ସ୍ୱଚ୍ଛତା ବଜାୟ ରଖିଲେ ମିଳିବ ପୁରସ୍କାର, ଆବର୍ଜନା ଦେଖାଗଲେ କଟିବ ଦରମା
ଯେଉଁ ଅଫିସ ଭଲ ସ୍ୱଛତା ଅବଲମ୍ବନ କରିଥିବ ତାକୁ ପୁରଷ୍କାର ଦିଆଯିବ ଓ ଯେଉଁ ଅଫିସ ତାକୁ ଗୁରୁତ୍ୱ ନଦେବ ତାଙ୍କର ମୁଖ୍ୟ ଅଧିକାରୀଙ୍କ ଦରମା ମଧ୍ୟ କଟାଯିବ।
ସଞ୍ଜୟ ମହାପାତ୍ର,ପୁରୀ: ଶ୍ରୀକ୍ଷେତ୍ର (Shreekehetra) ରେ ସ୍ୱଛତା ବଜାୟ ରଖିବାକୁ ଆସିଛି ନିର୍ଦ୍ଦେଶ। ଅଫିସ ପରିଷ୍କାର ରଖିଲେ ଦିଆଯିବ ପୁରସ୍କାର। ଅଳିଆ ଆବର୍ଜନା (Waistage) ଦେଖାଗଲେ କଟିବ ଅଫିସ ମୁଖିଆଙ୍କ ଦରମା। ପୁଣି ଅଫିସରେ ସ୍ୱଛତା (Hygene) ଅନୁଧ୍ୟାନ ପାଇଁ କମିଟି ଯାଇ ଅନୁଧ୍ୟାନ କରିବ। ଏନେଇ ଗତ ବର୍ଷ ୨୧ ସେପ୍ଟେମ୍ବର ୨୦୧୯ରେ ଯେଭଳି ସ୍ୱଛ ସହର କ୍ୟାମ୍ପେନ (Clean City Campaign) ଆରମ୍ଭ କରାଯାଇଥିଲା ସେଭଳି ଚଳିତ ବର୍ଷ ଦୀପାବଳୀ (Deewali) ଠାରୁ ଆଉ ବଡଦାଣ୍ଡରେ କିମ୍ବା ଗଳିକନ୍ଦିରେ ଡଷ୍ଟବିନ ରହିବା ସହ ଅଳିଆ କେବଳ ସ୍ୱଛ ସବାରୀରେ ପକାଇବା ପାଇଁ ଜିଲ୍ଲାପାଳ ଆଜି ପ୍ରଶାସନିକ ଅଧିକାରୀ, ବ୍ୟାଙ୍କ କର୍ମକର୍ତା ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପାଠ ପଢାଇଛନ୍ତି।
ଏହାକୁ ଗ୍ରହଣ କରି କିଭଳି ମୋ ସହରକୁ ସ୍ୱଛ ରଖିବା ସେ ନେଇ ଆମର ଦାୟିତ୍ୱ ବୋଲି କହିଛନ୍ତି ପ୍ରଶାସନିକ ଅଧିକାରୀ (Administrative Officer)। ଶ୍ରୀକ୍ଷେତ୍ର ହେବ ପରିଷ୍କାର। ସ୍ୱଛତାକୁ ନେଇ ପୁରୀ ପୌର ସଦନରେ ପ୍ରଶାସନିକ ଅଧିକାରୀଙ୍କୁ ପାଠ ପଢାଇଛନ୍ତି ପୁରୀ ଜିଲ୍ଲାପାଳ (Puri Collector) ବଲୱନ୍ତ ସିଂହ (Balwant Singh)। ପୂର୍ବ ପୁରୀ ଓ ବର୍ତମାନର ପୁରୀ କିଭଳି ହୋଇଛି ତାହାର ଭିଡିଓ ଚିତ୍ର ମଧ୍ୟ ଦେଖାଇଥିଲେ। ପୁରୀ ଐତିହ୍ୟ ସହର (Historic city) ହେବାକୁ ଯାଉଥିବା ବେଳେ ଏହାକୁ ସ୍ୱଛ ସହର କରିବା ସମସ୍ତଙ୍କର ଦାୟିତ୍ୱ।
ପ୍ରାଥମିକ ସ୍ତରରେ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱ କିଭଳି ନିଜ ସରକାରୀ ଅଫିସ ଓ କ୍ୱାର୍ଟରକୁ ପରିଷ୍କାର ରଖିବା। କିଭଳି ୪ଟି ଡଷ୍ଟବିନ ଅଫିସରେ ରଖିବା ସହ ସେଥିରେ ଓଦା, ଶୁଖିଲା, ସଂକ୍ରମଣ, ରାସାୟନିକ ଆଦି ରଖି ଅଫିସରୁ ବାହାରୁଥିବା ଅଳିଆ ସେଥିରେ ପକାଇବେ। ଗୋଟିଏ ଦିନ ସରକାରୀ ଅଫିସରୁ ପୁରୁଣା ଅଳିଆ ଆବର୍ଜନାକୁ ସ୍ୱଛ ସବାରୀ ମାଧ୍ୟମରେ ସଂଗ୍ରହ କରାଯିବ। ଏହା ପରେ ଯେଭଳି ଆଉ କୌଣସି ପୁରୁଣା ଆବର୍ଜନା ଅଫିସରୁ ନବାହାରେ ସେ ନେଇ ତାଗିଦ କରାଯିବ। ଯେଉଁ ଅଫିସ ଭଲ ସ୍ୱଛତା ଅବଲମ୍ବନ କରିଥିବ ତାକୁ ପୁରଷ୍କାର ଦିଆଯିବ ଓ ଯେଉଁ ଅଫିସ ତାକୁ ଗୁରୁତ୍ୱ ନଦେବ ତାଙ୍କର ମୁଖ୍ୟ ଅଧିକାରୀଙ୍କ ଦରମା ମଧ୍ୟ କଟାଯିବ। ଆଉ ଏଥିପାଇଁ ସହରବାସୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।
ଗତବର୍ଷ ସେପ୍ଚେମ୍ବର ୨୧ ତାରିଖରୁ ପୁରୀରେ 'ମୋ ପୁରୀ ସ୍ୱଛ ପୁରୀ' ଅଭିଯାନ ବର୍ତ୍ତମାନ ସଫଳ ହେବାକୁ ଯାଉଥିବା ବେଳେ ସହର ମଧ୍ୟ ସ୍ୱଛ ହୋଇଛି। ହେଲେ ଏଥିରେ ଆହୁରି ସ୍ୱଛତା ଆଣି ପୁରୀ ଧାମକୁ କିଭଳି ସ୍ୱଛ ସହର କରି ଗଢି ତୋଳିବା ଏହା ସମସ୍ତଙ୍କର ଦାୟିତ୍ୱ। ପ୍ରାୟ ୬୦ ଜଣ ସ୍ୱଛ ସାଥୀ ଓ ୫୦ରୁ ଅଧିକ ସ୍ୱଛ ଶବାରୀ ସହରର ପ୍ରତିଟି ୱାର୍ଡରେ ବୁଲି ଯେଭଳି ଆବର୍ଜନା ସଂଗ୍ରହ କରୁଛନ୍ତି ତାହା ଦ୍ୱାରା ସହର ପରିଷ୍କାର ରହିଛି। ସେହି ଅନୁସାରେ ଘରର ଅଳିଆ ଆବର୍ଜନାକୁ ସଠିକ ଭାବେ ଦେଲେ ପୁରୀ ସହର ସ୍ୱଛ ସହର ହେବାରେ କୌଣସି ସମସ୍ୟା ରହିବ ନାହିଁ। ଆଉ ଜିଲ୍ଲାପାଳଙ୍କ ସ୍ୱଛତା ଉପରେ ବାର୍ତା ନିହାତି ସମସ୍ତ ଅଧିକାରୀ ଅଫିସରେ ଓ ଘରେ ଘରେ ପାଳନ କଲେ ମୋ ଧାମ ମୋ ଗର୍ବ ପ୍ରୟାସ ସଫଳ ହୋଇପାରିବ ବୋଲି କହିଛନ୍ତି ପ୍ରଶାସନିକ ଅଧିକାରୀ।
'ମୋ ବିଚ' କ୍ୟାମ୍ପେନ ମାଧ୍ୟମରେ ପୁରୀ ବିଚ୍ ସ୍ୱଛ ବିଚ ହେବା ସହ ବ୍ଲୁ ଫ୍ଲାଗ୍ ମାନ୍ୟତା ମଧ୍ୟ ପାଇସାରିଛି। ସେହି ଭଳି ମୋ ଧାମ ମୋ ଗର୍ବ କ୍ୟାମ୍ପେନ ନିଶ୍ଚିତ ପକ୍ଷେ ସହରବାସୀଙ୍କ ସମର୍ଥନ ରହିଲେ ତାହା ମଧ୍ୟ ସଫଳ ହେବ। ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଏକ ସ୍ୱତନ୍ତ୍ର ସ୍ୱଛ ପୁରୀ ଧାମ ଦେଖିବେ।