Parliament Live Updates: ସଂସଦର ମୌସୁମୀ ଅଧିବେଶନ (Monsoon session) ଜୁଲାଇ ୧୮ ରୁ ଆରମ୍ଭ ହେବାକୁ ହେଉଛି । ଏହାର ଠିକ୍ ପୂର୍ବରୁ, ଏପରି କିଛି ଶବ୍ଦର ତାଲିକା ଜାରି କରାଯାଇଛି, ଯାହକୁ ଅସଂସଦୀୟ (Unparliamentary) କୁହାଯାଇ ଏହାକୁ ରେକର୍ଡରେ ରଖାଯିବ ନାହିଁ ବୋଲି କୁହାଯାଇଛି । ବର୍ତ୍ତମାନ ବିରୋଧୀ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ କରୁଛନ୍ତି । ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ’ବ୍ରାଇନ୍ (Derek O'Brien) ଏକ ଜୋରଦାର ଟାର୍ଗେଟ କରି କହିଛନ୍ତି ଯେ ମୁଁ ଏହି ଶବ୍ଦ ବ୍ୟବହାର କରିବି । ଏଥିସହ ସେ ଚ୍ୟାଲେଞ୍ଜ କରିଛନ୍ତି ଯେ ତାଙ୍କୁ ନିଲମ୍ବନ କରିଦିଆ ଯାଉ ।


COMMERCIAL BREAK
SCROLL TO CONTINUE READING

ଏକ ଟ୍ୱିଟ୍‌ ମାଧ୍ୟମରେ ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଇନ୍ ଲେଖିଛନ୍ତି ଯେ ସଂସଦରେ କଥା ହେବାବେଳେ ଆମକୁ ଆଉ ଏହି ମୂଳ ଶବ୍ଦ ବ୍ୟବହାର କରିବାକୁ ଦିଆଯିବ ନାହିଁ । ସେ ଆହୁରି ଲେଖିଛନ୍ତି ଯେ ସେ ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରିବେ । ସରକାର ଚାହିଁଲେ ତାଙ୍କୁ ନିଲମ୍ବନ କରିପାରିବେ । ସେ ଗଣତନ୍ତ୍ର ପାଇଁ ଲଢ଼ିବେ । ଏଥି ସହିତ ତୃଣମୂଳ କଂଗ୍ରେସର ଅଫିସିଆଲ ହ୍ୟାଣ୍ଡେଲରୁ ଏହାକୁ ସମାଲୋଚନା ମଧ୍ୟ କରାଯାଇଛି ।


ଏହି ପ୍ରସଙ୍ଗ ସେତେବେଳେ ଉଠିଥିଲା ଯେତେବେଳେ ଲୋକସଭା ସଚିବାଳୟ ବୁଧବାର ଦିନ ଏକ ବୁକଲେଟ୍ ପ୍ରକାଶ କରିଥିଲା । ଏଥିରେ ଜୁମ୍ଲାବାଜୀ, ବାଲ ବୁଦ୍ଧି, କୋଭିଡ ସ୍ପ୍ରେଡର୍, ସ୍ନୁପଗେଟ୍, ଅସେମ୍ଡ, ଅବ୍ୟୁଜଡ, ବିଟ୍ରେଡ଼, କରପ୍ଟ, ଡ୍ରାମା, ହିପୋକ୍ରାସି, ଇନକମ୍ପିଟେଣ୍ଟ ଭଳି କିଛି ଶବ୍ଦର ବ୍ୟବହାର ଅସଂସଦିୟ ଭାଷା ଶ୍ରେଣୀରେ ଆସିବ । ତେଣୁ ଏହି ଶବ୍ଦଗୁଡିକ ଲୋକସଭା ଓ ରାଜ୍ୟସଭାରେ ବ୍ୟବହାର କରାଯିବା ଉଚିତ୍ ନୁହେଁ ।


ଏଥିପାଇଁ ଲୋକସଭା ସଚିବାଳୟ ଏହି ଶବ୍ଦ ଓ ବାକ୍ୟର ଏକ ନୂତନ ସଂକଳନ ପ୍ରସ୍ତୁତ କରିଛି, ଯାହାକୁ 'ଅସଂସଦୀୟ ଶବ୍ଦ ୨୦୨୧' ଶ୍ରେଣୀରେ ରଖାଯାଇଛି । ଯଦି ଲୋକସଭା ଓ ରାଜ୍ୟସଭାରେ ବିତର୍କ ସମୟରେ ସାଂସଦମାନେ ଏହି ଶବ୍ଦ ବ୍ୟବହାର କରନ୍ତି, ତେବେ ସେମାନଙ୍କୁ 'ଅସଂସଦୀୟ' ଭାବରେ ବିବେଚନା କରାଯିବ ଓ ସେମାନେ ଗୃହର ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ ନାହିଁ । ଏହି କାରଣରୁ ବିରୋଧୀ ସରକାରଙ୍କ ଉପରେ ଆକ୍ରମଣକାରୀ ପାଲଟିଛନ୍ତି ।


ଯଦିଓ ଲୋକସଭା ସଚିବାଳୟ କହିଛି ଯେ ଏହି ବୁକଲେଟ୍ ୨୦୨୧ ର ଅଟେ । କୌଣସି ନୂତନ ବୁକଲେଟ୍ ଜାରି କରାଯାଇ ନାହିଁ । ଏହି ପ୍ରସଙ୍ଗରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ସରକାରଙ୍କୁ ସମାଲୋଚନା କରୁଥିବା ଶବ୍ଦକୁ ଅସଂସଦୀୟ ଘୋଷଣା କରାଯାଇଛି ।


ଏହା ବି ପଢ଼ନ୍ତୁ: ଶ୍ୱଶୁରଙ୍କଠାରୁ ମଧ୍ୟ ଭରଣପୋଷଣ ଦାବି କରିପାରିବେ ବିଧବା ବୋହୂ: ହାଇକୋର୍ଟ


ଏହା ବି ପଢ଼ନ୍ତୁ: ଗବେଷଣାରେ ବଡ଼ ଖୁଲସା; ମହିଳାଙ୍କ ପରି ପୁରୁଷମାନଙ୍କର ମଧ୍ୟ ହୋଇଥାଏ Periods !