ରାଞ୍ଚି/ପାଟନା: ବିହାର ବିଧାନସଭା ନିର୍ବାଚନ (Bihar Assembly Election 2020) ପୂର୍ବରୁ ଧିରେ ଧିରେ ଶକ୍ତିଶୂନ୍ୟ ଓ ଦୁର୍ବଳ ହେବାରେ ଲାଗିଛି ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି (Rastriya Janata Dal-RJD) ନେତୃତ୍ୱାଧିନ ମହାମେଣ୍ଟ (Grand Alliance) । ଗୋଟିଏ ପରେ ଗୋଟିଏ ଅଂଶୀଦାର ଦଳ ନିର୍ବାଚନ ପୂର୍ବରୁ ମହାମେଣ୍ଟରୁ ବାହାରି ଯାଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ପ୍ରଥମେ ରାଷ୍ଟ୍ରୀୟ ଲୋକସମତା ପାର୍ଟି-ଆରଏଲଏସପି (RLSP-Rastriya Lok Samata Party), ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା-ହାମ (HAM-Hindustan Awami Morcha), ବିକାଶଶୀଳ ଇନସାନ ପାର୍ଟି-ଭିଆଇପି (Vikassheel Insaan Party-VIP) ପାର୍ଟି ବାହାରି ଯିବା ପରେ ଏବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା-ଜେଏମଏମ (JMM-Jharkhand Mukti Morcha) ନିର୍ବାଚନରୁ ପୂର୍ବରୁ ମହାମେଣ୍ଟରୁ ବାହାରିଯାଇଛି ।ଏପରିକି ଦଳ ବିହାର ବିଧାନସଭା ନିର୍ବାଚନରେ ଏକୁଟିଆ ପ୍ରତିଦ୍ୱନ୍ଦିତା କରିବ ବୋଲି ଘୋଷଣା କରିଛନ୍ତି ଜେଏମଏମ ସୁପ୍ରିମୋ (JMM Supremo) ତଥା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (Hemant Soren) । 


ଏନେଇ ମତ ରଖି ଦଳର ମହାସଚିବ (JMM General Secretary) ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି ଆମେ ଆରଜେଡି ସହ ମହାମେଣ୍ଟରେ ଥାଇ ନିର୍ବାଚନ ଲଢୁଥିଲୁ । ବିହାରରେ ମିଳିତ ଭାବେ ଆମେ ବିଜେପିକୁ ରୋକିବା ପାଇଁ ଚାହୁଁଥିଲୁ । ରାଜନୀତିରେ ପରିସ୍ଥିତି ବଦଳିଯାଇଛି । ଆରଜେଡିର ଆଜିର ନେତୃତ୍ୱ ପୁରୁଣା କଥା ମନେ ରଖିବାକୁ ଚାହୁଁନାହାଁନ୍ତି । ଜେଏମଏମ କୌଣସି ପରିସ୍ଥିତିରେ ସମ୍ମାନ ସହ ବୁଝାମଣା କରିପାରିବ ନାହିଁ  ଆରଜେଡି ରାଜନୀତିରେ ହେରଫେର କରିଛି ।


 ଆମେ ଆମର ସଙ୍ଗଠନର ଶକ୍ତି ଅନୁସାରେ ନିର୍ବାଚନ ଲଢିବୁ । ଝାଡଖଣ୍ଡରେ ହଜିଯାଇଥିବା ଆରଜେଡିର ଦଳୀୟ ସଙ୍ଗଠନକୁ ପୁଣିଥରେ ମଜବୁତ କରିବାରେ ସହଯୋଗ କରିଥିଲା ଜେଏମଏମ । ଆମେ ଲାଲୁଜୀଙ୍କୁ ସମ୍ମାନ କରୁ ଏବଂ ଆଗକୁ ମଧ୍ୟ କରିବୁ । କାରଣ ସେ ସାମାଜିକ ନ୍ୟାୟ ଓ ରାଜନୈତିକ ଭାଗୀଦାରିରେ ବିଶ୍ୱାସ କରିଥାନ୍ତି ବୋଲି ଜେଏମଏମ ପକ୍ଷରୁ କୁହାଯାଇଛି ।


ଦଳ ବିହାର ଝାଝା, ଚକଇ, କଟେରିଆ, ଧମଦାହା, ମନିହାରୀ, ପୀରପୌନ୍ତି, ନାଥନଗର ଆସନରେ ନିର୍ବାଚନ ଲଢିବ । ଆରଜେଡି ୧୪୪ ଆସନରେ ନିର୍ବାଚନ ଲଢିବାକୁ ଯାଉଛି । ସେଥିଲାଗି ତାଙ୍କୁ ଧନ୍ୟବାଦ । ଆରଜେଡିକୁ ଜେଏମଏଣର ସହଯୋଗ ନେବାକୁ ପଡିବ । କାରଣ ବିହାରରେ ବହୁକୋଣୀୟ ମୁକାବିଲା ହେବାକୁ ଯାଉଛି ।