Cheetahs return to India:  ଭୋପାଳ: ନାମିବିଆରୁ ୮ ଚିତାବାଘଙ୍କୁ ନେଇ ଆଜି ଭାରତ ପହଞ୍ଚିଛି ସ୍ୱତନ୍ତ୍ର କାର୍ଗୋ ବିମାନ। ଏହି ବାଘଙ୍କୁ ଧରି ଆସିଥିବା ଏହି ବିମାନ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଥିବା ଭାରତୀୟ ବାୟୁସେନା ବିମାନ ବନ୍ଦରରେ ଅବତରଣ କରିସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏମାନଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିବେ। କୁନୋ ପାଲପୁର ରାଷ୍ଟ୍ରୀୟ ଉଦ୍ୟାନରେ ଏହି ଚିତାଙ୍କୁ ସ୍ୱାଗତ କରିବେ ମୋଦି। 


COMMERCIAL BREAK
SCROLL TO CONTINUE READING

ସେପଟେ ଚିତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏମାନଙ୍କୁ ଖାଦ୍ୟ ଦେବା ପାଇଁ ଜଙ୍ଗଲୀ ଜନ୍ତୁଙ୍କୁ ଜଙ୍ଗଲରେ ଛଡ଼ାଯାଇଛି। ଏହା ସହିତ ସ୍ଥାନୀୟ ଲୋକଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। 


ଆଜି ହେଉଛି ପ୍ରଧାନମନ୍ତ୍ରୀଙ୍କର ୭୨ତମ ଜନ୍ମଦିନ। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ବନ୍ୟଜନ୍ତୁ ବିଶେଷଜ୍ଞଙ୍କ ଉପସ୍ଥିତିରେ ଆଜି ୧୦ କିମି ବିଶିଷ୍ଟ ଏକ ଜଙ୍ଗଲରେ ଛଡ଼ାଯିବ। ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି କି ଭାରତ ସେହି ଦେଶ ମାନଙ୍କ ମଧ୍ୟରୁ ଗୋଟିଏ ଯିଏ ଭୁଲ ସୁଧାରିବାରେ ବିଶ୍ୱାସ ରଖିଥାଏ। ଅତ୍ୟାଧିକ ଶିକାର କାରଣରୁ ଦେଶରୁ ଚିତା ବିଲୁପ୍ତ ହୋଇଯାଇଥିଲା। ଆମେ ପୁଣିଥରେ ଏହାକୁ ଦେଶକୁ ଆଣିବାକୁ ନିଷ୍ପତ୍ତି ନେଇଛୁ। 


 



ସୂଚନାଯୋଗ୍ୟ ନାମ୍ବିଆର ରାଜଧାନୀ ଓ୍ୱିଣ୍ଡହୋକରୁ ବୋଇଂ ୭୪୭-୪୦୦ ବିମାନରେ ୮ଟି ଚିତାବାଘଙ୍କୁ ଭାରତ ଅଣାଯାଇଛି। ଆଜି ସକାଳେ ଗ୍ୱାଲିୟରରେ ଥିବା ବାୟୁସେନା ବିମାନଘାଟିରେ ବାଘକୁ ଆଣି ଅବତରଣ କରିଛି। ତେବେ ବାଘଙ୍କୁ ଚିନୁକ ହେଲିକପ୍ଟର ଜରିଆରେ କୁନୋ ଅଭୟାରଣ୍ୟକୁ ନିଆଯିବ। ଅଭୟାରଣ୍ୟର ୧୮ କିମି ଭିତରକୁ ୫ଟି ହେଲିକପ୍ଟର ପ୍ରସ୍ତୁତ କରାଯାଇଛି। ଭୁପେନ୍ଦ୍ର ଯାଦବ କହିଛନ୍ତି କି ମୋଦି ତିନିଟି ଚିତାଙ୍କୁ ୫୦ ଗୁଣା ୩୦ ମିଟର ପରିଧି ବିଶିଷ୍ଟ ଏକ ସ୍ଥାନରେ ଛାଡ଼ିବେ। ସେଠାରେ ବାଘ ଗୁଡ଼ିକ ଏକ ମାସ ପର୍ଯ୍ୟନ୍ତ ରହିବେ। ଅନ୍ୟ ୫ଟି ବାଘଙ୍କୁ ଜଙ୍ଗଲ ଅଧିକାରୀ ମାନେ ଜଙ୍ଗଲ ମଧ୍ୟରେ ଛାଡ଼ିବେ। 


ସେପଟେ ଦୀର୍ଘ ସମୟ ଧରି ଉଡ଼ାଣ କାରଣରୁ ବାଘ ଗୁଡ଼ିକ ୧୧ ଘଣ୍ଟା ଧରି କିଛି ଖାଇନାହାନ୍ତି। ଚିତାଙ୍କ ସହିତ ଭାରତ ଆସିଥିବା ପଶୁ ଚିକିତ୍ସକ ତଥା ବନ୍ୟଜନ୍ତୁ ବିଶେଷଜ୍ଞ ଏଡ୍ରିଅନ ଟାର୍ଡିଫ କହିଛନ୍ତି କି ବାଘ ଗୁଡ଼ିକୁ ଗୁରୁବାର ଖାଇବାକୁ ଦିଆଯାଇଥିବା। ରାସ୍ତାରେ ତାଙ୍କୁ କିଛି ମଧ୍ୟ ଖାଇବାକୁ ଦିଆଯାଇନାହିଁ। ବାଘକୁ ଧରି ବିମାନ ଉଡ଼ାଣ ଭରିବା ପୂର୍ବରୁ ସେ କହିଥିଲେ କି ଯେତେବେଳେ ଆମେ ଭାରତରେ ଓହ୍ଲାଇବୁ ସେତେବେଳେ ଆମେ ସଙ୍ଗେ ସଙ୍ଗେ ବାୟୁସେନା ବିମାନ ଯୋଗେ କୁନୋ ବାହାରିଯିବୁ। 


ସେପଟେ ଜଙ୍ଗଲରେ କିପରି ବାଘମାନେ ସହଜରେ ଶିକାର କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶୁକ୍ରବାର ବନବିଭାଗ ହରିଣ, ମୃଗ, ସାମ୍ବର, ନୀଳଗାଈ ବାଛୁରିକୁ ଛଡ଼ା ଯାଇଥିଲା। ଏକ ବନ ଅଧିକାରୀ କହିଛନ୍ତି କି ଚିତା ବାଘ ଦୁଇରୁ ତିନି ଦିନରେ ଥରେ ଖାଇଥାଏ। ଏଥିପାଇଁ କୁନୋ ପହଞ୍ଚିବା ପରେ ଶନିବାର କିମ୍ବା ରବିବାର ଶିକାର କରିପାରନ୍ତି। 


୧୯୪୭ ମସିହାରେ ଛତିଶଗଡ଼ରେ ହୋଇଥିଲା ଶେଷ ଚିତାର ଶିକାର
ଏଠାରେ କହି ରଖୁ କି ଭାରତରେ ୧୯୪୭ ମସିହା ପରଠାରୁ ଚିତାର ବିଲୁପ୍ତ ହୋଇଯାଇଥିଲା। ଶେଷ ଚିତା ଛତିଶଗଡ଼ ଜିଲ୍ଲାର କୋରିଆ ଜିଲ୍ଲାରେ ଶିକାର ହୋଇଥିଲା। ଏହାପରେ ୧୯୫୨ରେ ଦେଶରେ ଚିତାଶୂନ୍ୟ ହେବା ନେଇ ଘୋଷଣା କରାଯାଇଥିଲା। ତେବେ ଚିତାକୁ ଦେଶକୁ ଆଣିବା ପାଇଁ ପାଖାପାଖି ଦଶନ୍ଧିଦଶନ୍ଧି ସମୟ ବିତିଛି। ତେବେ ପୂର୍ବରୁ ମଧ୍ୟ ଚିତାଙ୍କୁ ଦେଶଙ୍କୁ ଆଣିବାକୁ ପ୍ରୟାସ କରାଯାଇଥିଲା। କିନ୍ତୁ କୂଟନୈତିକ ରଣନୀତି ବଫଳତା କାରଣରୁ ଏମାନଙ୍କୁ ଅଣାଯାଇ ପାରିନଥିଲା। 


ସେପଟେ ମଧ୍ୟପ୍ରଦେଶର ମୁଖ୍ୟ ବନ୍ୟଜନ୍ତୁ ଓ୍ୱାର୍ଡନ ଜେଏସ ଚୌହାନ କହିଛନ୍ତି କି ଏହି ଚିତାଙ୍କୁ ପ୍ରଥମେ ୬ କିଲୋମିଟର ବିଶିଷ୍ଟ ଏନକ୍ଲୋଜରରେ ଛଡାଯିବ। ପରେ କିଛି ମାସ ପରେ ଏମାନଙ୍କୁ ଜଙ୍ଗଲରେ ଛଡ଼ାଯିବ। ୬ ବର୍ଗ କିମି ଏନକ୍ଲୋଜରକୁ ନଅ ଭାଗରେ ବିଭକ୍ତ କରାଯାଇଛି। ସେ କହିଛନ୍ତି ଯେ ଏନକ୍ଲୋଜରରେ ସ୍ଥାପିତ ସିସିଟିଭି କ୍ୟାମେରା ଏବଂ ସେମାନଙ୍କ ବେକରେ ଲାଗିଥିବା ରେଡିଓ କଲର ମାଧ୍ୟମରେ ଚିତାମାନଙ୍କର ଗତିବିଧି ଏବଂ ଆଚରଣ ଉପରେ ନଜର ରଖାଯିବ। କୌଣସି ପୋଖରୀକୁ ରୋକିବା ପାଇଁ କୁକୁରମାନଙ୍କୁ ଏନକ୍ଲୋଜର ବାହାରେ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି।