ନୂଆଦିଲ୍ଲୀ: ଶ୍ରୀଲଙ୍କାର ସୀମିତ ଓଭର ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ ଦଳର (Indian cricket team) ଅଧିନାୟକ ଭାବେ ମନୋନୀତ ହୋଇଥିବା ଶିଖର ଧାୱନ (Shikhar Dhawan) ରବିବାର କହିଛନ୍ତି ଯେ ଏହା ଦ୍ୱିତୀୟ ଶ୍ରେଣୀର ଖେଳାଳିମାନଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଓ ମୁଖ୍ୟ ଟିମର ଜାଗା ପ୍ରସ୍ତୁତ କରିବାର ସୁଯୋଗ ଦେବ । ଏହି ସମୟରେ ଅଧିନାୟକ ଧୱନ ଓ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ (Rahul Dravid) ଫଟୋ ବିସିସିଆଇ (BCCI) ଦ୍ୱାରା ପୋଷ୍ଟ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ପ୍ରସ୍ତୁତ ଧାୱନଙ୍କ ୟଙ୍ଗ ଟିମ୍
ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ (Rahul Dravid) ଉପସ୍ଥିତିରେ ଦଳ ଛାଡିବା ପୂର୍ବରୁ ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ (Virtual press conference) ଧୱନ କହିଛନ୍ତି ଯେ ଏହା ଏକ ବହୁତ ଭଲ ଦଳ । ଆମ ଦଳର ସକାରାତ୍ମକତା, ଆତ୍ମବିଶ୍ୱାସ ଅଛି ଓ ସମସ୍ତେ ଭଲ କରିବାକୁ ଆତ୍ମବିଶ୍ୱାସୀ । ଖେଳାଳିମାନେ ବହୁତ ଉତ୍ସାହିତ ଅଛନ୍ତି । ଏହା ଏକ ନୂତନ ଆହ୍ୱାନ କିନ୍ତୁ ଏହି ସମୟ ଆମ ସମସ୍ତଙ୍କ ପାଇଁ ଆମର ଦକ୍ଷତା ଦେଖାଇବା ପାଇଁ ଏହା ଏକ ଭଲ ସୁଯୋଗ । ସମସ୍ତେ ଏଥିପାଇଁ ଅପେକ୍ଷା କରିଛନ୍ତି ।



'ପଡ଼ିଆକୁ ଓହ୍ଲାଇବାକୁ ଉତ୍ସାହିତ ଅଛନ୍ତି ଖେଳାଳି'
ଧାୱନ କହିଛନ୍ତି, 'ଆମ କ୍ଵାରେଣ୍ଟିନ ହେବାର ୧୩ ରୁ ୧୪ ଦିନ ବିତିଗଲାଣି ଓ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇବାକୁ ଉତ୍ସାହିତ ଅଛନ୍ତି । ଆମର ପ୍ରସ୍ତୁତି ପାଇଁ ୧୦ ରୁ ୧୨ ଦିନ ଅଛି । ନିୟମିତ ଅଧିନାୟକ ବିରାଟ କୋହଲି ଓ ଇଂଲଣ୍ଡ ଗସ୍ତରେ ମୁଖ୍ୟ ଦଳ ଅନୁପସ୍ଥିତିରେ ଧାୱନ ଆସନ୍ତା ମାସରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳର ନେତୃତ୍ୱ ନେବେ । ଓ ଭୁବନେଶ୍ୱର କୁମାର ଦଳର ଉପ-ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ।


ଅଧିକ ପଢ଼ନ୍ତୁ: ନୂଆ ବିପଦ: କୋରୋନାରୁ ସୁସ୍ଥ ହେବା ପରେ ୧୩ ବର୍ଷର ଶିଶୁର ଅଚଳ ହୋଇଗଲା ମସ୍ତିଷ୍କ


ବରିଷ୍ଠ ଖେଳାଳିଙ୍କ ସହିତ ସାମିଲ ଅଛନ୍ତି ଯୁବ ଖେଳାଳି
ଏହି ଯାତ୍ରା ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡ ୨୦ ଜଣିଆ ଦଳ ଚୟନ କରିଛି ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା, ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ମଧ୍ୟ ସାମିଲ ଅଛନ୍ତି । ସମସ୍ତ ଆଖି ମଧ୍ୟ ଯୁବ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପାଡିକ୍କଲ ଓ ପୃଥ୍ଵୀ ଶ'ଙ୍କ ଉପରେ ରହିବ । ଇଶାନ କିଶନ ଓ ସଞ୍ଜୁ ସାମସନଙ୍କ ରୂପରେ ଦଳରେ ଦୁଇଜଣ ୱିକେଟ୍ କିପର ମଧ୍ୟ ଏହି ଦଳରେ ସାମିଲ ଅଛନ୍ତି ।


ଦଳର ମିଶ୍ରଣ ବିଷୟରେ ଧାୱନ କହିଛନ୍ତି, 'ଖେଳାଳିମାନେ ପ୍ରସ୍ତୁତ ଓ ସେମାନେ ଏହି ମ୍ୟାଚରେ ଖେଳିବାକୁ ଆଗ୍ରହୀ ଅଟନ୍ତି । ଏହି ଖେଳାଳିମାନେ ଆଇପିଏଲ୍ ଓ ଅନ୍ୟାନ୍ୟ ଟୁର୍ନାମେଣ୍ଟରେ ନିଜକୁ ପ୍ରମାଣ କରିସାରିଛନ୍ତି । ଦଳ ଯୁବ ଓ ଅଭିଜ୍ଞତାର ଏକ ଭଲ ମିଶ୍ରଣ ।