National Animal of India: ଗାଈକୁ ଦେଶର ଜାତୀୟ ପ୍ରାଣୀ ମାନ୍ୟତା ଦେବା ପାଇଁ ବିଭିନ୍ନ ସମୟରେ ଦାବି ହେଉଛି। ଏନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ସରକାରଙ୍କ ପାଖରେ ଦାବି ଉଠାଯାଉଛି। କେବଳ ଏତିକି ନୁହେଁ ଏନେଇ ଅନେକ ଆବେଦନ କୋର୍ଟରେ ଦାଖଲ କରାଯାଇଛି। ହେଲେ ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। 


COMMERCIAL BREAK
SCROLL TO CONTINUE READING

ଅକ୍ଟୋବର ୧୦ ତାରିଖରେ ଗାଈକୁ ଦେଶର ଜାତୀୟ ପ୍ରାଣୀ ମାନ୍ୟତା ଦେବା ପ୍ରସଙ୍ଗରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ (Supreme Court)। ଏନେଇ ଦାଖଲ କରା ଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଏନେଇ କୋର୍ଟ କହିଛନ୍ତି ଗାଇକୁ ଜାତୀୟ ପ୍ରାଣୀ ଘୋଷଣା କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ।


ଏହି ମାମଲାର ଶୁଣାଣି କରି ଜଷ୍ଟିସ ଏକ କେ କୌଲ ଆବେଦନକାରୀଙ୍କୁ ପଚାରିଛନ୍ତି ଯେ, କୌଣସି ପ୍ରାଣୀକୁ ଜାତୀୟ ପଶୁ ଘୋଷଣା କରିବା କୋର୍ଟଙ୍କ କାମ କି?  


“ଭାରତ ସରକାରଙ୍କ ପାଇଁ ଗାଆ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ପରିସ୍ରାକୁ ବ୍ୟବହାର କରାଯାଏ। ଗାଈ ଗୋବର କୃଷି ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ। ଗାଇଙ୍କୁ ସୁରକ୍ଷା ଦେବାକୁ ହେବ ବୋଲି ଆବେଦନକାରୀ ଓକିଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ।


“ଆପଣ କାହିଁକି ଏପରି ଆବେଦନ କରନ୍ତି ଯେଉଁଠାରେ ଆମେ ଖର୍ଚ୍ଚ ବହନ କରିବାକୁ ବାଧ୍ୟ? ଏହା ଦ୍ୱାରା କେଉଁ ମୌଳିକ ଅଧିକାର ପ୍ରଭାବିତ ହୋଇଛି? ଆପଣ କୋର୍ଟ ଆସିବା ହେତୁ ପବନକୁ ଫିଙ୍ଗି ଦିଆଯିବା ଆବଶ୍ୟକ କି? ଏହି ଆବେଦନ ଉପରେ ଶୁଣାଣି କରିବା ବେଳେ ଜଷ୍ଟିସ କୌଲ ଏହି ପ୍ରଶ୍ନ ପଚାରିଛନ୍ତି।


ଏହାର  ଜବାବ ରଖି ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ, “ଆମେ ଗାଇ ପାଖରୁ ଅନେକ କିଛି ଲାଭ ପାଉଛୁ। ସରକାର ଏହା ଉପରେ ବିଚାର କରନ୍ତୁ।” ହେଲେ କୋର୍ଟ କହିଛନ୍ତି ଯେ ଆବେଦନକାରୀ ତାଙ୍କ ଆବେଦନ ପ୍ରତ୍ୟାହାର କରିନେବା ଭଲ ହେବ। ଶେଷରେ ନିଜର ଆବେଦନକୁ ଅଦାଲତରୁ ପ୍ରତ୍ୟାହାର କରି ନେଇଛନ୍ତି ଆବେଦନକାରୀ। 


ବର୍ତ୍ତମାନ ଦେଶର ଜାତୀୟ ପଶୁ (National Animal of India) ହେଉଛି ବାଘ (Royal Bengal Tiger)। ପୂର୍ବରୁ ବାଘ ବଦଳରେ ସିଂହ (Lion) ଥିଲା ଜାତୀୟ ପଶୁ। ଗତ ୧୯୭୨ ମସିହାରେ ସିଂହ ବଦଳରେ ବାଘକୁ ଜାତୀୟ ପଶୁ ଭାବେ ଘୋଷଣା କରିଥିଲେ ଭାରତ ସରକାର (Govt of India)। ହେଲେ ଏହା ପରେ ବିଭିନ୍ନ ସମୟରେ ଗାଈକୁ ଜାତୀୟ ପ୍ରାଣୀ ମାନ୍ୟତା ଦେବା ପାଇଁ ଦାବି ଉଠୁଛି। ବିଶ୍ୱରେ ନେପାଳ (Nepal) ହେଉଛି ଏକ ମାତ୍ର ଦେଶ ଯାହାର ଜାତୀୟ ପଶୁ ହେଉଛି ଗାଈ (Cow)।