ଲଣ୍ଡନ: ମହାମାରୀ କୋରୋନା କବଳରେ ବିଶ୍ୱ। ଏହି ସଙ୍କଟରୁ ମୁକୁଳିବା ପାଇଁ କେବଳ ଟିକାକୁ ଅପେକ୍ଷା କରିଛନ୍ତି ସମଗ୍ର ଦେଶ। ଆଉ ଏହି ସମୟ ମଧ୍ୟରେ ବ୍ରିଟେନବାସୀଙ୍କ ପାଇଁ ଆସିଛି ଖୁସି ଖବର। କାରଣ ସେଠାକାର ସରକାର ଫାଇଜର ବା Pfizer-BioNTechର କୋରୋନା ଟିକାକୁ ଅନୁମତି ଦେଇଛନ୍ତି। ଆସନ୍ତା ସପ୍ତାହରୁ ସେଠାରେ ଟିକାକରଣ ଆରମ୍ଭ ହେବ।


COMMERCIAL BREAK
SCROLL TO CONTINUE READING

Pfizer-BioNTech ର କୋରୋନା ଟିକାକୁ ଅନୁମୋଦନ ଦେବାରେ ବ୍ରିଟେନ (UK) ହେଉଛି ବିଶ୍ୱର ପ୍ରଥମ ଦେଶ। ଆସନ୍ତା ସପ୍ତାହ ଠାରୁ ଦେଶରେ ଟିକାକରଣ (corona vaccination) ଆରମ୍ଭହେବ। ବ୍ରିଟିଶ ମେଡିସିନ୍ ଏବଂ ସ୍ୱାସ୍ଥ୍ୟସେବା ଉତ୍ପାଦ ନିୟାମକ ଏଜେନ୍ସି (MHRA) ଙ୍କ ସୁପାରିଶ ପରେ ବ୍ରିଟେନ (Britain) ସରକାର ଏହି ଟିକାକୁ ଅନୁମୋଦନ କରିଛି। କୋରୋନା ଆକ୍ରାନ୍ତଙ୍କୁ ଦେବା ପାଇଁ ଫାଇଜର ଟିକା ନିରାପଦ ଅଟେ ବୋଲି MHRA କହିଛି।



ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ (Matt Hancock) ଟ୍ୱିଟ୍ କରି କହିଛନ୍ତି ଯେ, MHRA Pfizer-BioNTech ଟିକାକୁ ଆନୁଷ୍ଠାନିକ ଭାବରେ ଅନୁମତି ଦେଇଛି। ଆସନ୍ତା ସପ୍ତାହଠୁ NHS ଟିକାକରଣ ଆରମ୍ଭ କରିବ। ଏହା ସହିତ ସେ କହିଛନ୍ତି, ବ୍ରିଟେନ୍ ହେଉଛି ବିଶ୍ୱର ପ୍ରଥମ ଦେଶ, ଯିଏ କୋରୋନା ଟିକାକୁ ଯୋଗାଣ ପାଇଁ ଅନୁମୋଦନ ଦେଇଛି।


Also Read: କେଉଁଠୁ ଆସିଛି କୋରୋନା ଭୂତାଣୁ? ଜାଣିବା ପାଇଁ ସବୁକିଛି କରିବ WHO


ଟିକା ମଞ୍ଜୁର ହେବା ପରେ ପିଫାଇଜର କହିଛି ଯେ, ଏହି ଟିକାକରଣର ବ୍ରିଟେନର ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣର ନିଷ୍ପତ୍ତି କୋଭିଡ ବିରୋଧୀ ଲଢେଇରେ ଏକ ଐତିହାସିକ ପଦକ୍ଷେପ। ଆମେ ବିଶ୍ୱର ଅନ୍ୟ ଦେଶରୁ ମଧ୍ୟ ସମାନ ଆଶା କରୁଛୁ ଏବଂ ତୁରନ୍ତ ସମଗ୍ର ବିଶ୍ୱକୁ ଉଚ୍ଚମାନର ଟିକା ଯୋଗାଇବା ଉପରେ ଆମର ଧ୍ୟାନ ରହିଛି ବୋଲି କମ୍ପାନୀର CEO ଆଲବର୍ଟ ବୋର୍ଲା (Albert Bourla) କହିଛନ୍ତି।