ଚେନ୍ନାଇ: ଆସନ୍ତା ବର୍ଷ ହେବାକୁ ଯାଉଛି ତାମିଲନାଡୁ ବିଧାନସଭା ନିର୍ବାଚନ । ହେଲେ ବର୍ତ୍ତମାନ ଠାରୁ ରାଜ୍ୟରେ ଅନୁଭୂତ ହେଲାଣି ରାଜନୈତିକ ତାତି । ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନରେ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଓ.ପନୀରସେଲଭମ (O.Panneerselvam) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଉଦ୍ୟମ । ଏନେଇ ରାଜ୍ୟର ଥେନି ଜିଲ୍ଲାର ଅନେକ ସ୍ଥାନରେ ଲଗାଯାଇଛି ପୋଷ୍ଟର । ବର୍ତ୍ତମାନ ତାମିଲନାଡୁରେ ଶାସନ କ୍ଷମତାରେ ରହିଛି ଅଲ ଇଣ୍ଡିଆ ଦାବ୍ରିଡ ମୁନେତା କାଝାଘମ-ଏଆଇଏଡିଏମକେ (AIADMK-All India Anna Dravida Munnetra Kazhagam)। 


COMMERCIAL BREAK
SCROLL TO CONTINUE READING

ଏହି ପୋଷ୍ଟର ମାଧ୍ୟମରେ ଏଆଇଏଡିଏମକେ ପକ୍ଷରୁ କୁହାଯାଇଛି ପନୀରସେଲଭମ ହେଉଛନ୍ତି ଏକମାତ୍ର ନେତା ଯାହାଙ୍କୁ ଆସନ୍ତା ନିର୍ବାଚନରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦଳର ପୂର୍ବତନ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଛି । ଉପମୁଖ୍ୟମନ୍ତ୍ରୀ ପନୀର ସେଲଭମ ଗୃହ ଜିଲ୍ଲା ଥେନିରେ ଏପରି ପୋଷ୍ଟର ଲଗାଇବାକୁ ନେଇ ଏଆଇଏଡିଏମକେ ଦଳୀୟ ମହଲରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।


ଏହି ପୋଷ୍ଟରରେ ଆହୁରି ମଧ୍ୟ କୁହାଯାଇଛି, 'ସେ ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏକି ପୁରଚି ଥାଲାଇଭି ଅର୍ଥାତ ଜୟଲଳିତାଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି। ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ସେ ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ଦରକାର । ଏହା  ସହିତ ଅନ୍ୟ ଏକ ପୋଷ୍ଟରରେ କୁହାଯାଇଛି ସାଧାରଣ ଲୋକ ଏବଂ ଗରିବଙ୍କ ମୁଖ୍ୟମନ୍ତ୍ରୀ ଥିଲେ । ଆମ୍ମା ତାଙ୍କୁ ଆଶୀର୍ବାଦ ଦେଇଥିଲେ। କେବଳ ଏତିକି ନୁହେଁ ତାଙ୍କୁ ଅନ୍ୟ ଏକ ପୋଷ୍ଟରରେ 'ସ୍ଥାୟୀ ମୁଖ୍ୟମନ୍ତ୍ରୀ' ବୋଲି ବର୍ଣ୍ଣନା କରାଯାଇଛି।


ଏହି ପୋଷ୍ଟରରେ ମୁଖ୍ୟମନ୍ତ୍ରୀ କେ ପାଲାନିସ୍ୱାମୀ, ଦଳର ଭେଟେରାନ ନେତା, ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତା ଏବଂ ଏଆଇଏଡିଏମକେ ପ୍ରତିଷ୍ଠାତା ଏମ.ଜି ରାମଚନ୍ଦ୍ରନଙ୍କ ଫଟୋ ରହିଛି । ଏ ବାବଦରେ ଏଆଇଏଡିମକେ କର୍ମକର୍ତ୍ତାଙ୍କୁ ପଚରାଯିବାରୁ ସେ କହିଛନ୍ତି  ପନୀର ସେଲଭମଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ । ଦଳର କେତେକ କର୍ମକର୍ତ୍ତା ହୁଏତ ବ୍ୟକ୍ତିଗତ ଭାବେ ଏପରି କରି ଥାଇପାରନ୍ତି ।