Terrorists in J-K : ୩ ଦିନରେ ଜମ୍ମୁ କାଶ୍ମୀରରେ ତୃତୀୟ ଆତଙ୍କୀ ହମଲା । ଡୋଡାରେ ସେନା କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଗୁଳିମାଡ଼ରେ ୫ ଯବାନଙ୍କ ସମେତ ଜଣେ ପୋଲିସ୍ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ରାତିରେ ମଧ୍ୟ ଜମ୍ମୁ କାଠୁଆର ହୀରାନଗର ଅଞ୍ଚଳରେ ଆତଙ୍କୀ ହମଲା ହୋଇଥିଲା । ଆତଙ୍କୀ ମାନେ ଆକ୍ରମଣ କରି ଫେରାର ହୋଇଥିବା ବେଳେ ସେନା  ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଯବାନ ମାନେ ପୁରା ଅଂଚଳକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଡ୍ରୋନ ମାଧ୍ୟମରେ ଆତଙ୍କୀ ଗତିବିଧି ଉପରେ ନଜର ରଖାଯାଇଛି ।


ଆହତମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କାଶ୍ମୀର ଟାଇଗର ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ଗତକାଲି ଜାମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟର ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ। ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥ‌ିବା ବେଳେ ଘଟଣାସ୍ଥଳରେ ସର୍ଚ୍ଚ ଅପ ପରେସନ ଜାରି ରହିଛି। ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ୨ ସାଧାରଣ ନାଗରିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।