ଜିନୁ ଜେନା, ନୂଆଦିଲ୍ଲୀ: ସେନା ପକ୍ଷରୁ ଚାଲିଥିବା ଅପରେସନ୍ ଅଲଆଉଟ (Operation All Out) ରୁ ବର୍ତ୍ତିବା ଲାଗି ଆତଙ୍କବାଦୀ କାଶ୍ମୀରରେ ଏକ ନୂଆ କୌଶଳ ଆପଣାଇଛନ୍ତି । ସେନାର ପରାକ୍ରମକୁ ଭୟ କରି ଆତଙ୍କବାଦୀ ବର୍ତ୍ତମାନ ଟନେଲ (Tunnel) ଏବଂ ବଙ୍କର (Bunker) ରେ ଲୁଚି ରହୁଛନ୍ତି । ଆତଙ୍କବାଦୀଙ୍କ ନୂଆ ଆଡ୍ଡା ହେଉଛି ଉପତ୍ୟକାର ଗହଳ ସେଓ ବଗିଚା (Apple Garden) ଏବଂ ଜଙ୍ଗଲ (Forest) । ଯେଉଁଠାରେ ଆତଙ୍କବାଦୀ ଗୁପ୍ତଚର ଟନେଲ ନିର୍ମାଣ କରୁଛନ୍ତି । ଆତଙ୍କବାଦୀ ମୌସୁମୀ ନଦୀରେ ବଙ୍କର ତିଆରି କରୁଛନ୍ତି, ଶୋପିଆନରେ ଏହି ବଙ୍କର ସଂଖ୍ୟା ଅଧିକ ରହିଛି କାହିଁକି ନା ଏଠି ଘଞ୍ଚ ସେଓ ବଗିଚା ଏବଂ ଜଙ୍ଗଲ ରହିଛି । 


COMMERCIAL BREAK
SCROLL TO CONTINUE READING

ବଙ୍କରରେ ଲୁଚିବାକୁ ବାଧ୍ୟ ହେଲେ ଆତଙ୍କବାଦୀ


ସେନାର ପ୍ରହାର ଯୋଗୁଁ ଆତଙ୍କବାଦୀ ଭୟଭୀତ ହୋଇ ବଞ୍ଚିବାକୁ ବାଧ୍ୟ ହୋଇଛନ୍ତି। ଏହି କାରଣରୁ ସେମାନେ ଜଙ୍ଗଲରେ ଟନେଲ ତିଆରି କରିବାକୁ ବାଧ୍ୟ ହୋଇଛନ୍ତି । ଆତଙ୍କବାଦୀ ମୌସମୀ ନଦୀରେ ବଙ୍କର ମଧ୍ୟ ତିଆରି କରୁଛନ୍ତି । ବାସ୍ତବରେ କେତେକ ଅଞ୍ଚଳରେ ସୁରକ୍ଷା ବାହିନୀ ଲୁହାରେ ତିଆରି ବଙ୍କର ପାଇଛନ୍ତି । ବର୍ତ୍ତମାନ ପଡ଼ୋଶୀ ପାକିସ୍ତାନ ସୁଡଙ୍ଗ ଖୋଳି ଅନୁପ୍ରବେଶ କରିବାକୁ ଷଡଯନ୍ତ୍ର ରଚନା କରୁଛି । ପୁଲୱାମା ଏବଂ ଶୋପିଆନ ଅପରେସନ ବେଳେ ଆତଙ୍କବାଦୀଙ୍କ ଏହି ଷଡଯନ୍ତ୍ର ନେଇ ପର୍ଦ୍ଦାଫାଶ ହୋଇଛି । 


ଟନେଲର ଆକାର ପ୍ରାୟ ୧୨ ଫୁଟ୍


ଏହି ଟନେଲର ଆକାର ପ୍ରାୟ ୧୨ ଫୁଟ୍ । ଯେଉଁଠାରେ ଆତଙ୍କବାଦୀ ସୁରକ୍ଷା ବଳ ଠାରୁ ଲୁଚନ୍ତି । ବନ୍ୟା ଦ୍ୱାରା ପ୍ରଭାବିତ କେତେକ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା ଲୁହାରେ ନିର୍ମିତ ବଙ୍କର ମଧ୍ୟ ଠାବ ହୋଇଛି । ଯାହା କୌଣସି ଏକ ବଡ ଷଡ଼ଯନ୍ତ୍ର ଆଡକୁ ସୂଚାଉଛି ।


ବଗିଚା କିମ୍ବା ନଦୀ ମଧ୍ୟରେ ନିର୍ମିତ ଟନେଲ୍ କିମ୍ବା ବଙ୍କର ଉପରକୁ ସହଜରେ ଦୃଷ୍ଟି ଯାଇ ନଥାଏ । ଆତଙ୍କବାଦୀ ଏଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୁଚି ରହିପାରନ୍ତି । ହେଲେ ଆତଙ୍କବାଦୀଙ୍କ ଏହି ଷଡଯନ୍ତ୍ର ସମ୍ପର୍କରେ ସେନା ଜାଣିସାରିଛି । ଏବେ କାଶ୍ମୀରରେ ଆତଙ୍କବାଦୀଙ୍କ ଗୋଟି ଗୋଟି ସୁଡଙ୍ଗ ଆଉ ଗୋଟି ଗୋଟି ବଙ୍କର ସେନାର ଟାର୍ଗେଟରେ ରହିଛି । 


ଆତଙ୍କବାଦୀ ଟନେଲ ଖୋଳି LACରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି, ସୁରକ୍ଷା ବାହିନୀ ଏଭଳି ଅନେକ ଟନେଲକୁ ଚିହ୍ନଟ କରିଛନ୍ତି ଯାହା ଜରିଆରେ ପାକିସ୍ତାନୀ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ।