5g Scam: ଚଳିତ ମାସ ଆରମ୍ଭରେ ଭାରତରେ 5G ସେବା ଆରମ୍ଭ ହେବା ପରେ ଟେଲିକମ୍ କମ୍ପାନି ଗୁଡିକ ଦ୍ୱାରା 5G ରୋଲଆଉଟ୍ ଆରମ୍ଭ ହୋଇଛି। ଉଭୟ ଭାରତୀ ଏୟାରଟେଲ (Bharti Airtel) ଏବଂ ରିଲାଏନ୍ସ ଜିଓ (Reliance Jio) କିଛି ନିର୍ଦ୍ଦିଷ୍ଟ ସହରରେ 5G ରୋଲଆଉଟ୍ ଆରମ୍ଭ କରିଛନ୍ତି । ସେବା ଆରମ୍ଭ ହେବା ଦିନରୁ ଅନେକ ଉପଭୋକ୍ତାଙ୍କୁ 5G ଆକ୍ଟିଭେସନ୍ ନାମରେ ଠକାମୀର ଶିକାର ହେବାକୁ ପଡୁଥିବା ଖବର ସାମ୍ନାକୁ ଆସୁଛି । ମାତ୍ର କିଛି ସମୟ ମଧ୍ୟରେ ସ୍କାମର ଶିକାର ହୋଇ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି । ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇଛି ।  


COMMERCIAL BREAK
SCROLL TO CONTINUE READING

ଅନେକ ସହରରେ ପୋଲିସ ବିଭାଗ ପକ୍ଷରୁ ଚେତାବନୀ ଜାରି ହୋଇଛି । ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ସତର୍କ ରହିବାକୁ ସାଇବର ସେଲ୍ ପକ୍ଷରୁ ପରାମର୍ଶ ଦିଆଯାଉଛି । ଯଦି କେହି ଆପଣଙ୍କୁ 5G ଆକ୍ଟିଭେସନ୍ ବିଷୟରେ ନମ୍ବର ବିଷୟରେ ସୂଚନା ମାଗୁଛନ୍ତି, ତେବେ କୌଣସି ତଥ୍ୟ ଦାଖଲ କରିବା ପୂର୍ବରୁ ସତର୍କ ରୁହନ୍ତୁ ଏବଂ ଆପଣଙ୍କର ସୂଚନା ଦେବାରେ ସାମାନ୍ୟ ଭୁଲ ଆପଣଙ୍କୁ ଜଟିଳ ସମସ୍ୟାରେ ପକାଇବା ଆଶଙ୍କା ରହିଛି । 


ହ୍ୱାଟ୍ସଆପରେ ସ୍କାମର୍ସ ପଠାଉଛନ୍ତି ଲିଙ୍କ୍


ଠକେଇ ନେଇ ହାଇଦ୍ରାବାଦ ପୋଲିସ ଟ୍ୱିଟରରେ ବ୍ୟବହାରକାରୀଙ୍କ ଉଦ୍ଦେଶ୍ୟରେ ସଚେତନତା ବାର୍ତ୍ତା ଦେଇଛି । ଟ୍ୱିଟରେ ଉଲ୍ଲେଖ ରହିଛି -''ଏବେ ସାଇବର ଠକମାନେ 5G ନାମରେ ଲିଙ୍କ ପଠାଉଛନ୍ତି। ଯଦି ଆପଣ ଏହି ଲିଙ୍କ ଖୋଲନ୍ତି ତେବେ ଆପଣଙ୍କ ଫୋନ୍ ହ୍ୟାକ୍ ହେବାର ଆଶଙ୍କା ରହିଛି। ଯଦି ଆପଣ ସଚେତନ ନୁହଁନ୍ତି ତେବେ ଆପଣ ବିପଦରେ ପଡ଼ିପାରନ୍ତି । କାରଣ ଏବେ କିଛି ସ୍କାମର୍ସ 4G ସିମ୍ କୁ 5G କୁ ଅପଗ୍ରେଡ୍ କରାଯିବାକୁ ପ୍ରଲୋଭନ ଦେଖାଉଛନ୍ତି ।''


ଅଜଣା ଲିଙ୍କ ଜରିଆରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ 


ମୁମ୍ବାଇ ପୋଲିସ ମଧ୍ୟ ଏଭଳି ଚେତାବନୀ ଦେଇଛି। ନୂତନ ଟେକ୍ନୋଲୋଜି ସହିତ ନୂତନ ପ୍ରକାରର ସ୍କାମ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । 4G ସିମ୍ କୁ 5G ରେ ରୂପାନ୍ତର କରିବା ନାମରେ କିଛି ସ୍ମାମର୍ସ ଠକାମୀ କରୁଛନ୍ତି। ଯଦି ଆପଣଙ୍କ ସହରରେ 5G ସେବା ଉପଲବ୍ଧ ରହିଛି । ଏଥିପାଇଁ କମ୍ପାନି ଜରିଆରେ ଆପଣଙ୍କୁ ଆକ୍ଟିଭେସନ ମେସେଜ ପ୍ରାପ୍ତ ହେବ । ଏବଂ ଆପଣଙ୍କ ଅନୁମତି ପରେ ଆପଣଙ୍କ 4G ସିମ୍  5G କୁ ରୂପାନ୍ତର ହୋଇଯିବ । ଏଥିପାଇଁ ଆପଣଙ୍କୁ ବ୍ୟକ୍ତିଗତ କିମ୍ବା ବ୍ୟାଙ୍କିଙ୍ଗ୍ ବିବରଣୀ କାହା ସହିତ ବାଣ୍ଟିବା ଆବଶ୍ୟକ ନାହିଁ ବୋଲି ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଉଛି । 


ଏହି ବିଷୟ ଧ୍ୟାନରେ ରଖିବା ଅତ୍ୟନ୍ତ ଜରୁରୀ 


ଯଦି ଆପଣ 5G ସେବା ବ୍ୟବହାର କରିବା ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ନିକଟରେ ସୁସଙ୍ଗତ 5G ଫୋନ୍ ରହିବା ଆବଶ୍ୟକ । ଏଥିପାଇଁ ସିମ୍ ଅପଗ୍ରେଡ୍ କରିବା ଆବଶ୍ୟକ ନାହିଁ । ଯଦି 5G ଅପଗ୍ରେଡ୍ ସହିତ ଜଡିତ କୌଣସି ଲିଙ୍କ୍ ଆପଣଙ୍କ ଫୋନରେ ଆସିଯାଏ, ତେବେ ଏଥିରେ କ୍ଲିକ୍ କରନ୍ତୁ ନାହିଁ । ଟେଲିକମ୍ ଅପରେଟରଙ୍କ ଆସୁଥିବା କଲ୍ ଉପରେ ବିଶ୍ୱାସ କରି ଭୁଲ୍ କରନ୍ତୁ ନାହିଁ ।  ଏବଂ କୌଣସି ପରିସ୍ଥିତିରେ OTP କିମ୍ବା ବ୍ୟାଙ୍କ ବିବରଣୀ ପରି ସୂଚନା ପ୍ରଦାନ କରନ୍ତୁ ନାହିଁ । 


ଏହାବି ପଢ଼ନ୍ତୁ: 5G in India: Samsung ୟୁଜର୍ସଙ୍କୁ ଝଟକା! ଏତେ ମାସ ପାଇଁ ବ୍ୟବହାର କରିପାରିବେନି 5G ସେବା


 


୬ ମାସ ମଧ୍ୟରେ ଭାରତର ୨୦୦ରୁ ଅଧିକ ସହରରେ 5G ସେବା ଆରମ୍ଭ ନେଇ ଟେଲିକମ ମନ୍ତ୍ରୀ ଘୋଷଣା କରିସାରିଛନ୍ତି । ରିଲାଏନ୍ସ ଜିଓ ପ୍ରଥମ ପର୍ଯ୍ୟାୟରେ କୋଲକାତା, ମୁମ୍ବାଇ, ଦିଲ୍ଲୀ ଓ ବାରାଣସୀରେ 5G ସେବା ଆରମ୍ଭ କରିଛି । ସେହିପରି ଏୟାରଟେଲ ଦିଲ୍ଲୀ, ମୁମ୍ବାଇ, ବାରାଣସୀ, ବେଙ୍ଗାଳୁରୁ, ଗୁରୁଗ୍ରାମ, ଚେନ୍ନାଇ ସମେତ ୮ଟି ସହରରେ 5G ସେବା ରୋଲଆଉଟ କରିଛି ।