ଏହି ରାଜ୍ୟ ସରକାର ୭ ଲକ୍ଷ ଲୋକଙ୍କୁ ଦେବେ ରୋଜଗାର, ଜାଣନ୍ତୁ କେବେ ଆରମ୍ଭ ହେବ ପ୍ରକ୍ରିୟା
ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ସମ୍ପୃକ୍ତ ବିଭାଗର ଅଫିସିଆଲ୍ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।
ଭୋପାଳ: ମଧ୍ୟପ୍ରଦେଶରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ଅଛି । ରାଜ୍ୟର ଶିବରାଜ ସରକାର (Shivraj government) ୭ ଲକ୍ଷ ୬୮ ହଜାର ଲୋକଙ୍କୁ ରୋଜଗାର ଦେବେ । ଏହାର ଘୋଷଣା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ (Shivraj Singh Chauhan) ବନ ବିଭାଗ ସହ ହୋଇଥିବା ବୈଠକରେ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ୭ ଲକ୍ଷ ଯୁବକଙ୍କୁ ୧୦୦ ଦିନ ମଧ୍ୟରେ ଜଙ୍ଗଲ ବିଭାଗ (Forest Department) ରେ ନିଯୁକ୍ତି ଦିଆଯିବ ।
ଅଧିକ ପଢ଼ନ୍ତୁ:-PF ଖାତାଧାରୀଙ୍କୁ ଲାଗିବ ବଡ଼ ଝଟକା!
ସିଏମ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ତରଫରୁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ଏ ସମ୍ପର୍କରେ ବିଭିନ୍ନ ବିଭାଗରୁ ଶୀଘ୍ର ସୂଚନା ମଗାଯିବ । ଏହା ପରେ ମ୍ୟାପିଂ କରାଯିବ ଏବଂ ବିଜ୍ଞପ୍ତି ପ୍ରକାଶ ପାଇବ ।
ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ସମ୍ପୃକ୍ତ ବିଭାଗର ଅଫିସିଆଲ୍ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ସୂଚନା ଅନୁଯାୟୀ, ଏହି ନିଯୁକ୍ତି ଏପ୍ରିଲ ମାସରୁ ଆରମ୍ଭ ହେବ । ତଥାପି ସିଏମ୍ ପକ୍ଷରୁ ସୂଚନା ଦିଆଯାଇ ନାହିଁ ଯେ ଭର୍ତ୍ତି ମାଧ୍ୟମରେ କେଉଁ କେଉଁ ବିଭାଗରେ ନିଯୁକ୍ତି ଦିଆଯିବ ।
ଅଧିକ ପଢ଼ନ୍ତୁ:-ବଡ଼ ଖବର: ୩୩ ଲକ୍ଷ ଅଯୋଗ୍ୟ ଚାଷୀଙ୍କ ଠାରୁ ଫେରାଇ ନିଆଯିବ 'ପିଏମ କିଷାନ ନିଧି'ର ଟଙ୍କା!
ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ମଧ୍ୟପ୍ରଦେଶ ପ୍ରଫେସନାଲ ପରୀକ୍ଷା ବୋର୍ଡ (MPPEB) ତରଫରୁ ୪୦୦୦ ପୋଲିସ ପଦ ପାଇଁ ନିଯୁକ୍ତ କରାଯାଉଛି । ଏଥିପାଇଁ ଲିଖିତ ପରୀକ୍ଷା ମାର୍ଚ୍ଚ ୬ରେ ଅନୁଷ୍ଠିତ ହେବ । ଏହି ସମୟରେ ବୋର୍ଡ ଆଡମିଟ୍ କାର୍ଡ ଦେବା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛି । ସୂଚନା ଅନୁଯାୟୀ, ଫେବୃଆରୀ ଶେଷ ସପ୍ତାହ ସୁଦ୍ଧା ଆଡମିଟ୍ କାର୍ଡ ଜାରି କରିଦିଆଯିବ ।