Accident News: ନୂଆଦିଲ୍ଲୀ: ବୁଧବାର ଓଡ଼ିଶାର ସାଲେପୁର ନିକଟ କଟରପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଆଜି ଆସାମର ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କ ପ୍ରାଣହାନୀ ଘଟିଥିବା ନେଇ ସୂଚନା ସାମ୍ନାକୁ ଆସିଛି। ଅଧିକାରୀମାନେ କହିଛନ୍ତି ଏହି ଦୁର୍ଘଟଣା ଜାତୀୟ ରାଜପଥ ୩୭ରେ ଡେରଗାଓଁ ନିକଟରେ ସକାଳ ପ୍ରାୟ ୫ଟା ସମୟରେ ଘଟିଥିବା ନେଇ ସୂଚନା ରହିଛି। ପାଖାପାଖି ଦୁର୍ଘଟଣାଗ୍ରସ୍ତ ବସରେ ୪୫ଜଣ ଯାତ୍ରୀ ରହିଥିବା ବେଳେ ବସଟି ଗୋଲାଘାଟରୁ ତିନସୁକିଆ ଅଭିମୁଖେ ଗସ୍ତ କରୁଥିବା ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ବିପରୀତ ଦିଗରୁ ଆସୁଥିବା କୋଇଲା ଭର୍ତ୍ତି ଟ୍ରକ ସହିତ ବସଟି ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଉଭୟ ବସ ଓ ଟ୍ରକର ଚାଳକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଛି। ଏନେଇ ସରକାରୀ ଅଧିକାରୀ କହିଛନ୍ତି କି ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ସେହିପରି ଗୁରୁତରମାନଙ୍କୁ ଜୋରହାଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଲାଘାଟ ଡେପୁଟି କମିଶନର ଉଦୟ ପ୍ରବୀଣ କହିଥିଲେ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ମରାମତି କାର୍ଯ୍ୟ ଚାଲୁ ରହିଥିବାରୁ ଗୋଟିଏ ଦିଗରେ ହିଁ ଯିବାଆସିବା କରାଯାଉଥିଲା। ସେପଟେ ଆଉ ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି କି ଟ୍ରକ ବହୁ ଦୃତବେଗରେ ଆସୁଥିଲା। ଆଉ ବସକୁ ବହୁତ ଜୋରରେ ଧକ୍କା ଦେଇଥିଲା। 


ତେବେ ବସର ଅଧିକାଂଶ ଯାତ୍ରୀ ଭରଲୁଖୁୱା ଗ୍ରାମର ବାସିନ୍ଦା ରହିଥିଲେ। ଏମାନେ ସମସ୍ତେ ପିକିନିକ କରିବାକୁ ତିନିସୁକିଆର ତିଲିଙ୍ଗା ମନ୍ଦିରକୁ ଯାଉଥିଲେ।  ଏହି ସମୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଗୋଲାଘାଟ ପୋଲିସ ଅଧିକ୍ଷକ ରାଜେନ ସିଂହ କହିଥିଲେ, ଆମେମାନେ ବସ ଓ ଟ୍ରକରୁ ୧୦ଟି ଶବ ଜବତ କରିଛୁ। ଜେଏମସିଏଚରେ ଅନ୍ୟ ଆହତମାନଙ୍କୁ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ଦୃତ ବେଗ ଓ ଖାମଖିଆଲି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟଣା ଘଟିଛି ଓ ମାମଲା ରୁଜୁ କରାଯାଇଛି। ଦୁର୍ଘଟଣାର କାରଣ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ସେ କହିଥିଲେ।