Cheaper Medicine: ପାରାସିଟାମଲ୍ , ଏହି ମେଡିସିନ୍ ଯାହାର ନାମ ଭାରତରେ ସମସ୍ତଙ୍କୁ ଜଣା। ଏକଥା ସତ ଯେ, ଏହି ଔଷଧର ନାଁକୁ ବିଭିନ୍ନ ବ୍ରାଣ୍ଡ ନାମରେ ମଧ୍ୟ ଲୋକ ଜାଣିଛନ୍ତି, କିନ୍ତୁ ଜ୍ୱରଠାରୁ ଆରମ୍ଭ କରି ଶରୀରର ଯନ୍ତ୍ରଣା ପର୍ଯ୍ୟନ୍ତ, ଏହି ଔଷଧ ସମସ୍ତଙ୍କ ପାଇଁ ଉପଯୋଗୀ । ବର୍ତ୍ତମାନ ଏହି ଔଷଧର ମୂଲ୍ୟ ମଧ୍ୟ ହ୍ରାସ ହେବାକୁ ଯାଉଛି। ଭାରତରେ ଔଷଧର ମୂଲ୍ୟ ସ୍ଥିର କରୁଥିବା NPPA ଯଥା ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥୋରିଟି ୧୨୭ ଟି ମେଡିସିନ୍ ର ଦାମକୁ ହ୍ରାସ କରିବାକୁ ଯାଉଛି। କମ୍ ମୂଲ୍ୟର ମୁଦ୍ରିତ ଔଷଧ ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ବଜାରରେ ପହଞ୍ଚିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଔଷଧର ଦାମ କମିବାକୁ ଯାଉଛି।


COMMERCIAL BREAK
SCROLL TO CONTINUE READING

ଏମୋକ୍ସିସିଲିନ୍ ଏବଂ ପୋଟାସିୟମ୍ କ୍ଲାଭୁଲାନେଟ୍ କମ୍ବୋ ଆମୋକ୍ସିସିଲିନ୍ ଏବଂ ପୋଟାସିୟମ୍ କ୍ଲାଭୁଲାନେଟ୍ - ଏହା ଏକ ଆଣ୍ଟିବାୟୋଟିକ୍ ଔଷଧ ଯାହା ବହୁଳ ଭାବରେ ବ୍ୟବହୃତ ହୋଇଥାଏ । ଗୋଟିଏ ଟାବଲେଟର ମୂଲ୍ୟରେ  ୬ ଟଙ୍କା ହ୍ରାସ ହୋଇପାରେ । ସେହିଭଳି ଅନ୍ୟ ଏକ ଆଣ୍ଟିବାୟୋଟିକ୍ ମୋକ୍ସିଫ୍ଲୋକ୍ସାସିନ୍ ମୋକ୍ସିଫ୍ଲୋକ୍ସାସିନ୍ ୪୦୦ MG ର ଗୋଟିଏ ଟାବଲେଟର ମୂଲ୍ୟ ସିଧାସଳଖ ୩୧ ରୁ ୨୧ ଟଙ୍କାକୁ ହ୍ରାସ କରାଯାଇପାରେ । 


ପାରାସିଟାମଲ ୬୫୦ ଏମଜି ର ବର୍ତ୍ତମାନ ଦାମ-୨ ଟଙ୍କା ୩୦ ପଇସା ପ୍ରତି ଟାବଲେଟ
ନୂଆଦାମ୍- ୬୫୦ ଏମଜି ଏକ ଟଙ୍କା ୮୦ ପଇସା


ଏମୋକ୍ସିସିଲିନ୍ COMBO: ପ୍ରତି ଟାବଲେଟ ପିଛା ୨୨ ଟଙ୍କା
ନୂଆଦାମ୍-  ପ୍ରତି ଟାବଲେଟ ୧୬ ଟଙ୍କା


ମୋକ୍ସିଫ୍ଲୋକ୍ସେସିନ ୪୦୦ ମିଲିଗ୍ରାମ: ପ୍ରତି ଟାବଲେଟ ୩୧ ଟଙ୍କା 
ନୂଆଦାମ୍- ଟାବଲେଟ ଦାମ ୨୧ ଟଙ୍କା


ଏହା ହେଉଛି ଆରାମଦାୟକ ଖବର ଯାହା ତୁରନ୍ତ ଲୋକଙ୍କ ନିକଟରେ ପହଞ୍ଚିବ। କିନ୍ତୁ ଏହା ବ୍ୟତୀତ ବଡ ଆଶ୍ୱସ୍ତି ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଭାରତରେ ଔଷଧର(India Medicine Price) ମୂଲ୍ୟ ସ୍ଥିର କରିବାର ସୂତ୍ର ପରିବର୍ତ୍ତନ କରିବାକୁ ବିଚାର କରାଯାଉଛି। ଭାରତରେ ଔଷଧର ମୂଲ୍ୟ ସ୍ଥିର କରିବା ପାଇଁ ନୂତନ ସୂତ୍ର କ’ଣ ହେବା ଉଚିତ ତାହା ଅଧ୍ୟୟନର ଦାୟିତ୍ୱରେ ରହିଛି। ଭାରତର ଚାରୋଟି ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯାଇଛି।  ଔଷଧର ମୂଲ୍ୟ ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ ଯାହା ସରକାରଙ୍କ ମୂଲ୍ୟ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଆସେ ନାହିଁ। ଏହା ବ୍ୟତୀତ ସେମାନେ ଗୋଟିଏ ବର୍ଷରେ ମୂଲ୍ୟ ଦଶ ପ୍ରତିଶତରୁ ଅଧିକ ବୃଦ୍ଧି କରିପାରିବେ ନାହିଁ। 


ମାତ୍ର ସମସ୍ୟା ସେତେବେଳେ ଉପୁଜେ ଯେତେବେଳେ ଦାମ ଓ ଔଷଧରେ ଲଗାଯାଇଥାଏ। ଭାରତରେ ୨୦୧୩ ପର୍ଯ୍ୟନ୍ତ ଔଷଧର ଦାମ ଓ ମୁନାଫା ଯୋଡିକରି ଲେଖାଯାଉଥିଲା । ମାତ୍ର ଔଷଧର ଦାମ୍ ସହ କୌଣସି ନେଣଦେଣ ନାହିଁ ଯେଉଁ ମେଡିସିନ୍  DCPO ଅଧିନରେ ଆସିଥାଏ। ତାଙ୍କ ଦାମ୍ କମ୍ପାନୀ ନିଜେ ଡିସାଇଡ କରିଥାନ୍ତି । ଏହାର ଅର୍ଥ ୧୦ ଟଙ୍କାର ମେଡିସିନକୁ (Medicine)  ସେମାନେ ଏକ ହଜାର ଟଙ୍କା ବି ଖାଯାଇପାରିବ। ଏବେ NPPA ଗୁଜୁରାଟ ନ୍ୟାସନାଲ ଲ ୟୁନିଭର୍ସିଟି, ବାଙ୍ଗାଲୋର ବାୟୋଇନୋଭେସନ୍ ସେଣ୍ଟର ଏବଂ ବ୍ରିଜ୍ ଥିଙ୍କ ଟ୍ୟାଙ୍କ ଦିଲ୍ଲୀକୁ ଏହି ଅଧ୍ୟୟନର ଦାୟିତ୍ୱ ଦିଆଯାଇଛି । ବିଦେଶର ଡ୍ରଗ୍ ନୀତି ଏବଂ ଭାରତର ନୀତି ଅଧ୍ୟୟନ କରିବା ସହ ସୁଲଭ ମୂଲ୍ୟରେ ଭାରତରେ କିପରି ଔଷଧ ବିକ୍ରି ହୋଇପାରିବ।


Also Read: Foreign University Degree: ଦେଶରେ ମିଳିବ ବିଦେଶୀ ବିଶ୍ୱବିଦ୍ୟାଳୟର ଶିକ୍ଷାଗତ ଡିଗ୍ରୀ, ଜାଣନ୍ତୁ ମୋଦି ସରକାରଙ୍କ ନୂତନ ଶିକ୍ଷା ଯୋଜନା


Also Read:  Green Hydrogen Mission: କ'ଣ ଏହି ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ ମିଶନ? ଯିଏ ଦେବ ୬ ଲୋକଙ୍କୁ ରୋଜଗାର, ନିବେଶ ହେବ ୮ ଲକ୍ଷ କୋଟି