ନୂଆଦିଲ୍ଲୀ: Sovereign Gold Bond Scheme: ଗତ କିଛି ବର୍ଷ ହେବ କେନ୍ଦ୍ରର ମୋଦି ସରକାର (Modi Govt) ଫିଜିକାଲ ସୁନାର ଚାହିଦା ହ୍ରାସ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଚଳାଇଛନ୍ତି । ଏହାର ନାଁ ହେଉଛି ଗୋଲ୍ଡ ବଣ୍ଡ ସ୍କିମ୍ (Sovereign Gold Bond Scheme) । ଏହି ଯୋଜନା ଅଧୀନରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର (Narendra Modi Government) ପୁଣି ଥରେ ସୁନା ବିକ୍ରି କରୁଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ସରକାର ବଣ୍ଡ ଆକାରରେ ସୁନା ବିକ୍ରି କରନ୍ତି । ଏହି ସୁନାର ମୂଲ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ଥିର କରିଥାଏ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସମୟ ସମୟରେ ଏହି ସୁନାର ମୂଲ୍ୟ (Gold Rate) ଜାରି କରିଥାଏ, ଯାହା ବଜାରରେ ଥିବା ଫିଜିକାଲ ସୁନା ଅପେକ୍ଷା ଶସ୍ତା ଏବଂ ନିରାପଦ ଅଟେ । ଏହି ଯୋଜନା ଅନ୍ତର୍ଗତ ସୁନାର ନୂତନ ମୂଲ୍ୟ ବିଷୟରେ ଆସନ୍ତୁ ଜାଣିବା ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କୋରୋନା ପ୍ରାକୃତିକ ନା ଲ୍ୟାବରେ ହୋଇଛି ପ୍ରସ୍ତୁତ? ଉତ୍ତର ରଖିଲେ ଆମେରିକୀୟ ବିଶେଷଜ୍ଞ ଫାଉଚି


ସରକାରୀ ଗୋଲ୍ଡ ବଣ୍ଡ ଯୋଜନା ଅନ୍ତର୍ଗତ ଡିଜିଟାଲ ସୁନା ମୂଲ୍ୟ ରିଜର୍ଭ ବ୍ୟାଙ୍କ (RBI) ସ୍ଥିର କରିଥାଏ । ବଣ୍ଡର ନୂତନ ମୂଲ୍ୟ ଗ୍ରାମ ପିଛା ୪,୮୪୨ ଟଙ୍କା ଧାର୍ଯ୍ୟ କରାଯାଇଛି । ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ ଦ୍ୱିତୀୟ ଶୃଙ୍ଖଳାର ବିକ୍ରି ମେ ୨୪ରୁ ଆରମ୍ଭ ହୋଇ ମେ ୨୮ ପର୍ଯ୍ୟନ୍ତ ଚାଲିବ ।  ଏହାପୂର୍ବରୁ, ଭାରତୀୟ ରିଜର୍ଭ ବ୍ୟାଙ୍କ ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ ୨୨୦୧-୨୨ର ପ୍ରଥମ ସିରିଜ୍ ପାଇଁ ଗ୍ରାମ ପିଛା ୪,୭୭୭ ଟଙ୍କା ଧାର୍ଯ୍ୟ କରିଥିଲା, ଯାହା ମେ ୧୭ରୁ ପାଞ୍ଚ ଦିନ ପାଇଁ ନିବେଶ ପାଇଁ ଖୋଲା ଯାଇଥିଲା । ମେ ୨୦୨୧ରୁ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ୬ଟି କିସ୍ତିରେ ବଣ୍ଡ ଜାରି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।


ଅଧିକ ପଢ଼ନ୍ତୁ:-ଜାଣନ୍ତୁ ବ୍ଲାକ୍ ଓ ହ୍ୱାଇଟ୍ ଫଙ୍ଗସର ଲକ୍ଷଣ ମଧ୍ୟରେ ପାର୍ଥକ୍ୟ, ଶରୀରର ଏସବୁ ଅଂଶରେ ପହଞ୍ଚାଉଛି କ୍ଷତି


ଅର୍ଥ ମନ୍ତ୍ରଣାଳୟର ବୟାନରେ କୁହାଯାଇଛି ଯେ ଯେଉଁମାନେ ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ପରାମର୍ଶ କରି ଅନଲାଇନ୍ କ୍ରୟ କରନ୍ତି ସେମାନଙ୍କୁ ପ୍ରତି ଗ୍ରାମ ପିଛା ୫୦ ଟଙ୍କା ରିହାତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହିପରି ନିବେଶକମାନଙ୍କ ପାଇଁ ୪,୭୯୨ ଟଙ୍କା ଦରରେ ଗୋଟିଏ ଗ୍ରାମ ସୁନା ବଣ୍ଡ ଜାରି କରାଯିବ ।


ଏହି ବଣ୍ଡର ଅତିକମରେ ଗୋଟିଏ ଗ୍ରାମ କ୍ରୟ କରିବା ବାଧ୍ୟତାମୂଳକ । ଜଣେ ବ୍ୟକ୍ତିଙ୍କ ପାଇଁ ସର୍ବାଧିକ କ୍ରୟ ସୀମା ହେଉଛି ୪ କିଲୋଗ୍ରାମ । ଏହି ବଣ୍ଡର ଅବଧି ୮ ବର୍ଷ ରହିବ ଏବଂ ପଞ୍ଚମ, ଷଷ୍ଠ ଏବଂ ସପ୍ତମ ବର୍ଷରେ ଏହାକୁ ବାହାର କରିବାର ବିକଳ୍ପ ରହିବ । ଏହାର ବ୍ୟବହାର ସୁଧ ଦେବାର ତାରିଖରେ କରାଯାଇପାରିବ ।


ଅଧିକ ପଢ଼ନ୍ତୁ:-ପୁଣି ୨ ନୂଆ କୋରୋନା ଭାଇରସ ଆକ୍ରମଣ ପାଇଁ ପ୍ରସ୍ତୁତ!


ଏହାର ଅର୍ଥ ହେଉଛି ଆପଣ ଏହି ସମୟ ମଧ୍ୟରେ ସୁନା କିଣି ପାରିବେ । ଅତିକମରେ ଗୋଟିଏ ଗ୍ରାମ କିଣାଯାଇପାରିବ । ଏହାକୁ କିଣିବା ପାଇଁ ଆପଣଙ୍କୁ ଆପଣଙ୍କର ବ୍ୟାଙ୍କ, BSE, NSE ୱେବସାଇଟ୍ କିମ୍ବା ଡାକଘର ସହିତ ଯୋଗାଯୋଗ କରିବାକୁ ପଡିବ । ସେଠାରୁ ଏହାକୁ ଡିଜିଟାଲ୍ କ୍ରୟ କରାଯାଇପାରିବ । ଏହା ଏକ ପ୍ରକାର ସୁରକ୍ଷିତ ନିବେଶ କାରଣ ଶୁଦ୍ଧତା ପାଇଁ କୌଣସି ଚିନ୍ତା ରହିବ ନାହିଁ କି ସୁରକ୍ଷା ସମସ୍ୟା ମଧ୍ୟ ରହିବ ନାହିଁ ।