Road Accident News: ଗୋଟିଏ ଦିନରେ ଦୁଇଟି ବଡ଼ ଧରଣର ଦୁର୍ଘଟଣା, ୧୯ ଲୋକଙ୍କ ପ୍ରାଣହାନୀ
Road Accident In Sribastar: ଇନୋଭାରେ ଥିବା ମୃତାହତମାନେ ଏକ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ପଞ୍ଜାବ ଆସୁଥିଲେ। ପଞ୍ଜାବ ଆସୁଥିବା ସମୟରେ ଏହି ଦୁର୍ଘଟଣାର ସମ୍ମୁଖନ ହୋଇଥିଲେ ମୃତାହତମାନେ। ପଞ୍ଜାବ ଆଶୁଥିବା ରାସ୍ତାରେ ତାଙ୍କ କାର ଅନିୟନ୍ତ୍ରିତ ହୋଇ ଇକାଉନା ପୋଲିସ ଷ୍ଟେସନ ଅଞ୍ଚଳର ସୋନରାଇ ଗ୍ରାମ ନିକଟରେ ଥିବା ଏକ ଗଛ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ସୂଚନା ପରେ ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଷ୍ଟକ୍ ନେଇଥିଲେ।
Road Accident News In Odia: ନୂଆଦିଲ୍ଲୀ: ଶନିବାର ସକାଳେ ଉତ୍ତରପ୍ରଦେଶର (Uttarpradesh) ଶ୍ରାବସ୍ତର (Sribastar) ଜିଲ୍ଲାରେ ଏକ ଯନ୍ତ୍ରଣାଦାୟକ ସଡ଼କ ଦୁର୍ଘଟଣା (Road Accident) ଘଟିଛି। ଦ୍ରୁତ ବେଗରେ ଆସୁଥିବା ଏକ ଇନୋଭା କାର ନିୟନ୍ତ୍ରଣ ହରାଇ ଗଛରେ ପିଟି ହୋଇଥିଲା। ଫଳରେ ଏହି ଘଟଣାରେ ୬ ଜଣକର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଭାବେ ଆହତ ହୋଇ ଥିବା ଜଣାପଡ଼ିଛି। ଇକୌନା ପୋଲିସ ସୂଚନା ପାଇ ସମସ୍ତ ଆହତଙ୍କୁ ବେହରାଇଚ୍ ଜିଲ୍ଲା ଡାକ୍ତରଖାନାକୁ ପଠାଇଥିଲା ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି।
କୁହାଯାଉଛି ଯେ ଇନୋଭାରେ ଥିବା ମୃତାହତମାନେ ଏକ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ପଞ୍ଜାବ ଆସୁଥିଲେ। ପଞ୍ଜାବ ଆସୁଥିବା ସମୟରେ ଏହି ଦୁର୍ଘଟଣାର ସମ୍ମୁଖନ ହୋଇଥିଲେ ମୃତାହତମାନେ। ପଞ୍ଜାବ ଆଶୁଥିବା ରାସ୍ତାରେ ତାଙ୍କ କାର ଅନିୟନ୍ତ୍ରିତ ହୋଇ ଇକାଉନା ପୋଲିସ ଷ୍ଟେସନ ଅଞ୍ଚଳର ସୋନରାଇ ଗ୍ରାମ ନିକଟରେ ଥିବା ଏକ ଗଛ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ସୂଚନା ପରେ ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଷ୍ଟକ୍ ନେଇଥିଲେ।
ସେହିପରି ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ (Maharashtra bus Accident) ଆଜି ଭୋର ସାଢେ ୪ଟାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଘାଟିକୁ ବସ ଓଲଟି ପଡ଼ିବା ଫଳରେ ୧୩ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ପ୍ରାୟ ୨୫ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ କହିଛନ୍ତି ରାଇଗଡ଼ ଏସପି। ସୂଚନା ଅନୁଯାୟୀ, ଏହି ଭୟଙ୍କର ସଡ଼କ ଦୁର୍ଘଟଣା ପୁରୁଣା ମୁମ୍ବାଇ-ପୁଣେ ରାଜପଥରେ ଘଟିଛି। ଦୁର୍ଘଟଣାଗ୍ରସ୍ତ ବସ୍ ପୁଣେରୁ ମୁମ୍ବାଇକୁ (Mumbai) ଆସୁଥିଲା। ଏହି ସମୟରେ ବସ୍ ନିୟନ୍ତ୍ରଣ ହରାଇ ୨୦୦ ଫୁଟ ଗଭୀର ଘାଟିରେ ଖସି ପଡି଼ଥିଲା। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ଖାପୋଲିର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ରେ ସମୁଦାୟ ୪୦-୪୫ ଜଣ ଯାତ୍ରୀ ଥିଲେ। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ତେବେ ଶୁକ୍ରବାର ଦିନ ଉଜୈନର ତରାନା କାନିପୁରା ରାସ୍ତାର ଘାଟିଆ ପୋଲିସ ଷ୍ଟେସନ ଅନ୍ତର୍ଗତ ଥିବା ବାରଖେଡି ରାଧସ୍ୱାମୀ ସତସଙ୍ଗ ପଏଣ୍ଟ ସମ୍ମୁଖରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲେ। ଯେଉଁଥିରେ ତରାନା ବାସିନ୍ଦା ଶୁଭମ୍ ପ୍ରଜାପତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେହିପରି ବୁଧବାର ଦିନ ବିଳମ୍ବିତ ରାତିରେ ପଞ୍ଜାବର ଗଢ଼ଶଙ୍କରରେ (Punjab Garhsankar) ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ (Severe accident) ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ଏହା ସହିତ ଅନେକ ଗୁରୁତର ହୋଇଥିଲେ । ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଦିନ ବିଳମ୍ବିତ ରାତିରେ ପ୍ରାୟ ୫୦ ଭକ୍ତ ବୈଶାଖି ସମାବେଶରେ ଭାଗ ନେବାକୁ 'ଚରଣ ଛୋ ଗଙ୍ଗା' ଆଡକୁ ଯାଉଥିଲେ। ଏହି ସମୟରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୫ ଜଣ ଭକ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତାହତଙ୍କୁ ଉଦ୍ଧାର କରି ପୋଲିସ ଡାକ୍ତରଖାନାକୁ ପଠାଇଥିଲା। ସେପଟେ ମିଳିଥିବା ସୂଚନା ଅନୁଯାୟୀ, ମୃତକ ପାଞ୍ଚ ଜଣ ଭକ୍ତ ଗୋଟିଏ ପରିବାରର ଥିଲେ। ଏହି ୫ ଜଣଙ୍କ ବ୍ୟତୀତ ଆହୁରି ୩ ଜଣଙ୍କ ମୃତ୍ୟୁ ଡାକ୍ତରଖାନାରେ ହୋଇଥିଲା। ସମସ୍ତ ମୃତକ ଉତ୍ତରପ୍ରଦେଶର ମୁଜାଫରନଗରର ବୋଲି ଜଣାପଡ଼ଥିଲା ।
Also Read: Odisha News: ସମ୍ବଲପୁରରେ କର୍ଫ୍ୟୁ, ଆହୁରି ୨ ଦିନ ବନ୍ଦ ରହିବ ଇଣ୍ଟରନେଟ୍ ସେବା
Also Read: BCCIର ବଡ଼ ନିଷ୍ପତ୍ତି! WTC ଫାଇନାଲ ପରେ ଟିମ୍ ଇଣ୍ଡିଆକୁ ମିଳିବ ନୂଆ 'ବସ୍'
Also Read: ଘାଟିକୁ ଖସି ପଡ଼ିଲା ବସ, ଅକାଳରେ ଚାଲିଗଲା ୧୩ ଜୀବନ