ନୂଆଦିଲ୍ଲୀ: ଆଫଗାନିସ୍ତାନ (Afghanistan) ରେ କ୍ଷମତା ହାସଲ କରିବା ପରେ ନିଜ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ତାଲିବାନ (Taliban) କୁ ଏକ ବଡ଼ ଝଟକା ଲାଗିଛି । ବ୍ରିଟିଶ ମାଗାଜିନ ଦାବି କରିଛି ଯେ କ୍ଷମତା ପାଇଁ ତାଲିବାନର ସର୍ବୋଚ୍ଚ ନେତା (Taliban Supreme Leader) ହିବତୁଲ୍ଲା ଅଖୁନ୍ଦଜାଦା (Hibatullah Akhundzada) କୁ ହତ୍ୟା କରାଯାଇଛି ଓ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରକୁ ବନ୍ଧକ ରଖାଯାଇଛି । କ୍ଷମତା ପାଇଁ ଏହି ଲଢ଼େଇ ତାଲିବାନର ଦୁଇଟି ଗୋଷ୍ଠୀ ମଧ୍ୟରେ ହୋଇଥିଲା । ମାଗାଜିନ ଆହୁରି ମଧ୍ୟ ଜଣାଇଛି ଯେ ହକ୍କାନି ଦଳ (Haqqani Network) ସହ ଏହି ଝଗଡ଼ାରେ ମୁଲ୍ଲା ବରଦାର ସର୍ବାଧିକ ଆହତ ହୋଇଥିଲା ।


COMMERCIAL BREAK
SCROLL TO CONTINUE READING

ବ୍ରିଟେନର ପତ୍ରିକା ଏହାର ରିପୋର୍ଟରେ କହିଛି ଯେ ସେପ୍ଟେମ୍ବର ମାସରେ ତାଲିବାନର ଉଭୟ ଗୋଷ୍ଠୀ ଏକାଠି ହୋଇଥିଲେ । ଏହି ସମୟରେ ହକ୍କାନି ନେତା ଖଲିଲ-ଉଲ-ରହମାନ ହକ୍କାନି ନିଜ ଚେୟାରରୁ ଉଠି ବରଦାରକୁ ପିଟିବା ଆରମ୍ଭ କରିଥିଲା । ଅଣ-ତାଲିବାନ ଓ ସଂଖ୍ୟାଲଘୁ ସମ୍ପ୍ରଦାୟକୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରିବା ପାଇଁ ବରଦାର କ୍ରମାଗତ ଭାବରେ ତାଲିବାନ ସରକାରଙ୍କ ଉପରେ ଚାପ ପକାଉଥିଲା ଦ୍ୱାରା ବିଶ୍ୱର ଅନ୍ୟ ଦେଶମାନେ ତାଲିବାନ ସରକାରକୁ ମାନ୍ୟତା ପ୍ରଦାନ କରନ୍ତୁ ।


ସଂଘର୍ଷ ପରେ ବରାଦର କିଛି ଦିନ ହେବ ନିଖୋଜ ଥିଲା ଏବଂ ଏବେ ପୁଣି ଥରେ କାନ୍ଦାହାରରେ ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ, ବରଦାର ଆଦିବାସୀ ନେତାଙ୍କୁ ଭେଟିଛି, ଯାହାର ସମର୍ଥନ ତାଙ୍କୁ ମଧ୍ୟ ମିଳିଛି । ତେବେ ବରଦାରକୁ ଚାପ ପକାଇ ତାଙ୍କୁ ଏକ ଭିଡିଓ ବାର୍ତ୍ତା ଜାରି କରିବାକୁ କୁହାଯାଇଥିଲା । ମାଗାଜିନ ଦାବି କରିଛି ଯେ ଭିଡିଓରେ ସଙ୍କେତ ମିଳୁଛି ଯେ ବରାଦରକୁ ବନ୍ଧକ ରଖାଯାଇଛି ।


ଅଖୁନ୍ଦଜାଦା ବିଷୟରେ ରିପୋର୍ଟରେ କୁହାଯାଇଛି ଯେ ସେ କେଉଁଠାରେ ଅଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ତାକୁ ଦୀର୍ଘ ସମୟ ଧରି ଦେଖାଯାଇନାହିଁ ଓ ତାର କୌଣସି ବାର୍ତ୍ତା ମଧ୍ୟ ଜାରି କରାଯାଇ ନାହିଁ । ଏଭଳି ପରିସ୍ଥିତିରେ ଅଖନ୍ଦଜାଦାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । କ୍ଷମତା ପାଇଁ ଏଭଳି ଲଢ଼େଇ ତାଲିବାନରେ ପୂର୍ବରୁ ଦେଖାଯାଇ ନଥିଲା । ତାଲିବାନ ଓ ହକ୍କାନି ନେଟୱାର୍କ ୨୦୧୬ ରେ ମିଶ୍ରିତ ହୋଇଥିଲା ।


ତାଲିବାନର ଏକ ଭିନ୍ନ ପ୍ରତିଛବି ଉପସ୍ଥାପନ କରିବାକୁ ବରାଦରର ଉଦ୍ୟମ କରୁଥିଲା ଯାହା ଦ୍ୱାରା ବିଶ୍ୱ ତାକୁ ମାନ୍ୟତା ଦେବ । ସେପଟେ ହକ୍କାନି ନେଟୱାର୍କ ଆତ୍ମଘାତୀ ଆକ୍ରମଣର ସମର୍ଥକ ହୋଇ ରହିଛି । ମିଳିତ ଜାତିସଂଘ ଦ୍ୱାରା ଆତଙ୍କବାଦୀ ତାଲିକାରେ ଆଫଗାନିସ୍ତାନର ଶରଣାର୍ଥୀ ମନ୍ତ୍ରୀ ଖାଲିଲ ହକ୍କାନିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।


ଗୋଟିଏ ସତ ଏହା ମଧ୍ୟ ଯେ ପାକିସ୍ତାନ ସହିତ ହକ୍କାନିର ସିଧାସଳଖ ସମ୍ପର୍କ ଅଛି । ପାକିସ୍ତାନ ତାଲିବାନ ସରକାରରେ ହକ୍କାନିର ଦବଦବା ଚାହୁଁଛି । ଏଥିପାଇଁ ନିଜ ଲକ୍ଷ୍ୟ ପୂରଣକୁ ସହଜ କରିବାକୁ ପାକିସ୍ତାନ ମଧ୍ୟ ଚେଷ୍ଟା କରୁଛି ।


ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ଏହି ୧ ଟଙ୍କାର କଏନ୍ ତ ରାତାରାତି ହୋଇପାରିବେ କୋଟିପତି? ଜାଣନ୍ତୁ କ'ଣ କହିଲା RBI


ଅଧିକ ପଢ଼ନ୍ତୁ:-ଡ୍ରାଇଭିଂ ଲାଇସେନ୍ସ ଓ RCକୁ ନେଇ ଆସିଲା ବହୁତ ବଡ଼ ଖବର, ସରକାର ନିୟମରେ କଲା ଏହି ପରିବର୍ତ୍ତନ


ଅଧିକ ପଢ଼ନ୍ତୁ:-ଅତ୍ୟାଧିକ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ, ଏସବୁ ରୋଗ ହେବାର ରହିଥାଏ ଆଶଙ୍କା


ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର