁ ଆପୋଷ ବୁଝାମଣା ମଧ୍ୟରେ ଏହି ନେଣଦେଣ ହେଉଥିବା ନେଇ ଏନସିଏଲଏଟି କହିଥିଲା। ବିଗତ ବର୍ଷ ସେପ୍ଟେମ୍ବର ମାସରେ ମେକ ଷ୍ଟାର ବିପକ୍ଷରେ ଏନସିଏଲଟି ଇନସାଲେଭେନ୍ସି ମାମଲା ରୁଜୁ କରିଥିଲା। 


ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଇଡ଼ି ମେକ ଷ୍ଟାର ଗ୍ରୁପ ମାମଲାରେ ୟସ ବ୍ୟାଙ୍କର ସିଇଓ ରାଣା କପୁରଙ୍କୁ ଗିରଫ କରିଥିଲା। ଏଚଡିଆଇଏଲ ମେକ ଷ୍ଟାର ଗ୍ରୁପର ଏକ ଅଂଶ ଥିଲା ଓ ସେ ମେକ ଷ୍ଟାର କୁ ବ୍ୟାଙ୍କର ଅନ୍ୟ ଅଂଶକାରୀମାନଙ୍କୁ ନ ଜଣାଇ ୟେସ ବ୍ୟାଙ୍କରୁ ଋଣ ନେଇଥିଲେ। ମେକ ଷ୍ଟାର ଗ୍ରୁପର କିଛି ନୂଆ ପ୍ରୋଜେକ୍ଟର ନବୀକରଣ ନାଁରେ ଏହି ଋଣ ନେଇଥିଲେ।