Jharkhand cash scandal: କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ (Sonia Gandhi) ନଗଦ ଟଙ୍କା ଦୁର୍ନୀତିରେ ଫସି ରହିଥିବା ଦଳର ତିନି ଜଣ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି । ଏହି ତିନିଜଣ ବିଧାୟକ ଦଳର ଝାଡଖଣ୍ଡ (Jharkhand) ୟୁନିଟରେ ଅଟନ୍ତି ଓ ଶନିବାର ଦିନ ସନ୍ଧ୍ୟାରେ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ନଗଦ ଟଙ୍କା ଜବତ କରାଯାଇଛି । ଦଳର ସାଧାରଣ ସମ୍ପାଦକ ତଥା ଝାଡଖଣ୍ଡର କଂଗ୍ରେସ (Jharkhand Congress) ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେ (Avinash Pandey) କହିଛନ୍ତି ଯେ ତୁରନ୍ତ ତିନିଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଯେଉଁମାନେ ଏଥିରେ ଜଡିତ ଅଛନ୍ତି ସେମାନଙ୍କୁ ମଧ୍ୟ ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଅବିନାଶ ପାଣ୍ଡେ କହିଛନ୍ତି, "ଝାଡଖଣ୍ଡର କିଛି ବିଧାୟକଙ୍କୁ କୋଲକାତା ପୋଲିସ ବହୁ ନଗଦ ଟଙ୍କା ସହ ଧରିଛି । ସେଠାରେ ବିଧାୟକମାନଙ୍କୁ ଭୟଭୀତ କରି ସରକାରଙ୍କୁ ଅସ୍ଥିର କରିବା ପାଇଁ ଉଦ୍ୟମ ଚାଲିଛି । ବିଜେପିର ଏହି ଉଦ୍ୟମ ବିରୁଦ୍ଧରେ ନିକଟ ଅତୀତରେ ଏଫ୍ଆଇଆର୍ ମଧ୍ୟ ପଞ୍ଜୀକୃତ ହୋଇଥିଲା । ଜଣେ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ଯୋଗାଯୋଗରେ ଅଛନ୍ତି, ଜଣେ କେନ୍ଦ୍ର ମନ୍ତ୍ରୀ ବିଧାୟକମାନଙ୍କୁ ଧମକ ଦେଉଛନ୍ତି ।"


ଅବିନାଶ କହିଛନ୍ତି ଯେ ମହାରାଷ୍ଟ୍ରରେ ସରକାର ବଦଳିଛି କିନ୍ତୁ ଏକ ମାସ ପରେ ମଧ୍ୟ କ୍ୟାବିନେଟ ଗଠନ ହୋଇନାହିଁ । ଛତିଶଗଡରେ ମଧ୍ୟ ଏଜେନ୍ସି ମାଧ୍ୟମରେ ସରକାରଙ୍କୁ ହଇରାଣ କରିବାକୁ ଉଦ୍ୟମ କରାଯାଉଛି । ରାଜସ୍ଥାନରେ ପ୍ରୟାସ ହୋଇଛି । ଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମିଡିଆ ମୁଖ୍ୟ ପୱନ ଖେରା ମଧ୍ୟ ଉପସ୍ଥିତ ଥିଲେ । ଏଥିସହ ସେ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ।



ପଶ୍ଚିମବଙ୍ଗରେ ଝାଡ଼ଖଣ୍ଡର ତିନିଜଣ ବିଧାୟକଙ୍କୁ ବିପୁଳ ପରିମାଣର ନଗଦ ଟଙ୍କା ସହ ଧରାଯିବା ପରେ କଂଗ୍ରେସ ଅଭିଯୋଗ କରିଛି ଯେ ରାଜ୍ୟରେ ମିଳିତ ସରକାରକୁ ହଟାଇବା ପାଇଁ ଉଦ୍ଦିଷ୍ଟ 'ଅପରେସନ୍ ଲୋଟସ୍' କୁ ପର୍ଦ୍ଧାଫାଶ ହୋଇଛି । କଂଗ୍ରେସ ଏହାର ରାଜ୍ୟ ୟୁନିଟରୁ ରିପୋର୍ଟ ମାଗିଛି । ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି, ଦିଲ୍ଲୀର 'ହମ୍ ଦୋ'ର ଗେମ୍ ପ୍ଲାନ ହେଉଛି ଇଡି ଯୋଡ଼ି ଲଗାଇ ମହାରାଷ୍ଟ୍ରରେ ଯାହା କରିଥିଲେ ତାହା ଝାଡ଼ଖଣ୍ଡରେ କରିବା । 


ଶନିବାର ଦିନ ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲାରେ ଝାଡଖଣ୍ଡର ତିନି ଜଣ ବିଧାୟକଙ୍କୁ ପୋଲିସ ଗିରଫ କରିଥିଲା । କୁହାଯାଉଛି ଯେ ଏହି ତିନିଜଣ ବିଧାୟକ ଯାତ୍ରା କରୁଥିବା ଗାଡିରେ ୪୮ ଲକ୍ଷରୁ ଅଧିକ ମୂଲ୍ୟର ନଗଦ ଟଙ୍କା ଜବତ କରାଯାଇଛି ।


ଏହା ବି ପଢ଼ନ୍ତୁ: ଉଦ୍ଧବ ଠାକରେଙ୍କୁ ଖୋଲା ଚେତାବନୀ ଦେଲେ ମହାରଷ୍ଟ୍ର ମୁଖ୍ୟମନ୍ତ୍ରୀ


ଏହା ବି ପଢ଼ନ୍ତୁ: ଦେଶରେ ଘଟୁଥିବା ହିଂସାତ୍ମକ ଘଟଣାକୁ ନେଇ ବଡ଼ ବୟାନ ଦେଲେ NSA ଅଜିତ ଡୋଭାଲ