Elon Musk on Freedom of Speech: ବାକ୍ ସ୍ୱାଧୀନତା ଏବଂ "ନୋ ସେନ୍ସରସିପ୍" ପ୍ରସଙ୍ଗରେ ସବୁବେଳେ ସ୍ୱର ଉତ୍ତୋଳନ କରିବା ଜାରି ରଖିଥାନ୍ତି ଟ୍ୱିଟର ମାଲିକ ଏଲୋନ୍ ମସ୍କ। ଟ୍ୱିଟର କିଣିବା ପରେ ସେ ବ୍ଲକ ହୋଇଯାଇଥିବା ଟ୍ୱିଟର ଆକାଉଣ୍ଟ ପୁଣି ଥରେ ଚାଲୁ କରିବାକୁ ଘୋଷଣା କରିଥିଲେ। ଟ୍ୱିଟର ଚୁକ୍ତି ପୂର୍ବରୁ ମଧ୍ୟ ସେ ସେନ୍ସରସିପ୍ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ହେଲେ କେତେକ କ୍ଷେତ୍ରରେ ତାଙ୍କର ମତାମତ ଭିନ୍ନ ରହିଛି। ଭାରତ ସମ୍ବନ୍ଧରେ ଏଲୋନ୍ ମସ୍କଙ୍କ ମତାମତ ଭିନ୍ନ ରହିଥିବାର କୁହାଯାଉଛି।  


COMMERCIAL BREAK
SCROLL TO CONTINUE READING

ବିବିସି ସହ ଏକ ସାକ୍ଷାତକାରରେ ଟ୍ୱିଟର ମାଲିକ ଏଲୋନ୍ ମସ୍କ ଭାରତ ଏବଂ ସେନ୍ସରସିପ୍ ପ୍ରସଙ୍ଗରେ ମତ ରଖିଛନ୍ତି। ଟ୍ୱିଟର ମାଲିକ କହିଛନ୍ତି ଯେ, ଭାରତରେ ସୋସିଆଲ ମିଡିଆ ନିୟମ ବହୁତ କଠୋର। କୌଣସି ୱେବସାଇଟ୍ ଏହାର ଭାରତୀୟ ବ୍ୟବହାରୀଙ୍କୁ ସେହି ସୁବିଧା ସୁଯୋଗ ପ୍ରଦାନ କରିନଥାଏ। ଯାହା ଆମେରିକୀୟ ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶର ବ୍ୟବହାରୀଙ୍କୁ ମିଳିଥାଏ। ଟ୍ୱିଟର ବେଳେବେଳେ ଭାରତରେ ବିଭିନ୍ନ ବିଷୟବସ୍ତୁକୁ ନିୟନ୍ତ୍ରିତ ଏବଂ ଅବରୋଧ କରିଥାଏ। ଯଦି ଟ୍ୱିଟର ଭାରତୀୟ ନିୟମ ପାଳନ କରେନାହିଁ, ତାହେଲେ ଏହାର କର୍ମଚାରୀଙ୍କୁ ଜେଲ ପଠାଯାଇପାରେ।


ସାକ୍ଷାତକାର ସମୟରେ ଏଲୋନ ମସ୍କ କହିଛନ୍ତି, ସୋସିଆଲ ମିଡିଆ ମାଧ୍ୟମରେ କେଉଁ ବିଷୟବସ୍ତୁ ଦେଖାଯିବ? ସେ ନେଇ ଭାରତରେ କଠୋର ନିୟମ ରହିଛି। ଆମେ ଗୋଟିଏ ଦେଶର ନିୟମ ବିରୋଧରେ ଯାଇପାରିବା ନାହିଁ। ଯଦି ଆମ ପାଖରେ କେବଳ ଦୁଇଟି ବିକଳ୍ପ ରହିଛି। ତାହା ହେଉଛି ଆମର ଲୋକେ ଜେଲ ଯିବେ କିମ୍ବା ଆମକୁ ନିୟମ ପାଳନ କରିବାକୁ ହେବ। ଆମେ ନିୟମ ପାଳନ ବିକଳ୍ପକୁ ଗ୍ରହଣ କରିବୁ।


ଯଦିଓ ଏଲୋନ ମସ୍କ ଏହା କହି ନାହାଁନ୍ତି ଯେ ସେ କେଉଁ ନିୟମ ବିଷୟରେ କହୁଛନ୍ତି। ଯେତେବେଳେ ତାଙ୍କୁ ବିବିସି ପୋଷ୍ଟ ହଟାଯିବା ସମ୍ପର୍କରେ ପ୍ରଶ୍ନ ପଚରା ଯାଇଥିଲା, ସେତେବେଳେ ଟ୍ୱିଟର ମାଲିକ ଉପରୋକ୍ତ ଉତ୍ତର ଦେଇଥିଲେ। ପୂର୍ବରୁ ଟ୍ୱିଟର ପୋଷ୍ଟ ସେନସରସିପ୍ ଏବଂ କଣ୍ଟେଟ୍ ମଡ଼ରେସନ ହୋଇ ପାରୁଥିଲା। ହେଲେ ଏଲୋନ ମସ୍କ ଏହାକୁ ବିରୋଧ କରିଆସୁଛନ୍ତି। ଏହି କାରଣରୁ ଟ୍ୱିଟର ମାଲିକ ଏକ ବୈଠକ ବେଳେ ଟ୍ୱିଟର ନୀତି ନିୟମ ବିଭାଗ ଅଧିକାରୀ ବିଜୟା ଗାଡେଙ୍କୁ ବହୁତ କିଛି ଶୁଣାଇ ଦେଇଥିଲେ।


ବିବିସି ଉଦ୍ଦେଶ୍ୟରେ ଦେଇଥିବା ସାକ୍ଷାତକାର ସମୟରେ ଟ୍ୱିଟର ମାଲିକ ଏଲୋନ୍ ମସ୍କ ଏସବୁ କଥା କହିଛନ୍ତି। ଏଲୋନ ମସ୍କ ଗତ ବର୍ଷ ଅକ୍ଟୋବରରେ ୪୪ ବିଲିୟନ ଡଲାର ମୂଲ୍ୟରେ ଟ୍ୱିଟର ସହ ଚୁକ୍ତି ଶେଷ କରିଥିଲା। ଗତ ବର୍ଷ ଅପ୍ରେଲରେ ନିଜେ ଟ୍ୱିଟର ଷ୍ଟକ୍ କିଣିଥିଲେ ଏବଂ ପରେ କମ୍ପାନୀ କିଣିବାକୁ ପ୍ରସ୍ତାବ ଦେଇଥିଲେ। 


ଏଲୋନ୍ ମସ୍କ ସର୍ବଦା କୁହନ୍ତି ଯେ କିଛି ବିଷୟବସ୍ତୁ କାହା ପାଇଁ ଆପତ୍ତିଜନକ ହୋଇପାରେ। ଯେତେବେଳେ ସମାନ ବିଷୟବସ୍ତୁ ଅନ୍ୟମାନଙ୍କ ପାଇଁ ଆପତ୍ତିଜନକ ହୋଇନପାରେ। ଏଭଳି ପରିସ୍ଥିତିରେ କିଏ ସ୍ଥିର କରିବ ଯେ ଏହି ବିଷୟବସ୍ତୁ ଆପତ୍ତିଜନକ ଏବଂ ଏହାକୁ ଟ୍ୱିଟର ହଟାଇବା ଆବଶ୍ୟକ। 


ଏହି ଆଧାରରେ ଏଲୋନ ମସ୍କ, ପୂର୍ବତନ ଟ୍ୱିଟର ମାଲିକ ଜ୍ୟାକ୍ ଡୋର୍ସିଙ୍କ ସମୟରେ ଲାଗୁ ହୋଇଥିବା ଅନେକ ନିୟମକୁ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଟ୍ୱିଟରରେ ଅପଲୋଡ୍ କିମ୍ବା ସେୟାର ହେଉଥିବା ବିଷୟବସ୍ତୁ ସମ୍ପର୍କରେ ଜ୍ୟାକ୍ ଡୋର୍ସି ଅତ୍ୟନ୍ତ ସମ୍ବେଦନଶୀଳ ରହୁଥିଲେ। ଡୋର୍ସି ବିଶ୍ୱାସ କରୁଥିଲେ ଯେ ଟ୍ୱିଟରରେ କୌଣସି ଘୃଣ୍ୟ ବିଷୟବସ୍ତୁ ପୋଷ୍ଟ କରାଯିବା ଠିକ ନୁହେଁ। ଯଦିଓ ଏହା କିଛି ବିଭାଗ ପାଇଁ ଭଲ। ହେଲେ ଏଲୋନ୍ ମସ୍କ ଏ କ୍ଷେତ୍ରରେ ଭିନ୍ନ ମତ ରଖୁଛନ୍ତି।