ନୂଆଦିଲ୍ଲୀ: ରେଳବାଇରୁ  ୭ଟି ରାଜ୍ୟ ସରକାର ମୋଟ ୬୩ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନର ଦାବି କରିଛନ୍ତି । ସେଥିମଧ୍ୟରୁ ସର୍ବାଧିକ ୩୨ଟି ଟ୍ରେନ୍ କେରଳରୁ ବାହାରିବ । ଆଉ ୨୩ଟି ଟ୍ରେନର ଗନ୍ତବ୍ୟ ସ୍ଥଳ ପଶ୍ଚିମବଙ୍ଗ ହେବ । ସୂଚନାଯୋଗ୍ୟ ଯେ, ଗୋଟିଏ ଦିନ ପୂର୍ବରୁ ରେଳ ବୋର୍ଡର ଚେୟାରମ୍ୟାନ୍ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ପ୍ରବାସୀ ଶ୍ରମିକଙ୍କ ଫେରିବା ପାଇଁ ଏଭଳି ଟ୍ରେନ୍ ପାଇଁ ସେମାନଙ୍କର ଅବଶିଷ୍ଟ ଦାବି ଜଣାଇବାକୁ କହିଥିଲେ ।


COMMERCIAL BREAK
SCROLL TO CONTINUE READING

ରେଳବାଇ କହିଛି ଯେ, ମୋଟ ଟ୍ରେନ୍ ମଧ୍ୟରୁ ସର୍ବାଧିକ ୩୨ଟି ଟ୍ରେନ୍ କେରଳରୁ ପ୍ରସ୍ଥାନ କରିବ । ଅନ୍ୟପକ୍ଷେ ଅଧିକାଂଶ ଟ୍ରେନ୍ (୨୩)ର ଗନ୍ତବ୍ୟ ସ୍ଥଳ ପଶ୍ଚିମବଙ୍ଗ  ରହିବ । ତାମିଲନାଡୁ ୧୦, ଜମ୍ମୁ କାଶ୍ମୀର ୯, କର୍ଣ୍ଣାଟକ ୬, ଆନ୍ଧ୍ରପ୍ରଦେଶ ୩, ପଶ୍ଚିମବଙ୍ଗ ୨ ଏବଂ ଗୁଜୁରାଟ ଗୋଟିଏ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଦାବି କରିଛି ।


ରେଳବାଇ କହିଛି ଯେ, ଉତ୍ତର ପ୍ରଦେଶ ସରକାର ଟ୍ରେନର ଆବଶ୍ୟକତା ବିଷୟରେ ଏପର୍ଯ୍ୟନ୍ତ କହି ନାହାଁନ୍ତି । ରେଲୱେ ବୋର୍ଡର ଅଧ୍ୟକ୍ଷ ଏହି ବିଷୟ ଉପରେ ମେ, ଜୁନ୍ ୩ ଏବଂ ଜୁନ୍ ୯ରେ ରାଜ୍ୟମାନଙ୍କୁ ଚିଠି ଲେଖିଥିଲେ । ଏହାସହ ଅନୁରୋଧ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ରେଳବାଇ ଆବଶ୍ୟକୀୟ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ୍ ଯୋଗାଇବ ବୋଲି ଜୋର ଦେଇଥିଲେ ।