Salva Kiir Mayardi Viral Video: ସଦ୍ୟ ଦକ୍ଷିଣ ସୁଡାନ ରାଷ୍ଟ୍ରପତି ସାଲଭା କିର ମୟାର୍ଡିଟଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଦେଶର ସରକାର ଏବଂ ସାମ୍ବାଦିକଙ୍କ ମଧ୍ୟରେ ମୁହାଁମୁହିଁ ଭଳି ପରିସ୍ଥିତି ଉପୁଜିଛି।  କେବଳ ଏତିକି ନୁହେଁ ରାଷ୍ଟ୍ରପତିଙ୍କ ଭିଡିଓ ଭାଇରାଲ ହେବା ମାମଲାରେ ଦେଶରେ ୬ ଜଣ ସାମ୍ବାଦିକଙ୍କୁ ଅଟକ ରଖାଯାଇଛି। ସାମ୍ବାଦିକଙ୍କୁ ଅଟକ ରଖାଯିବା ଘଟଣାରେ ପ୍ରତିକ୍ରିୟା ରଖିଛି ପ୍ରେସ୍ ଫ୍ରିଡମ୍ ୱାଚଡଗ୍ କମିଟି। ଏନେଇ କୁହାଯାଇଛି ଏକ ଅନଧିକୃତ ଭିଡିଓ ଫୁଟେଜ୍ ଜାରି ହେବା ସନ୍ଦେହରେ ସାମ୍ବାଦିକଙ୍କୁ ହେପାଜତକୁ ନିଆଯାଇଛି।


COMMERCIAL BREAK
SCROLL TO CONTINUE READING

ସଦ୍ୟ ସୋସିଆଲ ମିଡ଼ିଆ (Social Media) ମାଧ୍ୟମରେ ଦକ୍ଷିଣ ସୁଡାନ ରାଷ୍ଟ୍ରପତି (South Sudan President) ସାଲଭା କିର ମୟାର୍ଡିଟଙ୍କ (Salva Kiir Mayardit) ଏକ ଭିଡ଼ିଓ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କ ପ୍ୟାଣ୍ଟ ଓଦା ହୋଇ ଯାଇଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ଏକ ସାର୍ବଜନୀନ କାର୍ଯ୍ୟକ୍ରମ ସହ ଜଡ଼ିତ ରହିଥିବା କୁହାଯାଉଛି। ବିଟ୍ରିଶ ସମ୍ବାଦପତ୍ର "ଦି ଗାର୍ଡିଆନ" (British News Paper The Guardian) ଅନୁଯାୟୀ ଦକ୍ଷିଣ ସୁଦାନ ରାଷ୍ଟ୍ରପତି ସାଲଭା କିର ମୟାର୍ଡିଟ ଦେଶର ଜାତୀୟ ସଙ୍ଗୀତ (South Sudan National Anthem) ପାଇଁ ଠିଆ ହୋଇଥିଲେ। ହେଲେ ଏହି ସମୟରେ ତାଙ୍କ ପ୍ୟାଣ୍ଟ ଓଦା ହୋଇ ଯାଇଥିବାର ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତି ବୋଧହୁଏ ପରିସ୍ରା କରି ଦେଇଥିଲେ।  ଯେଉଁ କାରଣରୁ ତାଙ୍କ ପ୍ୟାଣ୍ଟ ଓଦା ହୋଇଯାଇଥିବା କୁହାଯାଉଛି। 


ଏହି କାର୍ଯ୍ୟକ୍ରମରେ ମିଡିଆ କ୍ୟାମେରା ମଧ୍ୟ ଉପସ୍ଥିତ ରହିଥିଲା। ଯାହା ସମଗ୍ର କାର୍ଯ୍ୟକ୍ରମକୁ କଭର୍ କରୁଥିଲା। ଏହି ସମୟରେ ଗଣମାଧ୍ୟମ କ୍ୟାମେରା ରାଷ୍ଟ୍ରପତି ପ୍ୟାଣ୍ଟ ଉପର ନଜର ପକାଇ ଏହି ଘଟଣାକୁ କଏଦ କରି ନେଇଥିଲା। ଯାହା ପରେ ଏହି ଭିଡ଼ିଓ ସାମ୍ନାକୁ ଆସିଥିଲା। ରାଷ୍ଟ୍ରପତି ତାଙ୍କ ପ୍ୟାଣ୍ଟରେ ପରିସ୍ରା କରି ଦେଇଛନ୍ତି ବୋଲି ସମସ୍ତେ ସନ୍ଦେହ କରୁଛନ୍ତି। ଭିଡିଓ ଭାଇରାଲ ହେବା ପରେ ଦେଶର ଜନସାଧାରଣ ରାଷ୍ଟ୍ରପତିଙ୍କ ଶାସନ କରିବାର କ୍ଷମତା ଉପରେ ପ୍ରଶ୍ନ କରିଥିଲେ। ରାଷ୍ଟ୍ରପତି ସାଲଭା କିର ମୟାର୍ଡିଟ ଦକ୍ଷିଣ ସୁଦାନ ରାଷ୍ଟ୍ରପତି ପଦ ଭାର ଗ୍ରହଣ କରିବା ପର ଠାରୁ ଦେଶରେ କୌଣସି ନିର୍ବାଚନ ହୋଇନାହିଁ।


ଏହି ଘଟଣାରେ ଯେଉଁ ସାମ୍ବାଦିକଙ୍କୁ ହେପାଜତକୁ ନିଆଯାଇଛନ୍ତି ସେମାନେ ହେଉଛନ୍ତି କଣ୍ଟ୍ରୋଲ ରୁମ ନିର୍ଦ୍ଦେଶକ ଜୋବଲ ଟାମ୍ବେ, କ୍ୟାମେରା ଅପରେଟର ଏବଂ ଟେକ୍ନିସିଆନ ଭିକ୍ଟର ଲାଡୋ, କ୍ୟାମେରା ଅପରେଟର ଜୋସେଫ ଅଲିଭର ଏବଂ ଜ୍ୟାକବ ବେଞ୍ଜାମିନ୍, କ୍ୟାମେରା ଅପରେଟର ତଥା ଟେକ୍ନିସିଆନ ମୁସ୍ତାଫା ଓସମାନ ଏବଂ କଣ୍ଟ୍ରୋଲ ରୁମ ଟେକ୍ନିସିଆନ ଚେରବେକ ରୁବେନ। ସାମ୍ବାଦିକଙ୍କୁ ସୁରକ୍ଷା ପାଇଁ ଗଠିତ ହୋଇଥିବା କମିଟି ପ୍ରତିନିଧି ମୁଥୋକି ମୁମୋ କହିଛନ୍ତି ଯେ ଗଣମାଧ୍ୟମ ପ୍ରତିନିଧିଙ୍କୁ  ହେପାଜତସରକାରଙ୍କ ମନମୁଖୀ ମନୋଭାବକୁ ପ୍ରତିଫଳିତ କରୁଛି। ସାମ୍ବାଦିକଙ୍କୁ ସରକାର ନିୟନ୍ତ୍ରିତ କରିବାକୁ ଚେଷ୍ଟା କରିଛନ୍ତି। ବିନା ସର୍ତ୍ତରେ ଦକ୍ଷିଣ ସୁଡାନ ସରକାର ସେହି ୬ ଜଣ ସାମ୍ବାଦିକଙ୍କୁ ମୁକ୍ତ କରିବା ଆବଶ୍ୟକ। ସରକାର ଏହା ନିଶ୍ଚିତ କରନ୍ତୁ ଯେ ସେମାନେ ବିନା କୌଣସି ଧମକ କିମ୍ବା ଗିରଫଦାରୀରେ କାର୍ଯ୍ୟ କରିପାରିବେ।