କାବୁଲ: ଆଫଗାନିସ୍ତାନ (Afghanistan) ରେ କ୍ଷମତାରେ ଥିବା ତାଲିବାନ (Taliban) ଲୋକଙ୍କ ଜୀବନକୁ କଷ୍ଟକର କରିଦେଇଛି । ବିଶେଷକରି ମହିଳାମାନେ ତାଙ୍କର ଅଜବ ଓ ନିଷ୍ଠୁର ନିୟମ ଯୋଗୁଁ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି । ଏହି ସମୟରେ ତାଲିବାନ ସରକାର ଏପରି ନିଷ୍ପତ୍ତି ନେଇଛି ଯାହାକୁ କିଛି ମାତ୍ରାରେ ପ୍ରଶଂସା କରାଯାଇପାରେ । ଏହି ପ୍ରସଙ୍ଗରେ ତାଲିବାନକୁ ପରିବେଶପ୍ରେମୀମାନେ ସମର୍ଥନ କରିବେ । ବାସ୍ତବରେ ଜଙ୍ଗଲରୁ କାଠ କାଟିବା ପାଇଁ ଆଫଗାନିସ୍ତାନ ସରକାର କଠୋର ଦଣ୍ଡ ଘୋଷଣା କରିଛି ।


COMMERCIAL BREAK
SCROLL TO CONTINUE READING

କାଠ ବ୍ୟବସାୟ ନିଷେଧ 


ପାକିସ୍ତାନୀ ନ୍ୟୁଜ୍ ପୋର୍ଟାଲ୍ 'ଉର୍ଦ୍ଦୁପଏଣ୍ଟ'ର ରିପୋର୍ଟ ଅନୁଯାୟୀ ତାଲିବାନ (Taliban) ର ଇସଲାମିକ୍ ଏମିରେଟ୍ ସରକାର (Islamic Emirate government) ଜଙ୍ଗଲ କାଟିବା ଓ କାଠ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତାଲିବାନର ବରିଷ୍ଠ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ (Zabihullah Mujahid) କହିଛନ୍ତି ଯେ ଇସଲାମିକ୍ ଏମିରେଟ୍ସର କାର୍ଯ୍ୟନିର୍ବାହୀ ସରକାର କାଠ କାରବାରକୁ ନିଷିଦ୍ଧ କରିଛନ୍ତି । ଏପରି ପରିସ୍ଥିତିରେ ଯଦି କୌଣସି ବ୍ୟକ୍ତି ନିୟମ ଭାଙ୍ଗିବାରେ ଧରାଯାଏ, ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯିବ ।


ସୁରକ୍ଷା ଏଜେନ୍ସିଗୁଡ଼ିକୁ ଦିଆଯାଇଛି ଦାୟିତ୍ୱ


ଜବିହୁଲ୍ଲା ମୁଜାହିଦ୍ (Zabihullah Mujahid) ଟ୍ୱିଟ୍ କରି କହିଛନ୍ତି ଯେ ଜଙ୍ଗଲ କାଟିବା, କାଠ ବିକ୍ରୟ ଏବଂ ପରିବହନ ଉପରେ କଡା ପ୍ରତିବନ୍ଧକ ଲାଗିବ । ଏହାକୁ ବନ୍ଦ କରିବାକୁ ସୁରକ୍ଷା ଏଜେନ୍ସି ଓ ପ୍ରାଦେଶିକ ଅଧିକାରୀଙ୍କୁ କୁହାଯାଇଛି । ଆଫଗାନିସ୍ତାନର ସମୁଦାୟ ଅଞ୍ଚଳର ମାତ୍ର ୫ ପ୍ରତିଶତ ଜଙ୍ଗଲ ରହିଛି । ଅଧିକାଂଶ ଜଙ୍ଗଲ ଦେଶର ପୂର୍ବରେ ଥିବା ପାହାଡ଼ିଆ ଅଞ୍ଚଳ ହିନ୍ଦୁ କୁଶ ଅଞ୍ଚଳରେ ଅବସ୍ଥିତ । ଏହି ଅଞ୍ଚଳର ପାଶ୍ତୁନ (Pashtun) ମାନେ ଏହି ଜଙ୍ଗଲର ମାଲିକ ଅଟନ୍ତି ।


ପାଶ୍ତୁନଙ୍କୁ ପ୍ରଲୋଭିତ କରିବାକୁ ​ଚେଷ୍ଟା


ଏହି ନିଷ୍ପତ୍ତି ସହିତ ତାଲିବାନ ଆଦିବାସୀ ଅଞ୍ଚଳରେ ରହୁଥିବା ପାଶ୍ତୁନଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିଛି ବୋଲି ମନେ କରାଯାଉଛି । ପାଶ୍ତୁନ ପ୍ରାଧାନ୍ୟ ଅଞ୍ଚଳରେ ଦୀର୍ଘ ଦିନ ଧରି ଜଙ୍ଗଲ ସଂରକ୍ଷଣ ପାଇଁ ଦାବି କରାଯାଉଥିଲା । ଏଭଳି ପରିସ୍ଥିତିରେ ଜଙ୍ଗଲ କାଟିବା ଓ କାଠ କାରବାର ଉପରେ ପ୍ରତିବନ୍ଧକ ଲଗାଇବା ଦ୍ୱାରା ତାଲିବାନ ଆଦିବାସୀ ଅଞ୍ଚଳରେ ଥିବା ଲୋକଙ୍କ ମଧ୍ୟରେ ସେମାନଙ୍କର ଉପସ୍ଥିତି ଅନୁଭବ କରାଇଛି ।


ଏହା ବି ପଢ଼ନ୍ତୁ:-ଏହି ଆସନରୁ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା! ଆଜି ବଡ଼ ଘୋଷଣା କରିପାରେ କଂଗ୍ରେସ


ଏହା ବି ପଢ଼ନ୍ତୁ:-କେରଳରେ ବନ୍ୟାର ତାଣ୍ଡବ: ୪୧ ମୃତ, ୧୧ଟି ଡ୍ୟାମ୍ ପାଇଁ ରେଡ୍‌ ଆଲର୍ଟ ଜାରି, ଏସବୁ ରାଜ୍ୟରେ ବି ଭାରି ବର୍ଷାର ଚେତାବନୀ


ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍


ଏହା ବି ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳୀର ଉପହାର, ୩୦ ଦିନର ଦରମାର ବରାବର ମିଳିବ ବୋନସ୍