ନୂଆଦିଲ୍ଲୀ: ସାମ୍ପ୍ରତିକ ସ୍ଥିତିରେ ଦେଶ ସମେତ ବିଶ୍ୱରେ ଏବେ ନିର୍ବାଚନୀ ହାୱା ପ୍ରଭାବିତ ହେଉଛି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ଦେଶର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଅନ୍ୟପଟେ ଭାରତର ଅନ୍ୟତମ ସହଯୋଗୀ ମିଆଁମାର ଜାତୀୟ ସଂସଦ ଲାଗି ନିର୍ବାଚନ (Myanmar National Assembly Election) ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା ପ୍ରାର୍ଥୀ  ଏବେ ଜନସମର୍ଥନ ହାତେଇବାରେ ଲାଗିପଡିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଭାରତରେ ଯେଉଁ  ଉପାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ ସେହି ପଦ୍ଧତିର ପୁନରାବୃତ୍ତି ଏବେ ମିଆଁମାରରେ ଦେଖିବାକୁ ମିଳିଛି। ଆପଣ ଭାବୁଥିବେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଚ କରିବା ପାଇଁ କେବଳ ଭାରତରେ ବିଭିନ୍ନ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଲଲିପପ୍ ବଣ୍ଟନ କରାଯାଏ, ହେଲେ ଆପଣଙ୍କ ଭୁଲ୍ ବୁଝିଛନ୍ତି। କାରଣ ମିଆଁମାରରେ ଯେଉଁଠି ଆସନ୍ତା ସପ୍ତାହରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି ସେଠରେ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ଏକ ରାଜନୈତିକ ଦଳର ନେତା ଏବେ ଭାରତୀୟ ନେତାଙ୍କୁ ଅନୁସରଣ କରିବା ଆରମ୍ଭ ଦେଇଛନ୍ତି।


ମିଆଁମାର ସଂସଦର ବିରୋଧି ଦଳ ଏବେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନରେ ବାଜିମାତ କରିବା ଲାଗି ଏବେ ଭାରତୀୟ ରାଜନୈତିକ ଦଳର ନେତାଙ୍କ ଭଳି ଲଲିପପ୍ ଦେବା ଆରମ୍ଭ କରିଛନ୍ତି। ମିଆଁମାରର ପିପୁଲ୍ସ ପାୟନିଅର୍ ପାର୍ଟି-ପିପିପି (Peoples Pioneer Party) ପ୍ରାର୍ଥୀ ହାନ୍ ଓଓ ଖିନ୍ (Han Oo Khin) ତାଙ୍କ ନିର୍ବାଚନମଣ୍ଡଳୀର ନିର୍ବାଚନୀ ଜନସମ୍ବାଦ କରିବା ପାଇଁ ଏକ ନିଆରା ଉପାୟ ପାଇଛନ୍ତି। ଯେଉଁଥିପାଇଁ ତାଙ୍କ ନିର୍ବାଚନ ପ୍ରଚାର ଏବେ ବିଶ୍ୱସ୍ତରୀୟ ଗଣାମାଧ୍ୟମରେ ଶିରୋନାମା ପାଲଟିଛି। ସେ ରାଜଧାନୀ ୟାଙ୍ଗୋନ ଠାରେ ରାସନ ସାମଗ୍ରୀ ଧରି ନିର୍ବାଚନ ପ୍ରଚାର କରୁଛନ୍ତି। ପ୍ରାୟ ମାସେରୁ ଅଧିକ ଦିନ ହେବ ସେ ଗୋଟିଏ ଟ୍ରକରେ ତାଙ୍କର ନିର୍ବାଚନ ପ୍ରଚାର କରିବା ସହ ମତଦାତାଙ୍କୁ ଅଣ୍ଡା, ପିଆଜ ଏବଂ ନୁଡୁଲ୍ସ ଆଦି ଖାଦ୍ୟ ସାମଗ୍ରୀ ବହୁତ ଶସ୍ତା ଦରରେ ଯୋଗାଉଛନ୍ତି।


ଦେଶର ଥିଙ୍ଗାଙ୍ଗିନ୍ ଟାଉନସିପ୍ କରୋନା ଭାଇରସ୍ ସଂକ୍ରମଣ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା। ବିଜ୍ଞାପନ ଜଗତ ସହିତ ଜଡିତ ୩୪ ବର୍ଷୀୟ ବ୍ୟବସାୟୀ ତଥା ପିପିଏ ପ୍ରାର୍ଥୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ଭ୍ରାମ୍ୟମାଣ ବଜାର (Mobile Market) ବ୍ୟବସ୍ଥା କରିଛନ୍ତି। ଲୋକଙ୍କୁ ଶସ୍ତାରେ ରାସନ ସାମଗ୍ରୀ ବିକ୍ରୟ କରି ପିପିପି ପ୍ରାର୍ଥୀ ଖିନ୍ ଭୋଟ୍ ହାତେଇବାକୁ ଯୋଜନା କରିଛନ୍ତି।


ଏନେଇ ପିପିପି ପ୍ରାର୍ଥୀଙ୍କ ପକ୍ଷରୁ କୁହାଯାଇଛି ଏହି କାର୍ଯ୍ୟ ଗୋଟିଏ ତୀରରେ ୨ଟି ପକ୍ଷୀ ଶିକାର କରିବା ଭଳି କାର୍ଯ୍ୟ। ସେ କହିଛନ୍ତି ପ୍ରଚାର କାର୍ଯ୍ୟରେ ବ୍ୟବହାର କରୁଥିବା  ଟ୍ରକ ବାହାରେ ତାଙ୍କ ସମର୍ଥନରେ ଲେଖାଯାଇଥିବା ସ୍ଲୋଗାନ ଏବଂ ପୋଷ୍ଟରରେ ସେ ନିଜ ଲାଗି ଭୋଟ୍ ମାଗିଛନ୍ତି। ସେ କହିଛନ୍ତି ଯେ ଏହା କରିବା ଦ୍ୱାରା ରୋଜଗାର ସହିତ ନିର୍ବାଚନ ପ୍ରଚାର ମଧ୍ୟ କରାଯାଉଛି। ଏପର୍ଯ୍ୟନ୍ତ ସେ ହଜାର ହଜାର ଲୋକଙ୍କୁ ଶସ୍ତା ଏବଂ ଉତ୍କୃଷ୍ଟ ସାମଗ୍ରୀ ଯୋଗାଇ ଦେଇଛନ୍ତି। ନିଜ ଦଳ ଏବଂ ନିଜ ବିଷୟରେ ସୂଚନା ଦେଇ ପିପିପି ପ୍ରାର୍ଥୀ ଆହୁରି ଜନସମର୍ଥନ ହାସଲ କରିବାକୁ ଯୋଜନା କରିଛନ୍ତି। ରବିବାର ସେ ତାଙ୍କ ନିର୍ବାଚନମଣ୍ଡଳୀରେ ଅନେକ ଲୋକ ଅଗ୍ରୀମ ଭୋଟ୍ ଦେଇଛନ୍ତି। ସେଠାରରୁ ଆହୁରି ସମର୍ଥନ ପାଇବାକୁ ସେ ଆଶାବାଦୀ ଅଛନ୍ତି।



ମିଆଁମାରରେ ଦୀର୍ଘଦିନ ଧରି ଚାଲିଥିବା ସାମରିକ ଶାସନ ଶେଷ ହେବା ପରେ ଏହା ହେଉଛି ଦ୍ୱିତୀୟ ସାଧାରଣ ନିର୍ବାଚନ, ଯାହାକୁ ନେଇ ଦେଶର ଜନସାଧାରଣ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି। ପିପିଏ ହେଉଛି ନୂତନ ରାଜନୈତିକ ଦଳ ଯିଏ ବର୍ତ୍ତମାନ ଦେଶରେ କ୍ଷମତାସୀନ ଥିବା ଅଙ୍ଗ ସାନ୍ ସୁ କି (Aung San Suu Kyi) ଙ୍କ ଦଳ ପାଇଁ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ଏହି ନିର୍ବାଚନରେ ଉଭା ହୋଇଛି।


ଚଳିତ ଥର ସୁ କିଙ୍କ ଦଳ ଦେଶର ନିର୍ବାଚନରେ ​​ଜିତିବ ବୋଲି ଆକଳନ କରାଯାଇଛି। ହେଲେ ଏଥର ନିର୍ବାଚନରେ ​​ଛୋଟ ଦଳ ମଧ୍ୟ ସେମାନଙ୍କର ଦୃଢ ସ୍ଥିତି ଦେଖୁଛନ୍ତି। ଦେଶର ଆର୍ଥିକ ସମସ୍ୟା ମଧ୍ୟରେ ମିଆଁମାରରେ ଅନେକ ଛୋଟ ରାଜନୈତିକ ଦଳ ଉତ୍ପତ୍ତି ହୋଇଛି। ସୁ କି ଏହି ନିର୍ବାଚନରେ ଆଗୁଆ ମତଦାନ କରିଛନ୍ତି।