ନୂଆଦିଲ୍ଲୀ: ଦ କାଶ୍ମୀର ଫାଇଲ୍ସ (The Kashmir Files) ପାଇଁ ପୁଣିଥରେ ଚର୍ଚ୍ଚାର ପରିଧିକୁ ଆସିଥିବା ୧୯୯୦ ଦଶକର ହତ୍ୟାକାରୀ ଏବଂ କେବେଦିନେ ନୃଶଂସ ଆତଙ୍କବାଦୀ ଥିବା ଫାରୁକ ଅହମ୍ମଦ ଡାର୍ ଓରଫ ବିଟ୍ଟା କରାଟେକୁ (Farooq Ahmed Dar alias Bitta Karate) ନେଇ ଏକ ଚମକାଇ ଦେବା ପରି ତଥ୍ୟ ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁସାରେ, ବିଟ୍ଟା କାଶ୍ମୀର ପ୍ରଶାସନିକ ସେବା (KAS) ଅଧିକାରୀଙ୍କୁ ନିକାହ (ଇସଲାମିକ ବୈବାହିକ ଅନୁବନ୍ଧ) କରିଥିଲା । ସେତେବେଳେ ପ୍ରଶାସନିକ ଅଧିକାରୀ ପଦ ଖୁବ୍ ଶକ୍ତିଶାଳୀ ଏବଂ ସମ୍ବେଦନଶୀଳ ଥିଲା । ଏହି ଅଧିକାରୀଙ୍କ ନାଁ ଆସବା ଅର୍ଜୁମନ୍ଦ ଖାନ ଥିଲା । ଉଭୟଙ୍କ ପରିଚୟ ହୋଇଥିଲା ୧୯୯୦ ଦଶକରେ, ଯେତେବେଳେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦ ଚରମ ସୀମାରେ ଥିଲା । ଆଉ ବିଟ୍ଟା କାଶ୍ମୀରୀ ହିନ୍ଦୁମାନଙ୍କ ନରସଂହାରରେ ଲିପ୍ତ ଥିଲା । ବିଟ୍ଟାକୁ ଗିରଫ କରାଗଲା ଏବଂ ଜେଲ୍ ପଠାଇ ଦିଆଗଲା । ପ୍ରାୟ ୧୬ ବର୍ଷ ଜେଲରେ ରହିବା ପରେ TADA କୋର୍ଟ ତା'କୁ ୨୦୦୬ରେ ଜାମିନରେ ଖଲାସ କରିଥିଲା ।


COMMERCIAL BREAK
SCROLL TO CONTINUE READING

ଆସବା ଖାନ ୧୯୯୯ରେ କାଶ୍ମୀର ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପାଠ୍ୟକ୍ରମରେ ଏମଏ କରିଥିଲେ । ଏହାପରେ ତାଙ୍କୁ କୃଷି ବିଶ୍ୱବିଦ୍ୟାଳୟରେ ସମ୍ପାଦକ ଭାବରେ ନିଯୁକ୍ତି ମିଳିଲା ।  ସେ ୨୦୦୩ରୁ ୨୦୦୭ ପର୍ଯ୍ୟନ୍ତ ଏହି ପଦରେ ଅବସ୍ଥାପିତ ଥିଲେ । ଏହାପରେ ଜର୍ମାନୀରୁ 'ପିସ୍ ଆଣ୍ଡ କନଫ୍ଲିକ୍ଟ ଷ୍ଟଡିଜ' କୋର୍ସ ମଧ୍ୟ କରିଥିଲେ । ୨୦୦୯ ମସିହାରେ ଆସବା ଖାନ୍ କାଶ୍ମୀର ପ୍ରଶାସନିକ ସେବା (KAS) ରେ ଉତ୍ତୀର୍ଣ୍ଣ ହେଲେ ଏବଂ ସାଧାରଣ ପ୍ରଶାସନିକ ବିଭାଗରେ ନିଯୁକ୍ତି ପାଇଲେ । ଉଭୟେ ୨୦୧୧ ମସିହାରେ ନିକାହ ଘୋଷଣା କରିଥିଲେ ଏବଂ ମାର୍ଚ୍ଚ ୨୦୧୫ରେ ନିକାହ କରିଥିଲେ ।  ସେତେବେଳେ ଆସବା କହିଥିଲେ, ''ବିଟ୍ଟା କରାଟେକୁ ବିବାହ କରିବା ମୋ ପାଇଁ ସମ୍ମାନର ପ୍ରଶ୍ନ । ମୋ ସମ୍ପର୍କୀୟମାନେ ଯେତେବେଳେ ଜାଣିଲେ ଜଣେ ଆତଙ୍କବାଦୀକୁ ବିବାହ କରୁଛି, ସେତେବେଳେ ସେମାନେ ଚିନ୍ତାବ୍ୟକ୍ତ କରିଥିଲେ । ମାତ୍ର ମୁଁ ସେମାନଙ୍କୁ ବୁଝାଇ ଦେଇଛି, ଏଥିରେ କିଛି ବି ଭୁଲ୍ ନାହିଁ ।''


ବିଟ୍ଟା କରାଟେ ନିକାହ ପୂର୍ବରୁ କହିଥିଲା, ''ସରକାରୀ ସେବାରେ ନିଯୁକ୍ତ ସବୁଲୋକ ଆଜାଦ କାଶ୍ମୀର ସମର୍ଥକ । ଆଜାଦୀ ମୋର ପ୍ରଥମ ଏବଂ ଶେଷ ପ୍ରେମ ଏବଂ ଏ ବିବାହ ଯୋଗୁଁ ସେଥିରେ କିଛଇ ବି ବୁଝାମଣା ହେବ ନାହିଁ ।'' ସେ ଉଦାହରଣ ଦେଇ କହିଥିଲା, "ମୋର ସାଥୀ ଜାବେଦ ମୀର (JKLF Terrorist) ର ପତ୍ନୀ ଜଣେ ସରକାରୀ ଓକିଲ । ସେହିପରି ନଇମ ଖାନ (Terrorist)ର ପତ୍ନୀ ହେଉଛି ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର । "ବିଟ୍ଟା କରାଟେ କହିଥିଲା ଯେ ସୁପ୍ରିମ କୋର୍ଟ ତାକୁ ଖଲାସ କରିବା ପୂର୍ବରୁ ସମସ୍ତ ପ୍ରକାର ଅଭିଯୋଗରୁ ମୁକ୍ତ କରି ଦେଇଥିଲେ । କରାଟେ କହିଥିଲା, ''ଆନ୍ଦୋଳନରେ ଯୋଗଦେଇ ମୁଁ ଆଦୌ ଅନୁତପ୍ତ ନୁହେଁ । ମୁଁ ନିଜ ଯୁବାବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଗୋଟିଏ ପ୍ରମୁଖ କାରଣ ପାଇଁ ଜେଲରେ କଟାଇଲି, ଏବଂ ଏଥିପାଇଁ ମୁଁ ଗର୍ବିତ । ସୁପ୍ରିମ କୋର୍ଟ ମୋତେ ସେ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି, ଯାହା ଦୁନିଆକୁ ଦେଖାଇବା ପାଇଁ ମୋ ବିରୋଧରେ ଲଗା ଯାଇଥିଲା ।''


୨୦୦୮ରେ ଅମରନାଥ ଭୂ-ଆନ୍ଦୋଳନ ସମୟରେ ମଧ୍ୟ କରାଟେକୁ ଗିରଫ କରାଯାଇଥିଲା । ଏହାଛଡ଼ା ୨୦୧୯ରେ ଟେରର ଫଣ୍ଡିଂ ମାମଲାରେ ମଧ୍ୟ NIA ତାକୁ ଗିରଫ କରିଥିଲା । ଏହା ମଧ୍ୟ କୁହାଯାଏ ଯେ, କାଶ୍ମୀର ପୋଲିସ ଅଧିକାରୀ ଇମତିୟାଜ ହୁସେନ, ବିଟ୍ଟା କରାଟେକୁ ଆତଙ୍କବାଦରୁ ଦୂରେଇ ରହିବାକୁ ପରାମର୍ଶ ଦେବାକୁ ତା'ର ପତ୍ନୀ ଆସବାକୁ ଅନୁରୋଧ କରିଥିଲେ । ଜେକେଏଲଏଫ (JKLF) ମୁଖିଆ ଏବଂ ଆତଙ୍କବାଦୀ ୟାସୀନ ମଲିକର ପତ୍ନୀ ମୁଶାଲ ମଧ୍ୟ ଜଣେ କଳାକାର, ଯିଏ ନିଜ ନଗ୍ନ ପେଣ୍ଟିଂକୁ ନେଇ ବେଶ୍ ଜଣାଶୁଣା । ମୁଶାଲ ହେଉଛନ୍ତି ପାକିସ୍ତାନର ଏକ ପ୍ରତିଷ୍ଠିତ ପରିବାରର ସଦସ୍ୟ ।  ମୁଶାଲଙ୍କ ପିତା ଜଣେ ବିଶ୍ୱବିଦ୍ୟାଳୟ ପ୍ରଫେସର ଏବଂ ମା' ପାକିସ୍ତାନ ମୁସଲିମ ଲିଗର ନେତା ଥିଲେ ।


ଏହା ବି ପଢ଼ନ୍ତୁ: ମାଡ଼ିଆସୁଛି ବାତ୍ୟା 'ଅସନି'; ଆସନ୍ତା ୨୪ ଘଣ୍ଟା ଯାଏ ଏସବୁ ସ୍ଥାନକୁ ସତର୍କ ଘଣ୍ଟି


ଏହା ବି ପଢ଼ନ୍ତୁ: PM ପଦ ଯିବା ସମୟରେ ଭାରତକୁ ମନେପକାଇଲେ ଇମ୍ରାନ; କଲେ ଜୋରଦାର ପ୍ରଶଂସା