ପଞ୍ଜଶୀରକୁ କବଜା କରିବାର ଘୋଷଣା କଲା ତାଲିବାନ
ପଞ୍ଜଶୀର ଯୁଦ୍ଧରେ ବିଦ୍ରୋହୀ ନେତା ଅହମ୍ମଦ ମାସୁଦ (Ahmed Masood) ଙ୍କର ଅନେକ କମାଣ୍ଡର ମଧ୍ୟ ନିହତ ହୋଇଛନ୍ତି । ଯେଉଁଥିରେ ଏନଆରଏଫ ମୁଖପାତ୍ର ଫହିମ ଦାଶ୍ତି (Faheem Dashti) ଓ ଟପ୍ କମାଣ୍ଡର ସାଲେହ ମହମ୍ମଦ ରେଗିସ୍ତାନୀ ମଧ୍ୟ ସାମିଲ ଅଛନ୍ତି ।
କାବୁଲ: Taliban take over Afghanistan: ତାଲିବାନ (Taliban) ପୁଣି ଥରେ ପଞ୍ଜଶୀର (Panjshir) କୁ ଦଖଲ କରିବା କଥା ଦାବି କରିଛନ୍ତି । ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ (Taliban spokesman Zabiullah Mujahid) କହିଛି ଯେ ଆମେ ପଞ୍ଜଶୀରରେ ଆମର ଶତ୍ରୁମାନଙ୍କୁ ମାତ୍ ଦେଇଛୁ ଓ ପଞ୍ଜଶୀର (Panjshir) ଆମର ସୈନ୍ୟବାହିନୀ ଅଧୀନରେ ଅଛି । ପଞ୍ଜଶୀର ପ୍ରତି କୌଣସି ଭେଦଭାବ ହେବ ନାହିଁ । ଆମେ ଚାହୁଁଥିଲୁ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯାଉ କିନ୍ତୁ ତାହା ହୋଇ ନଥିଲା । ଏହା ପରେ ଆମର ସେନା ଆକ୍ରମଣ କରିଛି ଓ କବଜା କରିଛି ।
ଏହାପୂର୍ବରୁ ତାଲିବାନ (Taliban) ର ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ ଦଖଲର ଦାବି କରିଥିଲା ଯାହାକୁ NRF ପ୍ରତ୍ୟାଖ୍ୟାନ କରିଥିଲା । ଏହି ସମୟରେ ନର୍ଥେର୍ନ ଆଲାଏନ୍ସ (Northern Alliance) ର ନେତା ଅହମ୍ମଦ ମାସୁଦ (Ahmed Masood) ଟ୍ୱିଟ୍ କରି କହିଛନ୍ତି ଯେ ସେମାନେ ନିରାପଦରେ ଅଛନ୍ତି ଓ ଚିନ୍ତା କରିବାର କିଛି ନାହିଁ ।
ପଞ୍ଜଶୀର ଯୁଦ୍ଧରେ ବିଦ୍ରୋହୀ ନେତା ଅହମ୍ମଦ ମାସୁଦ (Ahmed Masood) ଙ୍କର ଅନେକ କମାଣ୍ଡର ମଧ୍ୟ ନିହତ ହୋଇଛନ୍ତି । ଯେଉଁଥିରେ ଏନଆରଏଫ ମୁଖପାତ୍ର ଫହିମ ଦାଶ୍ତି (Faheem Dashti) ଓ ଟପ୍ କମାଣ୍ଡର ସାଲେହ ମହମ୍ମଦ ରେଗିସ୍ତାନୀ ମଧ୍ୟ ସାମିଲ ଅଛନ୍ତି । ଏହି ରେଗିସ୍ତାନୀ ଅହମ୍ମଦ ଶାହା ମାସୁଦ ସିନିୟରଙ୍କ ନିକଟତର ଥିଲେ ଓ ଗରିଲା ଯୁଦ୍ଧରେ ଜଣେ ନିପୁଣ ଯୋଦ୍ଧା ଭାବରେ ବିବେଚିତ ହେଉଥିଲେ ।
ସେପଟେ ରେଜିଷ୍ଟାନ୍ସ ଫ୍ରଣ୍ଟ ମୁଖପାତ୍ର ଫହିମ ଦାଶ୍ତି ଓ ଅହମ୍ମଦ ଶାହା ମାସୁଦଙ୍କ ପୁତୁରା ଜେନେରାଲ ଅବଦୁଲ ୱୁଦୁଦଙ୍କର ମଧ୍ୟ ଶହିଦ ହୋଇଛନ୍ତି । ଫହିମ ଦାଶ୍ତିଙ୍କ ମୃତ୍ୟୁ ରେଜିଷ୍ଟାନ୍ସ ଫ୍ରଣ୍ଟ ପାଇଁ ଏକ ବଡ଼ ଝଟକା କାରଣ ସେ ଅହମ୍ମଦ ମାସୁଦଙ୍କ ଅତି ନିକଟତର ହେବା ସହ ମୁଖପାତ୍ର ମଧ୍ୟ ଥିଲେ । ଅହମ୍ମଦ ମାସୁଦ ଓ ତାଙ୍କ ପିତା ଅହମ୍ମଦ ଶାହା ମାସୁଦଙ୍କ ସହ ଅତି ନିକଟତର ଥିବା ଫହିଦ ଦାଶ୍ତିଙ୍କ ମୃତ୍ୟୁ ପରେ ପଞ୍ଜଶୀରରେ ଶାନ୍ତିର ସ୍ୱର ଉଠୁଛି । ଅନ୍ୟପଟେ କିଛି ନେତା ଅଛନ୍ତି ଯେଉଁମାନେ ପ୍ରତିଶୋଧ ନେବା ବିଷୟରେ କହୁଛନ୍ତି ।
ଅଧିକ ପଢ଼ନ୍ତୁ:-ଏହି ଦେଶରେ ସେନା ଦ୍ୱାରା କ୍ଷମତା ପରିବର୍ତ୍ତନ: ସୈନ୍ୟ ହେପାଜତରେ ରାଷ୍ଟ୍ରପତି, ସରକାର-ସମ୍ବିଧାନ ଭଙ୍ଗ
ଅଧିକ ପଢ଼ନ୍ତୁ:-ରାସନ କାର୍ଡ ନିୟମରେ ହେଲା ବଡ଼ ପରିବର୍ତ୍ତନ, ଜାଣି ନିଅନ୍ତୁ ନଚେତ୍ ରାସନ ମିଳିବାରେ ହୋଇପାରେ ସମସ୍ୟା!
ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ଏହି ୧ ଟଙ୍କାର କଏନ ତ ରାତାରାତି ହୋଇପାରିବେ କୋଟିପତି? RBI ଦେଲା ବଡ଼ ସୂଚନା
ଅଧିକ ପଢ଼ନ୍ତୁ:-ଆଶ୍ୱସ୍ତିକର ଖବର: ୫ ଦିନ ପରେ ଦେଶରେ ୪୦ ହଜାରରୁ କମ୍ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ