ସାଟେଲାଇଟ ଫଟୋରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ; ପେଙ୍ଗାଙ୍ଗ ହ୍ରଦ ଅଞ୍ଚଳରୁ ଏପର୍ଯ୍ୟନ୍ତ ହଟିନାହିଁ ଡ୍ରାଗନ ଆର୍ମି
ପୁଣି ଥରେ ପେଙ୍ଗାଙ୍ଗ ହ୍ରଦ ଅଞ୍ଚଳରେ ଚୀନ ସାମରିକ ଉପସ୍ଥିତି ବଢାଇଥିବା ନେଇ ସାଟେଲାଇଟ ଫଟୋରୁ ଜଣାପଡିଛି ।
ନୂଆଦିଲ୍ଲୀ: ପୂ୍ର୍ବ ଲଦାଖର ଗଲୱାନ ହୋଇଥିବା ସାମରିକ ସଂଘର୍ଷରେ ଚୀନ ସେନା(chinese army) ଅର୍ଥାତ ଡ୍ରାଗନ ଆର୍ମିକୁ(dragon army) ମୁହଁତୋଡ ଜବାବ ଭାରତୀୟ ସେନା । ହେଲେ ପ୍ରତିଦ୍ୱନ୍ଦୀ ଭାରତ ପକ୍ଷରୁ ଜୋରଦାର ଝଟକା ମିଳିବା ପରେ ଚୀନ ଆଭିମୁଖ୍ୟ ଆସିନାହିଁ କୌଣସି ପରିବର୍ତ୍ତନ । ଜୁନ୧୫-୧୬ ମଧ୍ୟରାତ୍ରୀରେ ହୋଇଥିବା ମୁହାଁମୁହଁ ଘଟଣା ପରେ ସୀମାରେ ସ୍ଥିରତା ଏବଂ ଶାନ୍ତି ବଜାୟ ରଖିବାକୁ ସମ୍ମତି ଜଣାଇଥିଲା ଚୀନ ।
ହେଲେ ପୁଣି ଥରେ ଚୀନ ଦ୍ୱାରା କରାଯାଇଥିବା ଚାଲବାଜି ଏବେ ସାମ୍ନାକୁ ଆସିଛି । ଭାରତ-ଚୀନ ସୀମାକୁ ପୃଥକ କରୁଥିବା ପ୍ରକୃତ ନିୟନ୍ତ୍ରଣ ସୀମାରେଖା-ଏଲଏସି(Line of Actual Control-LAC) ସଂଲଗ୍ନ ପେଙ୍ଗାଙ୍ଗ ହ୍ରଦ ଅଞ୍ଚଳର ଫିଙ୍ଗର-୪ କ୍ଷେତ୍ରରୁ ୩ କିଲୋମିଟର ଦୂରରେ ଚୀନର ପିପୁଲ୍ସ ଲିବରସେନ ଆର୍ମି-ପିଏଲଏ(Peoples Liberation Army-PLA) ସୈନିକ ବର୍ତ୍ତମାନ ମଧ୍ୟ ସେଠାରେ ଉପସ୍ଥିତ ଥିବା ନେଇ ସାଟେଲାଇଟରୁ ଫଟୋ ଜଣାପଡିଛି ।
ପେଙ୍ଗାଙ୍ଗ ହ୍ରଦର ଫିଙ୍ଗର-୪ ଅଞ୍ଚଳରୁ ୪ କିମି ଦୂରରେ ପିଏଲଏର ଉପସ୍ଥିତି ବାବଦରେ ସ୍ପଷ୍ଟ ହୋଇଛି । ଅର୍ଥାତ୍ ଚୀନ ସେନାର କ୍ୟାମ୍ପ ମଧ୍ୟ ସେଠାରେ ଉପସ୍ଥିତ ରହିଛି ।
ଏଲଏସିରେ ଚୀନ ଦ୍ୱାରା ଚାଲିଥିବା ଏହି ଷଡଯନ୍ତ୍ର ସାଟେଲାଇଟ ଫଟୋ ମାଧ୍ୟମରେ ସାମ୍ନାକୁ ଆସିଛି। ଓପନ୍ ସୋର୍ସ ଇଣ୍ଟେଲିଜେନ୍ସ ଆନାଲିଷ୍ଟ ଡେଟ୍ରେସ୍ଫା ପକ୍ଷରୁ ଏହି ଫଟୋ ଜାରି କରାଯାଇଛି ।
ଲଦାଖରେ ଚୀନ୍ ପକ୍ଷରୁ ଚାଲିଥିବା ଷଡଯନ୍ତ୍ରର ୭ ପ୍ରମାଣ...
ଏଲଏସି ଅଞ୍ଚଳରେ ଚୀନ ସେନା ଅନୁପ୍ରବେଶର ସାଟେଲାଇଟ୍ ଫଟୋ
ପେଙ୍ଗାଙ୍ଗ ହ୍ରଦ ନିକଟରେ ଚୀନ୍ ଦ୍ୱାରା କରାଯାଇଥିବା ୧୪ଟି ତୋପ ନିୟୋଜନ
ଗଲୱାନ୍ ଉପତ୍ୟାକା ଏବଂ ପେଙ୍ଗାଙ୍ଗ ହ୍ରଦ ଅଞ୍ଚଳରେ ଜାଣିଶୁଣି ଅନୁପ୍ରବେଶ କରିବାକୁ କରାଯାଇଥିବା ଷଡଯନ୍ତ୍ର
ଗଲୱାନ୍ ସଂଘର୍ଷ ପରେ ୨୪ଟି ଯୁଦ୍ଧ ବିମାନ ଚୀନର ହୋଟାନ୍ ବିମାନବନ୍ଦରରେ ନିୟୋଜନ
ପଙ୍ଗାଙ୍ଗ ହ୍ରଦ ନିକଟରେ ଚୀନ ପକ୍ଷରୁ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ
୧୫ ଜୁନରୁ ୨୨ ଜୁନ ମଧ୍ୟରେ ପିଏଲଏର ଉପସ୍ଥିତି ବାବଦରେ ସାଟାଲାଇଟ ଫଟୋରୁ ମିଳିଥିବା ତଥ୍ୟ
ଓପୋନ ସୋର୍ସ ଇଣ୍ଟେଲିଜେନ୍ସ ଆନାଲିଷ୍ଟ ଡେଟ୍ରେସ୍ଫା ଦ୍ୱାରା ପ୍ରକାଶିତ ସାଟେଲାଇନ ଫଟୋ
ଭାରତ ସହ ବୁଝାମଣା ବାହାନାରେ ଚୀନ୍ ସୀମାରେ ସୈନ୍ୟ ଉପସ୍ଥିତିକୁ ବଢାଇବାରେ ଲାଗିଛି । କଥାବାର୍ତ୍ତା ନାଁରେ ଚୀନ ଭାରତକୁ ପ୍ରତାରଣା କରିବାରେ ଲାଗିଛି । ଚୀନ୍ ସେନା ପେଙ୍ଗାଙ୍ଗ ହ୍ରଦ ନିକଟରେ ଏକ ହେଲିପ୍ୟାଡ୍ ନିର୍ମାଣ କରୁଛି । ଏହା ସହିତ ୧୫୦ କିମି ଦୂରରେ ଅନ୍ୟ ଏକ ହେଲିପ୍ୟାଡ ପ୍ରସ୍ତୁତ କରୁଛି ଚୀନ। ଗୋଟିଏ ପରେ ଚୀନ ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା କରିବାକୁ କହୁଥିବା ବେଳେ ଅନ୍ୟପଟେ ସୀମାନ୍ତରେ ସୈନ୍ୟ ନିୟୋଜନକୁ ବଢାଇଚାଲିଛି।
ଭାରତ ବିରୁଦ୍ଧରେ ସାମରକି ଷଡଯନ୍ତ୍ର ରଚିବା ଜାରି ରଖିଛି ଚୀନ। ସାଟେଲାଇଟ୍ ଫଟୋ ଦ୍ୱାରା ପ୍ରକାଶିତ ତଥ୍ୟ ଦ୍ୱାରା ଏହା ନିଶ୍ଚିତ ହୋଇଛି ଚୀନ ସେନା କ୍ରମାଗତ ଭାବରେ ପେଙ୍ଗାଙ୍ଗ ହ୍ରଦ ଅଞ୍ଚଳରେ ସାମରିକ ଉପସ୍ଥିତିକୁ ବଢାଇବାକୁ ଉଦ୍ୟମ ଜାରିରଖିଛି।