ଡେରାଡୁନ: ବୈଦିକ ମନ୍ତୋଚାରଣ ସହ ଖୋଲିଛି ଶ୍ରୀ ବଦ୍ରିନାଥଙ୍କ ଦ୍ୱାର । ଆଜି ଭୋର ୪.୩୦ରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଦ୍ୱାର ଖୋଲିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ପ୍ରଥମ ପୂଜା କରାଯିବ । ତେବେ କୋରୋନା ଭାଇରସର ପ୍ରଭାବ ମନ୍ଦିରରେ ମଧ୍ୟ ଦେଖିବାକୁ ମିଳିଛି । ବେଶ ସତର୍କତାର ସହ ଦ୍ୱାର ଖୋଲିଛି । ଏହି ସମୟରେ ମୁଖ୍ୟ ପୂଜାରୀଙ୍କ ସମେତ ମାତ୍ର ୨୮ ଜଣ ହିଁ ଉପସ୍ଥିତ ରହିଥିଲେ । 



COMMERCIAL BREAK
SCROLL TO CONTINUE READING

ଦ୍ୱାର ଖୋଲିବା ବେଳେ ମାସ୍କ ଏବଂ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିବା ଦେଖିବାକୁ ମିଳିଛି । ତେବେ ବାବା ବଦ୍ରୀନାଥଙ୍କ ଦ୍ୱାର ଖୋଲିବା ପୂର୍ବରୁ ପ୍ରଥମେ ମନ୍ଦିରକୁ ସାନିଟାଇଜ କରାଯାଇଥିଲା । 


ଆଜିର ଦିନରେ ବଦ୍ରୀନାଥଙ୍କ ଦର୍ଶନ ବେଶ୍ ସ୍ୱତନ୍ତ୍ର । ତେବେ କହିରଖୁଛୁ, ଆଜି ଦିନ ତମାମ୍ ମନ୍ଦିରର ଦ୍ୱାର ଖୋଲା ରହିବ । ଭୋଗ ଲଗାଇବା ପରେ ମଧ୍ୟ ଏହା ବନ୍ଦ କରାଯିବନାହିଁ । ଅନ୍ୟପଟେ ଦୀର୍ଘ ୬ମାସ ପର୍ଯ୍ୟନ୍ତ ମନ୍ଦିରରେ ଦ୍ୱିପହରର ଭୋଗ ପରେ ୩ ଘଣ୍ଟା ପାଇଁ ଦ୍ୱାର ବନ୍ଦ ହୋଇଥାଏ ।