parental leave: ସାଧରତଃ ବାପା ମାଙ୍କ ବ୍ୟସ୍ତ ଜୀବନଶୈଳୀ ଓ ପାଇଁ ପିଲାମାନଙ୍କ ସଠିକ୍ ଭାବରେ ବିକାଶ ହୋଇ ପରିନଥାଏ। ବାପା ମା ନିଜର ଚାକିରି,ବିଜନେସ ରେ ସମୟ ଦେବା ଦ୍ଵାରା ପିଲାର ଭବିଷ୍ୟତ ଉପରେ ପ୍ରଭାବ ପକାଇଥାଏ। ପିଲାଟି ସହିତ ସମୟ ବିତେଇବା ଦ୍ବାରା ସେ ଶାରୀରିକ ଏବଂ ମାନସିକ ଭାବରେ ଗତିଶୀଳ ହୋଇଥାଏ।ତେବେ ଘରେ ଯଦି ଜେଜେ କିମ୍ବା ଜେଜେମା ଥାନ୍ତି ସେମାନେ ମଧ୍ୟ ପିଲାଟିର ସଠିକ୍ ଯତ୍ନ ନେଇଥାନ୍ତି। ଏଵଂ ବାପା ମା ଙ୍କ ତୁଳନାରେ ଜେଜେ - ଜେଜେମା ପିଲାଟିର ଲାଳନପାଳନ ତଥା ଅଧିକ ଯତ୍ନ ନେଇଥାନ୍ତି।କିନ୍ତୁ ଅନେକ କ୍ଷେତ୍ରରେ ଜେଜେ ଜେଜେମାଙ୍କର ଇଛା ସତ୍ତ୍ୱେବି ଚାକିରି ପାଇଁ ପିଲାଟିର ଯତ୍ନ ନେଇ ପାରି ନଥାନ୍ତି।


COMMERCIAL BREAK
SCROLL TO CONTINUE READING

ଏହି କାରଣରୁ ସ୍ବିଡେନରେ ନୂତନ ପିତୃତ୍ୱ ନିୟମ ଲାଗୁ ହୋଇଛି। ଏହା ଅଧୀନରେ,ଜେଜେମା-ଜେଜେବାପାମାନେ ଶିଶୁ ଜନ୍ମର ପ୍ରଥମ ବର୍ଷରେ ତିନିମାସ ପର୍ଯ୍ୟନ୍ତ ନାତି ନାତୁଣୀଙ୍କ ଯତ୍ନ ନେବା ପାଇଁ ଦରମା ସହିତ ପିତୃତ୍ୱ ଛୁଟି ପାଇପାରିବେ।ସ୍ବିଡେନର ୩୪୯ସିଟ ବିଶିଷ୍ଟ ସଂସଦ ‘ରିକ୍ସଡାଗ’ ଗତ ବର୍ଷ ଡିସେମ୍ବରରେ ପୈତୃକ ଭତ୍ତା ସମ୍ପର୍କରେ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଥିଲା, ଯାହା ପରେ ଏହି ଆଇନ କାର୍ଯ୍ୟକାରୀ ହୋଇଥିଲା। 


ଏହି ନିୟମ ଅନୁଯାୟୀ, ମାତାପିତାମାନେ ସେମାନଙ୍କର ପିତାମାତା ଛୁଟି ଭତ୍ତାର ଏକ ଅଂଶ ଶିଶୁର ଜେଜେବାପାଙ୍କୁ ସ୍ଥାନାନ୍ତର କରିପାରିବେ।ସ୍ବିଡେନରେ ସନ୍ତାନ ପ୍ରସବ ପରେ ଛୁଟି ମିଳିଥାଏ। ମାତାପିତାମାନେ ପ୍ରତି ପିଲାଙ୍କ ପାଇଁ ୪୮୦ ଦିନ ଛୁଟି ପାଆନ୍ତି। ସେଥିମଧ୍ୟରୁ ୩୯୦ ପାଇଁ, ସମ୍ପୂର୍ଣ୍ଣ ଆୟ ଉପରେ ଆଧାର କରି ହିସାବ କରାଯାଉଥିବାବେଳେ ଅବଶିଷ୍ଟ ୯୦ ଦିନ ପାଇଁ, ଲୋକମାନଙ୍କୁ ପ୍ରତିଦିନ ୧୮୦ କ୍ରୋନରନିଶ୍ଚିତ ରାଶି ମିଳିଥାଏ।


ସ୍ବିଡେନରେ, ପିଲା ଆଠ ବର୍ଷ ବୟସ ନହେବା ପର୍ଯ୍ୟନ୍ତ ମାତାପିତାମାନେ କମ ଘଣ୍ଟା କାମ କରିପାରିବେ, ଯେତେବେଳେ ସରକାରୀ କର୍ମଚାରୀମାନେ ମଧ୍ୟ ୧୨ ବର୍ଷ ବୟସ ନହେବା ପର୍ଯ୍ୟନ୍ତ କମ ଘଣ୍ଟା କାମ କରିବାର ଲାଭ ପାଇପାରିବେ।