Turkiye Earthquake Damages: ଗତ ୬ ଫେବୃଆରୀରେ ଅନୁଭୂତ ହୋଇଥିବା ବିନାଶକାରୀ ଭୂମିକମ୍ପରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ପଶ୍ଚିମ ଏସୀୟ ଦେଶ ତୁର୍କୀ ଏବଂ ସିରିଆ। ଏହି ଭୂକମ୍ପ ଉଭୟ ଦେଶରେ ଧ୍ୱଂସର ଲୀଳା ରଚିଛି। ଭୂକମ୍ପ କାରଣରୁ ୪୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୮୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ହଜାର ହଜାର ଘର ଭୂକମ୍ପ କାରଣରୁ ନଷ୍ଟ ହୋଇଯାଇଛି। ଉଭୟ ଦେଶ କୋଟି କୋଟି ଟଙ୍କାର କ୍ଷତି ସହିଛନ୍ତି।


COMMERCIAL BREAK
SCROLL TO CONTINUE READING

ଏନେଇ ବିଶ୍ୱ ବ୍ୟାଙ୍କ (World Bank) ପକ୍ଷରୁ କରାଯାଇଥିବା ଆକଳନରେ କୁହାଯାଇଛି ଯେ ଭୂକମ୍ପ କାରଣରୁ ତୁର୍କୀ (Turkiye Earthquake Damages) ୩୪ ବିଲିୟନ ଡଲାର ମୂଲ୍ୟରୁ ଅଧିକ ପରିମାଣର କ୍ଷତି ସହିଛି। ଭାରତୀୟ ମୁଦ୍ରାରେ ଏହାର ପରିମାଣ ପ୍ରାୟ ୨ ଲକ୍ଷ ୮୧ ହଜାର କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ନ୍ୟୁଜ୍ ଏଜେନ୍ସି ଆସୋସିଏଟେଡ ଫ୍ରାନ୍ସ ରିପୋର୍ଟ ଅନୁଯାୟୀ, ସୋମବାର ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଗତ ୬ ଫେବୃଆରୀରେ ଦକ୍ଷିଣ ତୁର୍କୀରେ ଅନୂଭୂତ ହୋଇଥିବା ଭୟଙ୍କର ଭୂକମ୍ପ (Turkey Devastating Earthquake) ଏବଂ ଏହାର ପ୍ରଭାବରେ ହୋଇଥିବା ଝଟକା କାରଣରୁ ଦେଶ ପାଇଁ ୩୪ ବିଲିୟନ ଡଲାର ମୂଲ୍ୟରୁ ଅଧିକ ପରିମାଣର କ୍ଷତି ସହିଛି।


ମିଳିତ ଜାତିସଂଘ (United Nations Organisation) ସହ ଜଡିତ ସଂସ୍ଥା କହିଛି ଯେ ଏହାର ଆକଳନରେ ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ପୁନଃ ନିର୍ମାଣ ଖର୍ଚ୍ଚ ଅନ୍ତର୍ଭୂକ୍ତ କରାଯାଇ ନାହିଁ। ବିଶ୍ୱ ବ୍ୟାଙ୍କ କହିଛି ଯେ ୨୦୨୧ ବର୍ଷର ତୁର୍କୀର ଜିଡିପି (Turkey GDP) ପରିମାଣର ପାଖପାଖି ୪% ଏବଂ ୩୪ ବିଲିୟନ ଡଲାର ମୂଲ୍ୟରୁ ଅଧିକ ହେବ। ବିଶ୍ୱ ବ୍ୟାଙ୍କ ପକ୍ଷରୁ ଆକଳନରେ ଭୂମିକମ୍ପ କାରଣରୁ ଉତ୍ତର ସିରିଆରେ (Northern Syria) ହୋଇଥିବା କ୍ଷୟକ୍ଷତିକୁ ମଧ୍ୟ ବିଚାର କରାଯାଇ ନାହିଁ। ମଙ୍ଗଳବାର ବିଶ୍ୱ ବ୍ୟାଙ୍କ ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସୂଚନା ପ୍ରଦାନ କରିବ। ହେଲେ ତୁର୍କୀରେ ଲଗାତାର ଭୂକମ୍ପରେ ହୋଇଥିବାରୁ ମୋଟ କ୍ଷତି ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ବିଶ୍ୱବ୍ୟାଙ୍କ କହିଛି।


ବିଶ୍ୱ ବ୍ୟାଙ୍କ କଣ୍ଟ୍ରି ଡାଇରେକ୍ଟର ହମ୍ବୋର୍ଟୋ ଲୋପେଜ କହିଛନ୍ତି ଯେ ଏହି ବିପର୍ଯ୍ୟୟ ତୁର୍କୀର ସରକାରୀ ତଥା ବେସରକାରୀ ଭିତ୍ତିଭୂମିରେ ସ୍ଥିରତା ସୃଷ୍ଟି କରିବାର ଆବଶ୍ୟକତାକୁ ମଧ୍ୟ ଦର୍ଶାଉଛି। ଭୂବିଜ୍ଞାନୀ ବିଶ୍ୱାସ କରନ୍ତି ଯେ ଏହି ଭୟଙ୍କର ବିପର୍ଯ୍ୟୟ ପରେ ତୁର୍କୀରେ ହାଲୁକା ଆବାସିକ କୋଠା ନିର୍ମାଣ ଉପରେ ଗୁରୁତ୍ୱ ଦିଆଯିବ। ତୁର୍କୀରେ ଆବାସିକ ଅଟ୍ଟାଳିକାର କ୍ଷତି ହେତୁ ୧୦ ଲକ୍ଷରୁ ଅଧିକ ଲୋକ ସାମୟିକ ଭାବରେ ବାସହୀନ ହୋଇ ପଡ଼ିଛନ୍ତି ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି।