Shocking News: ଦୁନିଆରେ ଅନେକ ସମୟରେ ବହୁ ଅଜବ ଘଟଣା ସାମ୍ନାକୁ ଆସିଥାଏ । ଯାହା ଶୁଣି ସହଜରେ ବିଶ୍ବାସ କରିହୁଏ ନାହିଁ । ଆଉ କେତେକ ଘଟଣାକୁ ନିଜ ଆଖିରେ ନଦେଖିଲେ ବିଶ୍ବାସ କରିବା କଷ୍ଟକର ହୋଇଥାଏ । ତେବେ ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ତାଜୁବ ହୋଇଯିବେ ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ବିବାହର ମାତ୍ର ୩ ମିନିଟ୍ ପରେ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି ନବ ଦମ୍ପତ୍ତି । ଆଜ୍ଞା ହିଁ, ଶୁଣିବାକୁ ଅଜବ ଲାଗୁଥିବା ଏହି ଘଟଣାଟି କିନ୍ତୁ ବାସ୍ତବରେ ଘଟିଛି । ଏହି ବିବାହ ବିଚ୍ଛେଦ ପଛର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରକୃତରେ, ବିବାହ ପରେ କନ୍ୟା ବିଦାୟୀ ନେଇ ପ୍ରସ୍ତୁତି ଚାଲିଥିଲା । ଠିକ୍ ଏହି ସମୟରେ ବର ଜଣକ କୌଣସି କଥାକୁ ନେଇ ଥଟ୍ଟା କରିଥିଲେ । ଯାହା ପରେ କଥା ଛାଡପତ୍ର ଯାଏଁ ପହଁଞ୍ଚିଥିଲା । ବାସ୍ତବରେ, ବିବାହର ସମସ୍ତ ଆଇନଗତ ପ୍ରକ୍ରିୟା ସରିବା ପରେ ବର ଓ କନ୍ୟା କୋର୍ଟ ରୁମରୁ ବାହାରକୁ ଯାଉଥିଲେ। ଏତିକି ବେଳେ କନ୍ୟା ଜଣକ ହଠାତ୍ ତଳେ ପଡ଼ିଯାଇଥିଲେ । ଏହା ଦେଖି ବର ଜଣଙ୍କ କନ୍ୟାଙ୍କୁ ର୍ନିବୁଦ୍ଧିଆ ବୋଲି କହିଥିଲେ । ବାସ୍ ସ୍ବାମୀଙ୍କ ଏହି କଥା ଶୁଣି ରାଗିରେ ଗରଗର ହୋଇଯାଇଥିଲେ କନ୍ୟା ।  ଏହାପରେ ସେ ବିଚାରପତିଙ୍କ ନିକଟକୁ ଯାଇ ବିବାହ ବାତିଲ କରିବାକୁ କହିଥିଲେ । ତେବେ ମାତ୍ର ୩ ମିନିଟ୍ ପୂର୍ବରୁ ହୋଇଥିବା ବିବାହକୁ ବାତିଲ କରିବା ନେଇ ଜଜ୍ ଘୋଷଣା କରିଥିଲେ।


ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା କୁଏତ (Kuwait)ରେ ଘଟିଥିବା ଚର୍ଚ୍ଚା ହେଉଛି । ଏହାକୁ କୁଏତର ସବୁଠାରୁ କମ୍ ସମୟ ବିବାହ (kuwait shortest marriage) ବୋଲି କୁହାଯାଇଛି । ଏହି ବିବାହକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବହୁ ଲୋକ ଏଭଳି ନିଷ୍ପତ୍ତି ପାଇଁ କନ୍ୟାକୁ ପ୍ରଶଂସା କରୁଥିବା ଜଣାପଡ଼ିଛି । କିଛି ଲୋକ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଯେଉଁଠାରେ ବିବାହ ଆରମ୍ଭରୁ ପରସ୍ପରକୁ ନେଇ ସମ୍ମାନ ନାହିଁ, ସେଭଳି ସମ୍ପର୍କ ଭାଙ୍ଗିଯିବା ଭଲ’।  ଆଉ କିଛି ଲୋକେ କହିଛନ୍ତି ଯେ, ‘ଯଦି କେହି ନିଜ ଜୀବନସାଥୀ ସହିତ ଆରମ୍ଭରୁ ଏହି ପ୍ରକାରର କାର୍ଯ୍ୟ କରୁଛନ୍ତି, ତେବେ ଏପରି ବିବାହ ଗ୍ରହଣୀୟ ନୁହେଁ, ଏଭଳି ପରିସ୍ଥିତିରେ, ଆରମ୍ଭରେ ସମ୍ପର୍କ ଭାଙ୍ଗିବା ସମ୍ପୂର୍ଣ୍ଣ ଠିକ୍’ । ଅନ୍ୟପଟେ କିଛି ଲୋକ କନ୍ୟାଙ୍କ ଏଭଳି ପଦକ୍ଷେପକୁ ପସନ୍ଦ କରିନଥିବା ଦେଖିବାକୁ ମିଳିଛି ।


Also Read-Elon Musk: ଡେଟ୍ ନକରି ନିଜ ସ୍ପର୍ମ ଦେଇଥିଲେ ଏଲନ ମସ୍କ, ଜାଣନ୍ତୁ କିଏ ସେହି ମହିଳା