Reservation in Promotion to SC/ST: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପଦୋନ୍ନତିରେ ସଂରକ୍ଷଣର ସର୍ତ୍ତକୁ ହ୍ରାସ କରିବାକୁ ସୁପ୍ରିମକୋର୍ଟ (Supreme Court) ମନା କରି ଦେଇଛନ୍ତି । କୋର୍ଟ କହିଛନ୍ତି ଯେ SC/ST କର୍ମଚାରୀଙ୍କ ପଦୋନ୍ନତି ପାଇଁ ସଂରକ୍ଷଣ ପ୍ରଦାନ କରିବା ପୂର୍ବରୁ ରାଜ୍ୟ ପରିମାଣିକ ତଥ୍ୟ ସଂଗ୍ରହ କରିବାକୁ ବାଧ୍ୟ ।


COMMERCIAL BREAK
SCROLL TO CONTINUE READING

ନାଗରାଜ (୨୦୦୬) ଏବଂ ଜାର୍ନେଲ ସିଂ (୨୦୧୮) ମାମଲାରେ ସମ୍ବିଧାନ ବେଞ୍ଚର ନିଷ୍ପତ୍ତି ପରେ ସର୍ବୋଚ୍ଚ ନ୍ୟାୟାଳୟ କୌଣସି ନୂତନ ପାରାମିଟର କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । 


ପଦୋନ୍ନତିରେ ସଂରକ୍ଷଣ ପୂର୍ବରୁ ଉଚ୍ଚ ପଦବୀରେ ପ୍ରତିନିଧିତ୍ୱ ଉପରେ ତଥ୍ୟ ସଂଗ୍ରହ କରିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥି ସହିତ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରତିନିଧିତ୍ୱକୁ ମୂଲ୍ୟାଙ୍କନ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଅବଧି କ’ଣ ହେବ, ଏହାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ । କେନ୍ଦ୍ର / ରାଜ୍ୟ ସହ ଜଡିତ ସଂରକ୍ଷଣ ପ୍ରସଙ୍ଗରେ ସ୍ୱଚ୍ଛତା ଉପରେ ଶୁଣାଣି ଫେବୃଆରୀ ୨୪ ରୁ ଆରମ୍ଭ ହେବ ।


କେନ୍ଦ୍ର ସରକାରଙ୍କ ଦ୍ୱାରା ସମୀକ୍ଷା ସମୟ ସ୍ଥିର କରିଯିବା ଉଚିତ 
ସୁପ୍ରିମକୋର୍ଟ ଏହାର ନିଷ୍ପତ୍ତିରେ କହିଛନ୍ତି ଯେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଲୋକଙ୍କୁ ସଂରକ୍ଷଣ ଦିଆଯାଇପାରିବ ବୋଲି ସେମାନଙ୍କ ନିକଟରେ କେତେ ଖାଲି ପଦବୀ ରହିଛି ତାହା କେନ୍ଦ୍ର ଏବଂ ରାଜ୍ୟ ଆକଳନ କରିବା ଉଚିତ ।


ବାସ୍ତବରେ, ୨୦୧୮ ରେ ଆସିଥିବା ନିଷ୍ପତ୍ତି, କିଛି ଆବଶ୍ୟକୀୟ ସର୍ତ୍ତ ପୂରଣ କରିବା ପରେ ରାଜ୍ୟମାନଙ୍କୁ SC/ST ପଦୋନ୍ନତି ପାଇଁ ସଂରକ୍ଷଣ ପ୍ରଦାନ କରିବାକୁ ଅନୁମତି ଦେଇଥିଲା । କିନ୍ତୁ ଏହା ପରେ ମଧ୍ୟ ନିଷ୍ପତ୍ତିରେ ସ୍ପଷ୍ଟତା ଅଭାବରୁ ରାଜ୍ୟଗୁଡିକ ସଂରକ୍ଷଣ କାର୍ଯ୍ୟକାରୀ କରିବାରେ ସକ୍ଷମ ନୁହଁନ୍ତି । ଅଦାଲତରୁ ସ୍ୱଚ୍ଛତା ଏବଂ କିଛି ଆରାମ ପାଇଁ କେନ୍ଦ୍ର ପ୍ରାର୍ଥନା କରିଥିଲା ।


ଏହା ବି ପଢ଼ନ୍ତୁ: ବଜାରରେ ମିଳିବ କୋଭିଶିଲ୍ଡ ଏବଂ କୋଭାକ୍ସିନ, DCGI ଦେଲା ମଞ୍ଜୁରୀ, ଜାଣନ୍ତୁ ଦାମ୍


ଏହା ବି ପଢ଼ନ୍ତୁ: ରାଜଧାନୀରେ ହଟିଲା ୱିକେଣ୍ଡ୍ କର୍ଫ୍ୟୁ, ବିବାହ ସମାରୋହକୁ ମିଳିଲା ଆରାମ