Suspense on Hemant Soren's chair: ରାଞ୍ଚି: ଝାଡ଼ଖଣ୍ଡରେ (Jharkhand) ଏବେ ରାଜନୈତିକ ହଟଚମଟ ଜୋରଦାର ଲାଗି ରହିଛି। ମୁଖ୍ୟମନ୍ତ୍ରୀଙ୍କ ସଦସ୍ୟତା ଉପରେ ଏବେ ଦ୍ୱନ୍ଦ୍ୱ ଲାଗି ରହିଛି। ମୁଖ୍ୟମନ୍ତ୍ରୀ (ChiefMinister) ହେମନ୍ତ ସୋରେନଙ୍କ (Hemant Soren) ପଦ ବଜାୟ ରହିବ ନାଁ ଖାରଜ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ସେପଟେ ମାମଲା ରାଜ୍ୟପାଳଙ୍କ (Governor) ନିକଟରେ ରହିଥିବା ବେଳେ ରାଜ୍ୟପାଳ ରମେଶ ବୈଶ ଦିଲ୍ଲୀ ଗସ୍ତରେ ରହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ପ୍ରାପ୍ତ ସୂଚନା ମୁତାବକ ରମେଶ ବୈଶ ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିବାର ସମ୍ଭାବନା ରହିଚି। ଆଶା କରାଯାଉଛି ଦିଲ୍ଲୀରୁ ଫେରିବା ପରେ ଏହା ଉପରେ ଯାହା କିଛି ନିଷ୍ପତ୍ତି ନେଇ ପାରନ୍ତି। ନିର୍ବାଚନ ଆୟୋଗଙ୍କ ମତକୁ ଆଧାର କରି ରାଜ୍ୟପାଳ ନିଷ୍ପତ୍ତି ନେଇ ପାରନ୍ତି। 


ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାଁ ଖଣି ଲିଜ ଖୋଳିବା ମାମଲା ଯୋଡ଼ିହେବା ପରଠାରୁ ପଦକୁ ନେଇ ଚର୍ଚ୍ଚା ଲାଗି ରହିଛି। ଭାରତର ନିର୍ବାଚନ ଆୟୋଗ ଅଗଷ୍ଟ ୨୫ରେ ରାଜ୍ୟପାଳଙ୍କ ନିକଟରେ ଏହି ନିଷ୍ପତି ଦାଖଲ କରିଛନ୍ତି। ବର୍ତ୍ତମାନ ରାଜ୍ୟପାଳ ତାଙ୍କ ନିଷ୍ପତ୍ତି ନେବାକୁ ପଡିବ। ରାଜ୍ୟପାଳ ତାଙ୍କ ନିଷ୍ପତି ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇବେ। ମୁଖ୍ୟମନ୍ତ୍ରୀଙ୍କ ସଦସ୍ୟତା ଆଧାରରେ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବେ ଏବଂ ଏହାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଇବେ। ଝାଡଖଣ୍ଡ ବିଧାନସଭାକୁ ମଧ୍ୟ ସୂଚନା ଦିଆଯିବ। 


ସେପ୍ଟେମ୍ବର ୧ରେ ରାଜ ଭବନରେ ରାଜ୍ୟପାଳଙ୍କୁ ଭେଟି ୟୁପିଏ ଗ୍ରାଣ୍ଡ ଆଲାଇନ୍ସର ପ୍ରତିନିଧୀ ହେମନ୍ତ ସୋରେନଙ୍କ ମାମଲାରେ ଶୀଘ୍ର ସମାଧାନ ଓ ଏହାର ସ୍ପଷ୍ଟିକରଣ ମାଗିଥିଲେ। ସେହି ଦିନ ରାଜ ଭବନ ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ ରାଜ୍ୟପାଳ ଖୁବ ଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କୁହାଯାଇଛି। ତେବେ ଏହି ଘଟଣାର ପରଦିନ ରାଜ୍ୟପାଳ ଦିଲ୍ଲୀ ଅଭିମୁଖେ ଗସ୍ତ କରିଥିଲେ। 


କଂଗ୍ରେସ ରାଜ୍ୟ ସଭାପତି ରାଜେଶ ଠାକୁର କହିଛନ୍ତି ଯେ ଝାଡଖଣ୍ଡ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପରେ ମହାମେଣ୍ଟ ବର୍ତ୍ତମାନ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ରାଜ୍ୟରେ ସରକାରଙ୍କୁ ଅସ୍ଥିର କରିବାକୁ ଚାହୁଁଛି। ଭାରତର ନିର୍ବାଚନ ଆୟୋଗ ଏହାର ରିପୋର୍ଟ ଦେଇଛନ୍ତି। କିନ୍ତୁ ରାଜ୍ୟପାଳ ନିଜେ ଦିଲ୍ଲୀରେ ବସିଛନ୍ତି। ଯଦି ମୁଖ୍ୟମନ୍ତ୍ରୀଙ୍କ ସଦସ୍ୟତା ରଦ୍ଦ କରିବାକୁ ଏକ ସୁପାରିଶ ଅଛି, ତେବେ ଏହାକୁ କାହିଁକି ସାର୍ବଜନୀନ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ।


ଶ୍ରୀ ଠାକୁର କହିଛନ୍ତି କି ରାଜ୍ୟରେ ମହାମେଣ୍ଟ ସରକାର ରାଜ୍ୟବାସୀଙ୍କ ଭରସା ଜିତିପାରିଛି। ଏପରିକି ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛି। ତେବେ ଏହାରି ମଧ୍ୟରେ ବିଧାୟକଙ୍କୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳୁଛି। ମାତ୍ର ସେହି ଗୁଜବରେ ସମ୍ପୂର୍ଣ୍ଣ ଭାବେ ପୂର୍ଣ୍ଣଛେଦ ପଡିସାରିଛି। କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ କହିଛନ୍ତି କି ଝାଡ଼ଖଣ୍ଡ ପ୍ରଭାରୀ ଅବିନାଶ ପାଣ୍ଡେ ଓ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସହିତ ହୋଇଥିବା ରଣନୀତି ରାଜ୍ୟରେ ସରକାର ସ୍ଥିର ରଖିବାରେ କାମ କରିଛି ।