ଲାଲକିଲ୍ଲାରେ ଯେଉଁଠି ପିଏମ ଉଡ଼ାନ୍ତି ତ୍ରିରଙ୍ଗା, ସେଠାରେ କୃଷକ ଉଡ଼ାଇଲେ ନିଜ ଝଣ୍ଡା
ଲାଲକିଲ୍ଲାରେ ପହଞ୍ଚିଥିବା ପ୍ରଦର୍ଶକାରୀମାନେ ହଙ୍ଗମା ଆରମ୍ଭ କରିଛନ୍ତି । ଏହା ସହ ସଂଗଠନର ପତାକା ଉଡ଼ାଇଛି । ଏହି ପତାକା ସେଠାରେ ଉଡ଼ାଯାଇଛି, ଯେଉଁଠାରେ ୧୫ ଅଗଷ୍ଟ ଅର୍ଥାତ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକାକୁ ଉତ୍ତୋଳନ କରନ୍ତି ।
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ପରେଡ (Tractor rally) ଏବେ ଉଗ୍ର ରୂପ ଧାରଣ କରିଛି । ଆଇଟିଓରେ ହଙ୍ଗମା ମଧ୍ୟରେ ଅନେକ କୃଷକ ଲାଲକିଲ୍ଲା (Red Fort) ରେ ପହଞ୍ଚିଛନ୍ତି । କୁହାଯାଉଛି ଯେ ଦୁଇ ଡଜନ ଟ୍ରାକ୍ଟରରେ ଚଢି ଶହ ଶହ କୃଷକ (Farmers) ଲାଲକିଲ୍ଲା ପରିସରରୈ ପହଞ୍ଚି ସେଠାରେ ପ୍ରଦର୍ଶନ କରୁଛନ୍ତି । ଦିଲ୍ଲୀ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।
ଅଧିକ ପଢ଼ନ୍ତୁ:-କର୍ମଚାରୀଙ୍କ ଏପ୍ରିଲରୁ ବଢ଼ିବ ଗ୍ରାଚ୍ୟୁଇଟି ଓ PF, କିନ୍ତୁ ହାତରେ ଆସିବ କମ୍ ଟଙ୍କା!
ଲାଲକିଲ୍ଲାରେ ପହଞ୍ଚିଥିବା ପ୍ରଦର୍ଶକାରୀମାନେ ହଙ୍ଗମା ଆରମ୍ଭ କରିଛନ୍ତି । ଏହା ସହ ସଂଗଠନର ପତାକା ଉଡ଼ାଇଛି । ଏହି ପତାକା ସେଠାରେ ଉଡ଼ାଯାଇଛି, ଯେଉଁଠାରେ ୧୫ ଅଗଷ୍ଟ ଅର୍ଥାତ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକାକୁ ଉତ୍ତୋଳନ କରନ୍ତି ।
ଆମେ ଆପଣଙ୍କୁ କହି ରଖୁଛୁ ଯେ, ଗତ ଦୁଇ ମାସ ଧରି ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟର କୃଷକମାନେ ନୂଆ କୃଷି ନିୟମ ବିରୋଧରେ ଦିଲ୍ଲୀର ବିଭିନ୍ନ ସୀମାରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଆଜି ଗଣତନ୍ତ୍ର ଦିବସ ଅବସରରେ କୃଷକମାନେ ଏକ ଟ୍ରାକ୍ଟର ରାଲି କରିବାକୁ ଘୋଷଣା କରିଥିଲେ । ଟ୍ରାକ୍ଟର ରାଲି ପାଇଁ ଦିଲ୍ଲୀ ପୋଲିସ ତିନୋଟି ରୁଟ ସ୍ଥିର କରିଥିଲା, କିନ୍ତୁ ଚାଷୀମାନେ ସ୍ଥିର ମାର୍ଗଠାରୁ ଭିନ୍ନ ମାର୍ଗରେ ରାଲି ଆରମ୍ଭ କରିଥିଲେ ।
ଅଧିକ ପଢ଼ନ୍ତୁ:-ଉଗ୍ର ହେଲା କୃଷକଙ୍କ ଟ୍ରାକ୍ଟର ରାଲି: ବିଭିନ୍ନ ସ୍ଥାନରେ ଭଙ୍ଗାଗଲା ବ୍ୟାରିକେଡ୍ସ, ପୋଲିସର ଲାଠି ଚାର୍ଜ
ଅପରାହ୍ନରେ କୃଷକମାନେ ଦିଲ୍ଲୀ ସୀମାରୁ ITO ରେ ପହଞ୍ଚିଛନ୍ତି । ପୋଲିସ ମୁଖ୍ୟାଳୟଠାରୁ କିଛି ଦୂରରେ ଚାଷୀଙ୍କ ଆକ୍ରୋଶ ଆରମ୍ଭ ହୋଇଥିଲା । ସେଠାରେ ପ୍ରଦର୍ଶନକାରୀ ଚାଷୀ ପୋଲିସ ବସକୁ ଟ୍ରାକ୍ଟର ସାହାଯ୍ୟରେ ଧକ୍କା ମାରିଥିଲେ । ଯାହାଫଳରେ ଏହାକୁ ରାସ୍ତାରୁ ହଟାଯାଇ ହେବ । ପୋଲିସ ସେମାନଙ୍କୁ ବୁଝାଇବାରେ ଲାଗିଛି । ପରିସ୍ଥିତି ଅନିୟନ୍ତ୍ରିତ ହେବା ପରେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଛି । ପୋଲିସ କିଛି ବିକ୍ଷୋଭକାରୀଙ୍କୁ ଗିରଫ କରିଛି ।
ଅଧିକ ପଢ଼ନ୍ତୁ:-ଗ୍ରାହକଙ୍କୁ ଖୁସି ଖବର ଦେଲା BSNL! ମାଗଣାରେ ମିଳୁଛି 4G ସିମ୍ କାର୍ଡ
ଏହାପୂର୍ବରୁ କୃଷକମାନେ ସିଙ୍ଘୁ ଓ ଟିକରି ସୀମାରେ ଦିଲ୍ଲୀ ପୋଲିସ ଲଗାଇଥିବା ବ୍ୟାରିକେଡ ଭାଙ୍ଗିଥିଲେ । ପୋଲିସ ତରଫରୁ କୃଷକଙ୍କ ପାଇଁ ସ୍ଥିର ହୋଇଥିବା ନିର୍ଦ୍ଦିଷ୍ଟ ମାର୍ଗରେ ଟ୍ରାକ୍ଟର ରାଲି କରିବାକୁ ଅପିଲ କରାଯାଉଛି, କିନ୍ତୁ ଅନେକ ସ୍ଥାନରେ ଚାଷୀମାନେ ସ୍ଥିର ହୋଇଥିବା ରୁଟ୍ ପରିବର୍ତ୍ତେ ଅଲଗା ମାର୍ଗରେ ମଧ୍ୟ ଟ୍ରାକ୍ଟର ମାର୍ଚ କରିବାକୁ ଜିଦ୍ ଧରିଛନ୍ତି । ଏହି କାରଣରୁ ଦିଲ୍ଲୀ ପୋଲିସ ସହ ମୁହାଁମୁହିଁ ହେବାର ଖବର ରହିଛି ।