Delhi Fire Tragedy: ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଥିବା ୩-ମହଲା ବିଶିଷ୍ଟ ବ୍ୟବସାୟିକ ବିଲଡିଂରୁ ମୋଟ ୨୬ ମୃତଦେହ ଉଦ୍ଧାର କରାଯାଇଛି। ଅସମର୍ଥିତ ତଥ୍ଯ ଅନୁସାରେ ମୁଣ୍ଡକା ଅଗ୍ନିକାଣ୍ଡରେ ୫୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ସୁଦ୍ଧା ୧୦ ଜଣ ଲୋକ ଅଗ୍ନିକାଣ୍ଡ ଘଟିଥିବା ବିଲ୍ଡିଂରେ ଫସି ରହିଛନ୍ତି ଓ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଯମ ଚାଲିଛି। ଏଥିପାଇଁ, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୧୦ ରୁ ଅଧିକ ଗାଡି଼ ନିଆଁ ଲିଭାଇବା ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।


ଦିଲ୍ଲୀ ଅଗ୍ନିଶମ ସେବା ର ଉପ-ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁନୀଲ ଚୌଧରୀଙ୍କ ଅନୁସାରେ, ଜୀବନ ବଂଚାଇବାକୁ ଯାଇ କିଛି ଲୋକ ବିଲ୍ଡିଂରୁ ଡେଇଁପଡିଥିଲେ ଓ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।


ଡିସିପି (ବାହ୍ୟ ଜିଲ୍ଲା) ସମୀର ଶର୍ମା କହିଛନ୍ତି ଯେ ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟ କୋଠାର ଦୁଇଟି ମହଲାରେ ନିଆଁ ଲାଗିଯାଇଥିଲା ଓ ପୋଲିସ୍ ଏହି ଅଞ୍ଚଳକୁ କର୍ଡନ କରିଥିଲା। ପୋଲିସ୍ ୫୦ ରୁ ୬୦ ଲୋକଙ୍କୁ ଉଦ୍ଧାର କରିଛି।


ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ,  କିଛି ଲୋକଙ୍କୁ ଝରକା ମଧ୍ୟ ଦେଇ ଏକ  JCB ସାହାଯ୍ୟରେ ଓହ୍ଲାଇଥିବାର ଦେଖାଯାଇଥିଲା ଅନ୍ୟ କିଛି ଲୋକଙ୍କୁ ଏକ ଦଉଡି ସାହାଯ୍ୟରେ ବିଲଡିଂରୁ ବାହାରକୁ ଆସିବାକୁ ଚେଷ୍ଟା କରୁଥିବାର ଦେଖାଯାଇଥିଲା।