ଗାଙ୍ଗୁଲିଙ୍କ ଜୀବନୀକୁ ନେଇ ତିଆରି ହେବ ବଲିଉଡ଼ ଫିଲ୍ମ, ମୁଖ୍ୟ ଭୂମିକାରେ ଅଭିନୟ କରିବେ ରଣବୀର!
ଟିମ୍ ଇଣ୍ଡିଆର (Team India) ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି (BCCI President) ସୌରଭ ଗାଙ୍ଗୁଲି (Sourav Ganguly) ନିଜ ବାୟୋପିକକୁ ତିଆରି ହେବାକୁ ନେଇ ବହୁତ ଖୁସି ଅଛନ୍ତି ।
ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି (Mahendra Singh Dhoni), ସଚିନ ତେନ୍ଦୁଲକର (Sachin Tendulkar) ଓ ମହମ୍ମଦ ଅଜହରୁଦ୍ଦିନଙ୍କ (Mohammad Azharuddin) ପରେ ସୌରଭ ଗାଙ୍ଗୁଲିଙ୍କ (Sourav Ganguly) ଜୀବନୀକୁ ବର୍ତ୍ତମାନ ରୂପେଲି ପରଦାରେ ଅଣାଯିବ । ଟିମ୍ ଇଣ୍ଡିଆର (Team India) ପୂର୍ବତନ ଅଧିନାୟକ ମଧ୍ୟ ଏହାକୁ ନେଇ ବହୁତ ଖୁସି ଅଛନ୍ତି ।
'ଦାଦା' କଲେ ଘୋଷଣା
ଟିମ୍ ଇଣ୍ଡିଆର (Team India) ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନିଜ ଟ୍ୱିଟରରୁ ଏହାର ଘୋଷଣା କରିଛନ୍ତି, ସେ ଲେଖିଛନ୍ତି, 'କ୍ରିକେଟ୍ ମୋର ଜୀବନ, ଏହା ମୋତେ ଚାଲିବା ପାଇଁ ଆତ୍ମବିଶ୍ୱାସ ଓ ଶକ୍ତି ଦେଇଛି, ଏହା ହେଉଛି ଏକ ଯାତ୍ରା । ଏହା ଏକ ଏପରି ଯାତ୍ରା ଯାହାକୁ ଭଲ ପାଇବା ଉଚିତ୍, ଲଭ୍ ଫିଲ୍ମସ୍ ଏକ ବାୟୋପିକ୍ ତିଆରି କରୁଛି ଯେଉଁଥିରେ ମୋର ଯାତ୍ରା ବଡ ପରଦାରେ ଜୀବନ୍ତ ହେବ ।
Luv Films କୁ ମିଳିଲା ଦାୟିତ୍ୱ
Luv Films ଏହାର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖଛି, 'ଆମେ ଘୋଷଣା କରି ବହୁତ ଉତ୍ସାହିତ ଯେ ଲଭ୍ ଫିଲ୍ମସ୍ ଦାଦା ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ତିଆରି କରିବ । ଆମକୁ ଏପରି ଦାୟିତ୍ବ ଦିଆଯାଇଥିବାରୁ ଆମେ ଗର୍ବିତ ଓ ଭବିଷ୍ୟତରେ ଆମେ ଏହି ମହାନ ଇନିଂସକୁ ଅପେକ୍ଷା କରିଛୁ ।
ରଣବୀର କପୁର ଦାଦା ଭୂମିକାରେ ଅଭିନୟ କରିପାରନ୍ତି
ଏକ ଗୁଜବ ଥିଲା ଯେ ହ୍ରିତିକ ରୋଶନଙ୍କୁ ସୌରଭ ଗାଙ୍ଗୁଲି ଭୂମିକାରେ ଅଭିନୟ କରିବାକୁ ମନୋନୀତ କରାଯାଇଥିଲା, କିନ୍ତୁ ପରେ ଖବର ଆସିଥିଲା ଯେ ବଲିଉଡର ସୁପରଷ୍ଟାର ରଣବୀର କପୁର ଦାଦା ଭୂମିକାରେ ଅଭିନୟ କରିପାରନ୍ତି ।
ଅଧିକ ପଢ଼ନ୍ତୁ: ଏଗୁଡ଼ିକ ହେଉଛି ଭାରତର ଟପ୍ ମେଡିକାଲ, ଇଞ୍ଜିନିୟରିଂ ଓ ଏମବିଏ କଲେଜ, ଶିକ୍ଷା ମନ୍ତ୍ରୀ ଜାରି କଲେ ଲିଷ୍ଟ
ସୌରଭ ଗାଙ୍ଗୁଲିଙ୍କ କରିୟର
ସୌରଭ ଗାଙ୍ଗୁଲି ଜଣେ ଭେଟେରାନ୍ ଖେଳାଳି ତଥା ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ କାର୍ଯ୍ୟ ନିଭାଇ ସାରିଛନ୍ତି । ସେ ୧୧୩ ଟେଷ୍ଟ ମ୍ୟାଚରେ ହାରାହାରି ୪୨.୧୭ ରେ ୭,୨୧୨ ରନ୍ ଓ ୩୧୧ ଟି ODI ରେ ୧୧,୩୬୩ ରନ୍ କରିଛନ୍ତି । ODI ରେ ତାଙ୍କ ନାମରେ ୨୨ ଟି ଶତକ ଓ ଟେଷ୍ଟରେ ୧୬ ଟି ଶତକ ରହିଛି ।