ଲକ୍ଷ୍ନୌ: ଗତ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (UP Assembly Poll 2017) ପରେ ସମାଜବାଦ ପାର୍ଟି-ଏସପି (SP-Samajawadi Party) ବିଭାଜିତ ହେବା ସହ ପ୍ରଗତିଶୀଳ ସମାଜବାଦ ପାର୍ଟି-ଲୋହିଆ (Pragatisheel Samajwadi Party-Lohia)ନାମକ ଏକ ଦଳ ଗଠିତ ହୋଇଥିଲା। ଏହି ଦଳର ପ୍ରତିଷ୍ଠାତା ଥିଲେ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ଏସପିର ପୂର୍ବତନ ରାଜ୍ୟଶାଖା ଅଧ୍ୟକ୍ଷ ଶିବପାଲ ସିଂହ ଯାଦବ (Shivpal Singh Yadav)।         


COMMERCIAL BREAK
SCROLL TO CONTINUE READING

ସମାଜବାଦ ପାର୍ଟି ମଧ୍ୟରେ କ୍ଷମତା ବିସ୍ତାରକୁ ନେଇ ଦାଦା ଶିବପାଲଙ୍କ ସହ ମୁହାଁମୁହାଁ ହୋଇଥିଲେ ଦଳୀୟ ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ (Akhilesh yadav)। ଏହି ବିବାଦକୁ ନେଇ ଉଭୟଙ୍କ ସମ୍ପର୍କରେ ଜମାଟ ବାନ୍ଧିଥିଲା ବରଫ। ଯାହା ଏବେ ତରଳିବାକୁ ଆରମ୍ଭ କରିଛି। ଏପରିକି ଅଖିଲେଶଙ୍କ ସହ ମେଣ୍ଟ କରିବା ନେଇ ଜଣାଇଛନ୍ତି ଶିବପାଲ।  


ଗତ ମଙ୍ଗଳବାର ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବହରାଇଚ ଠାରେ ପହଞ୍ଚିଥିବା ଶିବପାଲ ଯାଦବ କହିଛନ୍ତି ଯଦି ଆସନ୍ତା ୨୦୨୨ ୟୁପି ବିଧାନସଭା ନିର୍ବାଚନରେ ​​ସମ୍ମାନଜନକ ଆସନ ମିଳେ, ତାହାଲେ ସମାଜବାଦୀ ପାର୍ଟି ସହ ଗଠବନ୍ଧନ କରିବାକୁ ପ୍ରସ୍ତୁତ ଅଛନ୍ତି। ଏସପି ସଭାପତି ଅଖିଳେଶ ଯାଦବଙ୍କ ସହ ତାଙ୍କର କୌଣସି ମତଭେଦ ନାହିଁ। ପ୍ରତ୍ୟେକ ଘରେ ପାର୍ଥକ୍ୟ ଘଟେ, ମନରେ କୌଣସି ପାର୍ଥକ୍ୟ ରହିବା ଉଚିତ୍ ନୁହେଁ ବୋଲି ସେ ଜଣାଇଛନ୍ତି। 


ସେ କହିଛନ୍ତି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ସହ ମୁକାବିଲା କରିବାକୁ ଆମେ ସମସ୍ତ ପ୍ରମୁଖ ରାଜନୈତିକ ଦଳ ସହ ଏକ ମେଣ୍ଟ ଗଠନ କରିବୁ। ୨୦୧୯ ଲୋକସଭା ନିର୍ବାଚନରେ ​​ବିଏସପି (BSP)ଏବଂ ଆରଏଲଡି (RLD)ସହ ମେଣ୍ଟ କରିବା ସତ୍ତ୍ୱେ ମଧ୍ୟ ଏସପି ମୁଖିଆ ଅଖିଳେଶ ଯାଦବ ତାଙ୍କସ ଦାଦାଙ୍କ ଦଳ ସହ ଗଠବନ୍ଧନ କରିବାକୁ ଆଗ୍ରହୀ ଅଛନ୍ତି। ନିକଟରେ ସେ ଘୋଷଣା କରିଛନ୍ତି ଜସୱନ୍ତନଗର ଆସନରେ ଦାଦାଙ୍କ ବିରୁଦ୍ଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଯଦି ସମାଜବାଦ ପାର୍ଟି ସରକାର ଗଠିତ ହୁଏ ତାହେଲେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯିବ।


ଯେତେବେଳେ ଶିବପାଲଙ୍କୁ ଅଖିଲେଶଙ୍କ ଏହି ଘୋଷଣା ବାବଦରେ ପଚାରାଯାଇଥିଲା ସେ କହିଥିଲେ କିଏ କଣ କହୁଛି ତାକୁ ନେଇ ଆମେ ଚିନ୍ତିତ ନୁହେଁ। ପ୍ରଥମେ ଆମ ଦଳ ଏବଂ ସଙ୍ଗଠନକୁ ମଜବୁତ କରିବାକୁ ହେବ। ଏହା ପରେ ବିଜେପିକୁ କ୍ଷମତାରୁ ହଟାଇବାକୁ ହେବ। ଆମର ପୃଥକ ଦଳ ଗଠନ କରାଯାଇଛି। ଆମର ସମର୍ଥକ ରାଜରାସ୍ତାକୁ ଓହ୍ଲାଇବାକୁ ଯାଉଛନ୍ତି। କିଛି ଦିନ ପୂର୍ବେ ଅଖିଳେଶ ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ସମାଜବାଦୀ ପାର୍ଟି ଆଗାମୀ ୟୁପି ବିଧାନସଭା ନିର୍ବାଚନରେ ​​କୌଣସି ବଡ ଦଳ ସହ ମେଣ୍ଟ କରିବ ନାହିଁ। ଛୋଟ ଦଳ ସହ ଗଠବନ୍ଧନ କରି ନିର୍ବାଚନ ଲଢିବାକୁ ଚେଷ୍ଟା କରିବ।