ନୂଆଦିଲ୍ଲୀ: ବିରାଟ କୋହଲି (Virat Kohli) ଙ୍କ ପାଖରେ ନିଜକୁ ଜଣେ ଅଧିନାୟକ ଭାବରେ ପ୍ରମାଣିତ କରିବା ପାଇଁ ଏବେ ଖୁବ୍ କମ୍ ସମୟ ରହିଯାଇଛି । ଯଦି ବିରାଟ କୋହଲି ୨୦୨୧ ଟି-20 ବିଶ୍ୱକପ, ୨୦୨୨ ଟି-20 ବିଶ୍ୱକପ ଏବଂ ୨୦୨୩ ଏକ ଦିବସୀୟ ବିଶ୍ୱକପ ମଧ୍ୟରୁ କୌଣସି ଗୋଟିଏ  ଟୁର୍ନାମେଣ୍ଟର ଟ୍ରଫି ଜିତିବାରେ ଅସଫଳ ହେବେ, ତା’ହେଲେ ତାଙ୍କ ଅଧିନାୟକତ୍ୱ ଚାଲିଯାଇପାରେ । ୨୦୨୩ ଏକ ଦିବସୀୟ ବିଶ୍ୱକପ ପରେ ବିରାଟ କୋହଲିଙ୍କ ବୟସ ୩୪-୩୫ ବର୍ଷ ହୋଇଯିବ, ଏଭଳି ପରିସ୍ଥିତିରେ ଭାରତୀୟ ଦଳ ନୂଆ ଅଧିନାୟକ ଖୋଜିବ । ସେପଟେ ଆଜି ଆମେ ଆପଣଙ୍କୁ ଏପରି ୩ ଜଣ ଦମଦାର ଭାରତୀୟ କ୍ରିକେଟର ବିଷୟରେ କହିବୁ, ଯେଉଁମାନେ ବିରାଟ କୋହଲିଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ସ୍ଥାୟୀ ଅଧିନାୟକ ହୋଇପାରିବେ ।


COMMERCIAL BREAK
SCROLL TO CONTINUE READING


ଋଷଭ ପନ୍ତ 


ଋଷଭ ପନ୍ତ (Rishabh Pant) ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି । ଗତ କିଛି ମାସ ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ପନ୍ତ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ଏହି କାରଣରୁ ତାଙ୍କର ସ୍ଥାନ ତିନିଟି ଫର୍ମାଟରେ ନିଶ୍ଚିତ ହୋଇଛି । ଋଷଭ ପନ୍ତଙ୍କର ପାଖରେ ଏକ ସ୍ମାର୍ଟ ମସ୍ତିଷ୍କ ରହିଛି । ଅଧିନାୟକ ହେବା ପାଇଁ ଋଷଭ ପନ୍ତଙ୍କର ସମସ୍ତ ଗୁଣ ଅଛି । ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକତ୍ୱ କରୁଥିବା ବେଳେ ପନ୍ତ ବହୁତ ଭଲ କାମ କରିଛନ୍ତି ।


ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ପାଇଁ ଲବଙ୍ଗ ହୋଇଥାଏ ବହୁତ ଲାଭକାରୀ! ଏହି ସମୟରେ ସେବନ କଲେ ମିଳିବ ଆଶ୍ଚର୍ଯ୍ୟଜନକ ଲାଭ



ଶୁଭମନ ଗିଲ 


ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜରେ ଶୁଭମନ ଗିଲ (Shubman Gill) ନିଜର ଆନ୍ତର୍ଜାତୀୟ ଟେଷ୍ଟ ଡେବ୍ୟୁ କରିଥିଲେ । ସେହି ଗସ୍ତରେ ଶୁଭମନ ଗିଲ ଦୁନିଆର ଶ୍ରେଷ୍ଠ ବୋଲର ପାଟ କମିନ୍ସଙ୍କୁ ଭଲ ଭାବରେ ସାମ୍ନା କରିଥିଲେ ଏବଂ ଭାରତୀୟ ଦଳର ସିରିଜ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୧୯ ଦେଓଧର ଟ୍ରଫିରେ ଶୁଭମନ ଗିଲ ଅଧିନାୟକ ଥିଲେ । ଇଣ୍ଡିଆ ସି ଅଧିନାୟକ ଥିବାବେଳେ ଗିଲ ପ୍ରଥମ ମ୍ୟାଚ୍‌ରେ ୧୪୩ ରନର ଚମତ୍କାର ଶତକ ହାସଲ କରିଥିଲେ । ଏହା ପରେ ଇଣ୍ଡିଆ ସି ଦଳ ଶୁଭମନ ଗିଲଙ୍କ ନେତୃତ୍ୱରେ ଫାଇନାଲକୁ ପହଞ୍ଚିଥିଲା । ଏହା ସମ୍ଭବ ଯେ ୨୦୨୩ ବିଶ୍ୱକପ ପରେ ଶୁଭମନ ଗିଲ ଭାରତୀୟ ଦଳର ନେତୃତ୍ୱ କରୁଥିବାର ନଜରକୁ ଆସିପାରେ ।


ଅଧିକ ପଢ଼ନ୍ତୁ:-ଦେଶରେ ଜାରି ରହିଛି କୋରୋନା ତାଣ୍ଡବ: ଦିନକରେ ୪୨ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ



ଶ୍ରେୟସ୍ ଆୟର 


ମୁମ୍ବାଇର ୨୬ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର (Shreyas Iyer) ୨୦୧୭ ମସିହାରେ ଭାରତୀୟ ଦଳ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ । ଅଧିନାୟକତ୍ୱ ବିଷୟରେ କହିବାକୁ ଗଲେ, ଆଇୟର ଆଇପିଏଲ ୨୦୧୮ରେ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ) ଦଳର ଅଧିନାୟକ ଭାବରେ ନିଯୁକ୍ତ ହୋଇଥିଲେ । ଏହା ପରେ ଗତ ବର୍ଷ ଆଇପିଏଲ୍ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସର ଦଳ ଫାଇନାଲ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲା । ଏହି କ୍ଷେତ୍ରରେ କହିବା ଭୁଲ ହେବ ନାହିଁ ଯେ ବିଶ୍ୱକପ ୨୦୨୩ ପରେ ଭାରତୀୟ ଦଳର ଅଧିନାୟକତ୍ୱ ରେସରେ ସେ ଅନ୍ୟତମ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ।