Railways baggage rules : ରେଳଯାତ୍ରୀଙ୍କୁ ଏକ ଶକ୍ତ ଝଟକା ଲାଗିବାକୁ ଯାଉଛି। ଏଣିକି ଅଧିକ ସାମାନ ସହ ରେଳଯାତ୍ରୀ କଲେ ଯାତ୍ରୀଙ୍କୁ ଅଧିକ ଟଙ୍କା ଗଣିବାକୁ ପଡିବ। ରେଳଯାତ୍ରାରେ ବିମାନ ଭଳି ନିୟମ ଲାଗୁ କରାଯାଇଛି। ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ସାମାନ ନେଲେ ଯାତ୍ରୀଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡିବ ବୋଲି ରେଳମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନଠାରୁ ବିମାନ ପରି ଟ୍ରେନରେ ଅତିରିକ୍ତ ବ୍ୟାଗେଜ୍ ପାଇଁ ଆପଣଙ୍କୁ ଦେୟ ଲାଗିବ। ଯଦି, ଆପଣ ସାମାନ ବୁକିଂ ନକରି ଅତ୍ୟଧିକ ଲଗେଜ୍ ନିଅନ୍ତି, ତେବେ ସାଧାରଣ ହାରଠାରୁ ଛଅ ଗୁଣ ଅଧିକ ଦେୟ କରିବାକୁ ପଡିବ। ତେଣୁ ରେଳଯାତ୍ରା କରିବାକୁ ପୂର୍ବରୁ ଏହି ଖବରଟାକୁ ପଢିନିଅନ୍ତୁ, ନଚେତ ଆପଣଙ୍କୁ ପକେଟ ହାଲୁକା କରିବାକୁ ପଡିବ। ସେଥିପାଇଁ ରେଳବାଇ କହିଛି, 'ଯଦି ସାମାନ ହେବ ବେଶୀ, ଯାତ୍ରାର ଆନନ୍ଦ ହେଇଯିବ ଅଧା'


ମାଗଣାରେ କେତେ ଲଗେଜ୍ ନେଇ ପାରିବେ?


ଯଦି AC first classରେ ଯାତ୍ରା କରୁଛନ୍ତି, ତେବେ ଆପଣ ମାଗଣାରେ ୭୦ କିଲୋଗ୍ରାମ ପର୍ଯ୍ୟନ୍ତ ସାମାନ ନେଇ ପାରିବେ।  AC 2-Tier ପାଇଁ ସୀମା ହେଉଛି ୫୦ କିଲୋଗ୍ରାମ। AC 3-tier, ଏସି ଚେୟାର କାର୍ ଏବଂ Sleeper Classରେ ୪୦ କିଲୋ ପର୍ଯ୍ୟନ୍ତ ବ୍ୟାଗେଜ୍ ନେବାକୁ ଅନୁମତି ଦିଆଯାଇଛି। Second Class ପାଇଁ ଏହି ସୀମା ୩୫ କିଲୋଗ୍ରାମ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଲଗେଜ୍ ପାଇଁ ସର୍ବନିମ୍ନ ଚାର୍ଜ ହେଉଛି ୩୦ ଟଙ୍କା।


Also Read: ବଦଳାଇଛନ୍ତି କି ଚାକିରି? ଘରେ ବସି ଏପରି ଚୁଟକିରେ କରନ୍ତୁ PF ଟଙ୍କା ଟ୍ରାନ୍ସଫର


ତୁମର ଲଗେଜ୍ କିପରି ବୁକ୍ କରିବେ?


ଟ୍ରେନ ଛାଡିବାର ୩୦ ମିନିଟ ପୂର୍ବରୁ ଲଗେଜ ବୁକିଂ କରିହେବ। ରେଳ ଷ୍ଟେସନର ଲେଗେଜ ବୁକିଂ କାଉଣ୍ଟରରେ ଏହି ସେବା ଉପଲବ୍ଧ। ନଚେତ ଯାତ୍ରୀମାନେ ଚାହିଁଲେ ଟିକଟ ବୁକିଂ ସମୟରେ ଆଗୁଆ ଲଗେଜ ବୁକିଂ କରିପାରିବେ। ରେଳବାଇର ବିଜ୍ଞପ୍ତିରେ କୁହାଯାଇଛି ଯେ, ଲଗେଜ୍ ଯାହା ସୁରକ୍ଷିତ ଭାବରେ ପ୍ୟାକ୍ ହୋଇନାହିଁ ତେବେ ତାହାକୁ ବୁକିଂ ଏବଂ ଗାଡିରେ ନେବା ପାଇଁ ଅନୁମତି ଦିଆଯିବ ନାହିଁ। ଅତିକମ ସାମାନ ନେଇ ଯାତ୍ରା କରିବାରୁ ରେଳବାଇ ତାର ଯାତ୍ରୀଙ୍କୁ ପରାମର୍ଶ ଦେଇଛି।



ଅନାବଶ୍ୟକ ସାମଗ୍ରୀ ବହନ କରିବା ପାଇଁ ଦଣ୍ଡ କ’ଣ?


ବର୍ତ୍ତମାନଠାରୁ ଯାତ୍ରୀମାନଙ୍କୁ ଟ୍ରେନରେ ବିନା ବୁକରେ ଲଗେଜ୍ ନେଲେ ଯାତ୍ରୀଙ୍କୁ ଦଣ୍ଡିତ କରାଯିବ। ବିଜ୍ଞପ୍ତି ଅନୁଯାୟୀ, ଯେତେବେଳେ ଜଣେ ଯାତ୍ରୀ ମାଗଣା ସୀମା ଠାରୁ ଅଧିକ ଓଜନର ବୁକ୍ ହୋଇନଥିବା କିମ୍ବା ଆଂଶିକ ବୁକ୍ ହୋଇଥିବା ଲଗେଜ୍ ସହିତ ଧରାପଡନ୍ତି, ତେବେ ବୁକ୍ ହୋଇନଥିବା ଓଜନ ଲଗେଜ୍ ସ୍କେଲ ହାରରେ ୧.୫ରୁ ଛଅ ଗୁଣ ପର୍ଯ୍ୟନ୍ତ ଚାର୍ଜ କରାଯିବ।