Yachts: ଦୁନିଆରେ ଏପରି ଅନେକ ଅରବପତି (billionaire) ଅଛନ୍ତି ଯେଉଁମାନଙ୍କ ନିକଟରେ ଅନେକ ବିଳାସପୂର୍ଣ୍ଣ କାର, ବଙ୍ଗଳା ଓ ପ୍ରାଇଭେ ଜେଟ୍ ମଧ୍ଯ ରହିଛି । ଏହି ମେଗା ବୋଟ କ୍ଲବରେ ଯୋଗଦେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି ସମସ୍ତେ, ଯେଉଁଥିରୁ ବାଦ ପଡନ୍ତି ନାହି ଭାରତୀୟ ସେଲିବ୍ରେଟ । ଭାରତରେ ଏପରି ଅନେକ ଅରବପତି ମଧ୍ଯ ଅଛନ୍ତି ଯେଉଁମାନଙ୍କ ନିକଟରେ ନିଜସ୍ୱ ୟାଚ୍ ମଧ୍ଯ ରହିଛି । ଏହି ୟାଚ୍ (Yachts) ସୁପରୟାଚ୍ ଓ ମେଗାୟାଚ୍ ନାମରେ ଜଣାଶୁଣା । ସମୁଦ୍ର ମଝିରେ ଥିବା ଏହି ୟାଚରେ ସମସ୍ତ ସୁବିଧା ଉପଲବ୍ଧ ରହିଥାଏ । ଦେଶରେ ଥିବା ଧନୀ ଶ୍ରେଣୀର ଲୋଙ୍କ ମଧ୍ୟରେ ଏହାର ଚାହିଦା ବେଶ ବୃଦ୍ଧି ପାଇବାରେ ଲାଗିଛି । ଏହି ବିଳାସପୂର୍ଣ୍ଣ ୟାଚରେ ଅନେକ ଫିଚର ମଧ୍ୟ ରହିଛି । ଯେଉଁଥିରେ ଯାତ୍ରା କରିବା ଅତ୍ୟନ୍ତ ରୋମାଞ୍ଚକର ଓ ଆରାମଦାୟକ ହୋଇଥାଏ। ଏଥିରେ ସୋଲାର ଗ୍ଲାସ୍ ଛାତ ସହ ହେଲିପ୍ୟାଡ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ଯ ରହିଥାଏ । ଯେଉଁଠାରେ ଏକ ହେଲିକପ୍ଟର ସହଜରେ ଉଡ଼ାଣ ଭରିବା ସହ  ଅବତରଣ ମଧ୍ଯ କରିପାରିବ। ଏହା ବ୍ୟତୀତ, ଏହି ହାଇ-ଟେକ୍ ୟାଚରେ ପ୍ରାଇଭେଟ୍ ରୁମ, ସ୍ପା, ଆଉଡ଼ ଡୋର ସନ ବ୍ୟାଥ (Outdoor Sunbathing) ସୁବିଧା ମଧ୍ୟ ରହିଥାଏ ।


COMMERCIAL BREAK
SCROLL TO CONTINUE READING

ଲକ୍ଷ୍ମୀ ମିତ୍ତଲ


ଷ୍ଟିଲ ଟାଇକୁନ୍ ଭାବେ ଜଣାଶୁଣା ଲକ୍ଷ୍ମୀ ମିତ୍ତଲ (Lakshmi Mittal) ବିଶ୍ୱର ସର୍ବବୃହତ ଇସ୍ପାତ ନିର୍ମାତା ଆର୍ସେଲର ମିତ୍ତଲର (ArcelorMittal) କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅଟନ୍ତି। ତାଙ୍କ ନାମ ମଧ୍ଯ ଏହି ମେଗା ବୋଡ଼ କ୍ଲବରେ (Luxury Boat Club) ସାମିଲ ରହିଛି । ରିପୋର୍ଟ ଅନୁଯାୟୀ ଲକ୍ଷ୍ମୀଙ୍କ ୟାଚର ନାମ ଆମେଭି (Amevi yacht) ଅଟେ, ଯାହାର ଲମ୍ବ ପ୍ରାୟ ୮୦  ମିଟର ଅଟେ । ୨୦୦୭ ମସିହାରେ ମିତ୍ତଲ ଏହାକୁ ୧୨୫ ମିଲିୟନ୍ ଡଲାରରେ କିଣିଥିଲେ । ଏହି ୟାଚକୁ ଉନ୍ନତ ଜ୍ଞାନ, କୌଶଳ ଓ ଫିଚରରେ ନିର୍ମାଣ କରାଯାଇଛି । ଏହା ବ୍ୟତୀତ ଏଥିରେ ଅନେକ ପ୍ରକାର ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଆମେଭିକୁ ପ୍ରସିଦ୍ଧ ୟାଚ ଡିଜାଇନର୍ ଆଲବର୍ଟୋ ପିଣ୍ଟୋ ଡିଜାଇନ୍ କରିଛନ୍ତି । ଏଥିରେ ୨୦ରୁ ଅଧିକ କ୍ରୁ ମେମ୍ବର ସହିତ ୮ ଟି ଭିଆଇପି ରେଷ୍ଟ ରୁମ ଓ ୧୬ ଜଣ ଅତିଥି ରହିବା ଲାଗି ବ୍ୟବସ୍ଥା ରହିଛି ।


ସୁନୀଲ ଭାସୱାନୀଗୌତମ ସିଙ୍ଗାନିଆ


ଦୁବାଇ ଅରବପତି ତଥା ଷ୍ଟାଲିଅନ୍ ଗ୍ରୁପ୍‌ର (Stallion Group)  ମୁଖ୍ୟ ସୁନୀଲ ଭାସୱାନୀ (Sunil Vaswani) ଧନୀ ଭାରତୀୟ ତାଲିକାରେ ଅନ୍ତର୍ଭୁକ୍ତ । ତାଙ୍କ ନିକଟରେ ମଧ୍ଯ ଏକ ବିଳାସପୂର୍ଣ୍ଣ ୟାଚ୍ ରହିଛି। ଏଥିରେ ସେ ଅଧିକାଂଶ ସମୟରେ ଛୁଟି ଦିନରେ ବିତାଇଥାଆନ୍ତି । କୋଟି କୋଟି ଟଙ୍କା ମୂଲ୍ୟରେ ତିଆରି ହୋଇଥିବା ଏହି ୟାଚରେ ଷ୍ଟାଲିଅନ୍ ଗ୍ରୁପ୍‌ର ଲୋଗୋ ମଧ୍ଯ ରହିଛି । ରେମଣ୍ଡ୍ ଗ୍ରୁପ୍ (Raymond Group)  ଚେୟାରମ୍ୟାନ୍ ଗୌତମ ସିଙ୍ଗାନିଆ (Gautam Singhania) MY ଏସିନା ନାମକ ଏକ ବିଳାସପୂର୍ଣ୍ଣ ୟାଚର ମାଲିକ ଅଟନ୍ତି । ବର୍ମାରୁ ଆମଦାନୀ ହୋଇଥିବା ଏହି ୟାଚ୍ ଟେକ୍ କାଠରେ ନିର୍ମିତ । ଏଥିରେ ୩ଟି ଡେକ୍ ରହିଛି । ଏହାର ମୂଲ୍ୟ ପ୍ରାୟ ୫୧ କୋଟି ଟଙ୍କା ବୋଲି କୁହାଯାଉଛି।


ସଲମାନ ଖାନ


ଏହି ତାଲିକାରେ ବଲିଉଡର ଅଭିନେତା ସଲମାନ ଖାନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ । ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୬ ମସିହାରେ ସଲମାନ ନିଜ ଜନ୍ମଦିନରେ ନିଜକୁ ଏହି ବିଳାସପୂର୍ଣ୍ଣ ୟାଚଟି ଉପହାର ଦେଇଥିଲେ। ଯଦିଓ ଏହି ୟାଚଟି ଆକାର ବଡ ନୁହେଁ କିନ୍ତୁ ଏଥିରେ ପ୍ରାୟ ୧୦ ଜଣଙ୍କ ଲାଗି ସୁବିଧା ରହିଛି । ସଲମାନ ନିଜ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ଏଥି ଅନେକ ସମୟରେ ପାର୍ଟି କରିଥାଆନ୍ତି ।