Uddhav-Eknath Clash: ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ବଦଳିବା ପରଠାରୁ ହିଁ ସିନ୍ଦେ ଗୋଷ୍ଠୀ ଓ ଉଦ୍ଧବ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ସାମ୍ନାକୁ ଆସିବାରେ ଲାଗିଛି। ତେବେ ନିକଟରେ ଏକନାଥ ସିନ୍ଦେ ଓ ଉଦ୍ଧବ ଠାକରେଙ୍କ ସମର୍ଥକଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ହୋଇଥିବା ନେଇ ଜଣାପଡ଼ିଛି। ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିବା ଖବର ସାମ୍ନାକୁ ଆସିବାରେ ଲାଗିଛି। ମୁମ୍ବାଇର ପ୍ରଭାଦେବୀ ଅଞ୍ଚଳରେ ଉଭୟ ପକ୍ଷରୁ ଏହି ଗଣ୍ଡଗୋଳ ହୋଇଥିବା ନେଇ ସୂଚନା ରହିଛି। ଏପରିକି ବିଧାୟକଙ୍କ ଉପରକୁ ଏକନାଥ ଗୋଷ୍ଠୀ ଗୁଳିମାଡ଼ କରିଥିବା ନେଇ ଉଦ୍ଧବ ଠାକରେ ଅଭିଯୋଗ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଅଭିଯୋଗ କରାଯାଇଛି କି ସଦାସଭରକରଙ୍କ ଉପରକୁ ଏକନାଥ ଗୋଷ୍ଠୀ ଗୁଳି ଚଳାଇଛି। ଏଭଳି ଏକାଧିକ ଅଭିଯୋଗ ଉଭୟ ପକ୍ଷରୁ କରାଯାଇଥିବା ଜଣାପଡ଼ିଛି। ତେବେ ଅଭିଯୋଗ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମିଳିଥିବା ସୂଚନା ଅନୁଯାୟୀ ସିନ୍ଦେ ଗୋଷ୍ଠୀ ହ୍ୱାଟସଆପ ଗ୍ରୁପରେ ଉଦ୍ଧବ ଗୋଷ୍ଠୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିବା ସହିତ ଉଦ୍ଧବଙ୍କୁ ସମାଲୋଚନା କରିଥିଲେ। ଯାହା ପରେ ଏଭଳି ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଗଣେଶ ପ୍ରତିମା ବିସର୍ଜନ ସମୟରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଜଣାପଡ଼ିଛି। ପୋଲିସ ଉଭୟ ପକ୍ଷରୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଏପରିକି ଠାକରେ ଗୋଷ୍ଠୀର କିଛି ଲୋକଙ୍କୁ ପୋଲିସ ନିଜ ହେପାଜତରେ ରଖିଥିବା ଜଣାପଡ଼ିଛି। 


କୁହାଯାଉଛି କି ମୁମ୍ବାଇର ପ୍ରଭାଦେବୀ ଅଞ୍ଚଳରେ ହୋଇଥିବା ଏହି ଗଣ୍ଡଗୋଳରେ ସିନ୍ଦେ ଗୋଷ୍ଠୀ ଓ ଠାକରେ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ମାମଲାରେ ପୋଲିସ ମୋଟ ୨୫ ଜଣଙ୍କୁ ଅଟକ ରଖିଛି। ସିନ୍ଦେ ଗୋଷ୍ଠୀର ମହେଶ ତେଲଓ୍ୱାନେଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରିଥିଲା। ସେପଟେ ଠାକରେ ଗୋଷ୍ଠୀ ଅଭିଯୋଗ କରିଛନ୍ତି କି ପୋଲିସ ସିନ୍ଦେ ଗୋଷ୍ଠୀର ଲୋକମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। 


ତେବେ ପୂର୍ବରୁ ମଧ୍ୟ ଅନେକବାର ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଛି। ନିକଟରେ ମହାରାଷ୍ଟ୍ରର ବୁଲଢଣା ଅଞ୍ଚଳରେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଥିଲା। ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେ ଦଳ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ବୁଲଢଣାରେ ଏକ କାର୍ଯ୍ୟକ୍ରମରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ହାତାହାତି ହୋଇଥିଲା। ଶିବସେନା ଏବଂ ସିନ୍ଦେ ଦଳର କର୍ମକର୍ତ୍ତାମାନେ ପରସ୍ପର ଉପରେ ଚେୟାର ଫିଙ୍ଗିଥିବା ବେଳେ କେତେକ ପରସ୍ପରକୁ ସିଧାସଳଖ କିସ୍ କରିଥିଲେ। ବୁଲଢଣା ମାର୍କେଟ କମିଟି ଅଞ୍ଚଳରେ ଆୟୋଜିତ ଏକ ଉତ୍ସାହ କାର୍ଯ୍ୟକ୍ରମରେ ଏହି ଗଣ୍ଡଗୋଳ ହୋଇଥିଲା।


ପୋଲିସର ସୁରକ୍ଷା ଅଧୀନରେ ବୁଲଢଣା କମିଟି ପରିସରରେ ଶିବସେନାର ଅଭିନନ୍ଦନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ସମୟରେ ସିନ୍ଦେ ଗୋଷ୍ଠୀର କିଛି କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମ ଉପରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଏଥର ଶିବସେନାର ଡେପୁଟି ନେତା ଲକ୍ଷ୍ମଣ ୱାଡଲେଙ୍କୁ ଟାର୍ଗେଟ କରାଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ କଳହ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ପରେ ପୋଲିସ ଏଥିରେ ହସ୍ତକ୍ଷେପ କରି ଉଭୟ ଗୋଷ୍ଠୀକୁ ବିସର୍ଜନ କରିଥିଲା। ଏହି ସଂଗ୍ରାମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


ଅଧିକ ପଢନ୍ତୁ: ମୋଦିଙ୍କ ବିପକ୍ଷରେ କିଏ ଅଧିକ ମଜବୁତ ପ୍ରାର୍ଥୀ, ଆସିଲା ସର୍ଭେ ରିପୋର୍ଟ


ଅଧିକ ପଢନ୍ତୁ: ଅବପାତରେ ପରିଣତ ହେଲା ଲଘୁଚାପ, ଏହି ସବୁ ଜିଲ୍ଲାରେ ୨୪ ଘଣ୍ଟା ବିକ୍ଷିପ୍ତ ବର୍ଷା