Dussehra Tragedy : ବିଜୟ ଦଶମୀରେ ଅଘଟଣ ।  ଚାହୁଁ ଚାହୁଁ ମାଡି ଆସିଲା ମୃତ୍ୟୁ । ଦୁର୍ଗା ବିସର୍ଜନ ବେଳେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ମଧ୍ୟ ରହିଛନ୍ତି । ବିଜୟା ଦଶମୀରେ ପଶ୍ଚିମବଙ୍ଗ ଜଲପାଇଗୁଡିରେ ଘଟିଯାଇଛି ବଡ ଅଘଟଣ । ମାଲ ନଦୀରେ ଦୁର୍ଗା ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ହଠାତ୍ ବନ୍ୟା ପାଣି ମାଡି ଆସିବା ଯୋଗୁଁ ପାଖାପାଖି ୪୦ ଜଣ ଭାସିଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏକାଧିକ ଲୋକେ ଏବେବି ନିଖୋଜ ଅଛନ୍ତି । ପୋଲିସ୍ ଓ ଏନଡିଆରଏଫ ଟିମ୍ ପକ୍ଷରୁ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜଲପାଇଗୁଡି ଜିଲ୍ଲା ପ୍ରଶାସନ ପକ୍ଷରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ,ଗତକାଲି(ବୁଧବାର) ସନ୍ଧ୍ୟା ସମୟରେ ଏହି ଅଘଟଣ ଘଟିଥିଲା । ସନ୍ଧ୍ୟାରେ ୪୦ରୁ ଅଧିକ ଲୋକେ ମାଲବଜାର ନିକଟ ମାଲ ନଦୀରେ ମା' ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ କରୁଥିଲେ । ହଠାତ୍ ଏତିକି ବେଳେ ନଦୀରେ କୃତ୍ରିମ ବନ୍ୟା ଆସିଥିଲା । ଫଳରେ ସମସ୍ତେ ଭାସି ଯାଇଥିଲେ । କିନ୍ତୁ ଠିକ୍ ସମୟରେ ଉଦ୍ଧାର କାର୍ଯ୍ୟ ଯୋଗୁଁ ଉଛୁଳା ନଦୀରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି । ହେଲେ ଏଥିରେ ୮ ଜଣ ପ୍ରାଣ ହରାଇ ଥିବାବେଳେ ଏବେ ବି କିଛି ଲୋକ ନଦୀରେ ନିଖୋଜ ଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଜଲପାଇଗୁଡି ଅଘଟଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏବଂ ଆତ୍ମୀୟଙ୍କୁ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ଉତ୍ତରପ୍ରଦେଶ ଆଗ୍ରାରେ ଯମୁନା ନଦୀରେ ଦୁର୍ଗା ବିସର୍ଜନ ବେଳେ ମଧ୍ୟ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।  ମୃତକତଙ୍କ ମଧ୍ୟରେ ଜଣେ ୧୫ ବର୍ଷିୟ ନାବାଳକ ରହିଥିବା ବେଳେ ଜଣେ ୨୨ ବର୍ଷିୟ ଓ ୧୯ ବର୍ଷିୟ ଯୁବକ ରହିଛନ୍ତି। 


 



ଅନ୍ୟପଟେ,ରାଜସ୍ଥାନର ଆଜମେର ଜିଲ୍ଲାରୁ ମଧ୍ୟ ଆସିଛି ଦୁଖଃଦ ଖବର। ବୁଧବାର ଦିନ ମୂର୍ତ୍ତୀ ବିସର୍ଜନ ବେଳ ୬ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର କିଛି ଲୋକେ ଦୁର୍ଗା ମୂର୍ତ୍ତି ବିସର୍ଜନ ପାଇଁ ଏକ ନାଳକୁ ଯାଇଥିଲେ । ହେଲେ ବର୍ଷା ଜଳରେ ନାଳଟି ପୂର୍ଣ୍ଣ ଥିବାରୁ ନାଳର ଗଭୀରତା ସେମାନେ ଜାଣି ପାରି ନ ଥିଲେ । ଦୁର୍ଗା ବିସର୍ଜନ ପାଇଁ ନାଳକୁ ଯାଇଥିବା ବେଳେ ୬ ଜଣ ଭାସି ଯାଇଥିଲେ।  ସେମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ ଏନଡିଏଆରଏଫ, ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା । ପରେ ୬ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟବଚ୍ଛେଦ ପରେ ମୃତଦେହ ଗୁଡିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।